ହୋଲି ଛୁଟି ପରେ ହିଜାବ ମାମଲାର ଶୁଣାଣି କରିବେ ସୁପ୍ରିମ କୋର୍ଟ


କର୍ଣ୍ଣାଟକ ହିଜାବ ମାମଲାର ଶୁଣାଣି ହୋଲି ପରେ କରିବେ ସୁପ୍ରିମ କୋର୍ଟ । ହୋଲି ଛୁଟି ପରେ ଶାଣାଣି ତାରିଖ ଧାର୍ଯ୍ୟ କରାଯାଇ ଏହାର ଶୁଣାଣି କରାଯିବ ବୋଲି କୋର୍ଟ କହିଛନ୍ତି। ଏହାସହିତ କୋର୍ଟର ବରିଷ୍ଠ ଓକିଲ ସଞ୍ଜୟ ହେଗଡ଼େ ଶୀଘ୍ର ଶୁଣାଣି ଆଇଁ କରିଥିବା ଆବେନକୁ ଖାରଜ କରାଯାଇଛି। ହେଗଡ଼େ ଆବେଦନ କରିଥିଲେ ଯେ ଏହି ମାମଲାର ଶୁଣାଣି ସୋମବାର କରାଯାଉ। ହେଲେ କୋର୍ଟ କହିଥଲି ଯେ ଏହି ମାମଲା ହୋଲି ଛୁଟି ପରେ ଶୁଣାଣି ସହ ଜଡ଼ିତ ଯାଚିକା ଉପରେ ବିଚାର କରାଯିବ।

ଅନ୍ୟପଟେ ସାଧାରଣ ଡ୍ରେସ କୋଡ ଉପରେ ଶୀଘ୍ର ଶୁଣାଣି କରିବା ପାଇଁ କରାଯାଇତଥିବା ଆବେଦନକୁ ମଧ୍ୟ ସୁପ୍ରିମକୋର୍ଟ କାରଜ କରି ଦେଇଛନ୍ତି। ବିଜେପି ନେତା ତଥା ଓକିଲ ଅଶ୍ୱିନୀ ଉପାଧ୍ୟାୟଙ୍କ ଦ୍ୱାରା ଦାଖଲ ହୋଇଥିବା ଆବେଦନରେ କୁହାଯାଇଥିଲା ଯେ ଦେଶର ସମସ୍ତ ବିଦ୍ୟାଳୟରେ ସାଧାରଣ ଡ୍ରେସ କୋଡ ଲାଗୁ କରାଯିବା ଉଚିତ ଏବଂ ଏହାର ଶୀଘ୍ର ଶୁଣାଣି କରାଯାଉ। ଏହି ଆବେଦନରେ ସୁପ୍ରିମକୋର୍ଟ କହିଛନ୍ତି ଯେ ଶୀଘ୍ର ଏହି ମାମଲାର ଶୁଣାଣି କରିବା ଆବଶ୍ୟକତା ନାହିଁ । ସାଧାରଣ ଡ୍ରେସ କୋଡ୍ ସାମାଜିକ ତଥା ଜାତୀୟ ଏକତାର ଆତ୍ମାକୁ ପ୍ରୋତ୍ସାହିତ କରିବ ବୋଲି ବିଜେପି ନେତା କହିଛନ୍ତି।

ହାଇକୋର୍ଟରେ ରାୟ ପ୍ରକାଶ ପାଇବା ପରେ ହିାଜାବ ବିବାଦକୁ ନେଇ ସୁପ୍ରିମ କୋର୍ଟରେ ଏବେ ଚ୍ୟାଲେଞ୍ଜ କରାଯାଇଛି। ହାଇକୋର୍ଟ ମଙ୍ଗଳବାର ଶୁଣାଣି କରି ରାୟ ପ୍ରକାଶ କରିଥିଲେ ଯେ ହିଜାବ ପିନ୍ଧିବା ମୁସଲମାନ ଧାର୍ମିକ ପ୍ରଥାର ଅଂଶବିଶେଷ ନୁହେଁ। କୋର୍ଟ କହିଥିଲେ ଯେ ସ୍କୁଲ ଏବଂ କଲେଜରେ ସମାନ ୟୁନିଫର୍ମ ହେବା ଦରକାର ଏହାକୁ ଛାତ୍ର ଛାତ୍ରୀମାନେ ମନା କରିପାରିବେ ନାହିଁ।


Share It

Comments are closed.