ଅଭିନେତ୍ରୀ ପାୟଲ ରୋହତଗୀଙ୍କୁ ଗିରଫ କଲା ପୋଲିସ


ଅଭିନେତ୍ରୀ ପାୟଲ ରୋହତଗୀଙ୍କୁ ଅହମଦାବାଦ ପୋଲିସ ଗିରଫ କରିଛି। ଅଭିନେତ୍ରୀଙ୍କ ନାଁରେ ଆସିଛି ସଙ୍ଗିନ ଅଭିଯୋଗ। ସେ ସୋସିଆଲ ମିଡିଆରେ ଚେୟାରମ୍ୟାନଙ୍କୁ ଗାଳି ଦେବା ସହ ତାଙ୍କୁ ଜୀବନରୁ ମାରିଦେବାକୁ ଧମକ ଏବଂ ସୋସାଇଟରେ ଝଗଡା କରିଥିବା ଥାନାରେ ଅଭିଯୋଗ ହୋଇଥିଲା । ପାୟଲଙ୍କୁ ଅହମଦାବାଦର ସେଟେଲାଇଟ ପୋଲିସ ଗିରଫ କରିଛି । ତେବେ ପରେ ପାୟଲ ପୋଷ୍ଟ ଡିଲିଟ କରିଦେଇଥିବା କୁହାଯାଉଛି। ଜୁନ ୨୦ ତାରିଖରେ ସୋସାଇଟରେ ହୋଇଥିବା ଏଜିଏମ ମିଟିଂରେ ବିନା ସଦସ୍ୟତାରେ ସେ ମିଟିଂରେ ପହଞ୍ଚିଥିଲେ । ମାତ୍ର ସେଠାରେ ତାଙ୍କୁ କହିବାର ସୁଯୋଗ ଦିଆଯାଇନଥିଲା। ଫଳରେ ସେ ଗାଳିଦେବା ଆରମ୍ଭ କରିଥିଲେ । ସୋସାଇଟରେ ରହୁଥିବା ଲୋକଙ୍କ କହିବାନୂସାରେ, ଏହାପୂର୍ବରୁ ମଧ୍ୟ ସୋସାଇଟରେ ପିଲାମାନେ ଖେଳିବାକୁ ନେଇ ସେ ବାରମ୍ବାର ଝଗଡା କରନ୍ତି । ଏହା ପୂର୍ବରୁ ବି ପାୟଲଙ୍କୁ ଥରେ ରାଜସ୍ଥାନର ବୁନ୍ଦି ପୋଲିସ ଗିରଫ କରିସାରିଛି । ତାଙ୍କୁ ଏକ ମାମଲାରେ ବୁନ୍ଦି ପୋଲିସ ଅହମଦାବାଦରୁ ଗିରଫ କରିଥିଲା । ହେଲେ ପାୟଲଙ୍କୁ ରାଜସ୍ଥାନ କୋର୍ଟରୁ ଜାମିନ ମିଳିଥିଲା ।


Share It

Comments are closed.