ରାଜ୍ୟରେ ସର୍ବାଧିକ ୧୮୩୩ ଆକ୍ରାନ୍ତ ଚିହ୍ନଟ


ସାଂଘାତିକ ହେଲାଣି କରୋନା ସ୍ଥିତି । ଦିନକୁ ଦିନ  ହାତରୁ ଖସୁଛି। ଆକ୍ରାନ୍ତ ସଂଖ୍ୟା ମଧ୍ୟ ସବୁଦିନ ଲମ୍ବଡିଆଁ ମାରୁଛି। ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ହେବା ସହ ମୃତ୍ୟୁ ସଂଖ୍ୟା ଦିନକୁ ଦିନ ବଢ଼ିବାରେ ଲାଗିଛି। । ଏବେ ପୂରା ଓଡ଼ିଶାକୁ ଏମିତି ଭୟ ଘାରିଛି ।  ଆଜି ରାଜ୍ୟରେ ୨୯ଟି ଜିଲ୍ଲାରୁ ରେକର୍ଡ ସଂଖ୍ୟାକ ୧୮୩୩ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ୧୧୧୮ ଜଣ କ୍ୱାରେଣ୍ଟାଇନ୍‌ରେ ଥିବା ବେଳେ ୭୧୫ ରୋଗୀ ସ୍ଥାନୀୟ ସଂକ୍ରମିତ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୪୨ ହଜାର ୫୫୦କୁ ବୃଦ୍ଧି କରିଛି । ଏ ନେଇ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି। ଓଡ଼ିଶାରୁ ଆଜି ସର୍ବଧିକ ୧୮୩୩ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଖୋର୍ଦ୍ଧ ଜିଲ୍ଲାରୁ ସର୍ବାଧିକ ୨୯୮ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଗଞ୍ଜାମରୁ ୨୭୯ ଜଣ, ରାୟଗଡ଼ାରୁ ୧୫୨ଜଣ, କଟକରୁ ୧୨୪ ଜଣ, ସୁନ୍ଦରଗଡ଼ରୁ ୧୧୦ ଜଣ, କଳାହାଣ୍ଡିରୁ ୮୪ ଜଣ, ବାଲେଶ୍ୱରରୁ ୬୯ ଜଣ, ପୁରୀରୁ ୬୭ ଜଣ, ନୟାଗଡ଼ରୁ ୬୧ ଜଣ, ଯାଜପୁରରୁ ୬୦ ଜଣ, ଭଦ୍ରକରୁ ୫୦ ଜଣ, କୋରାପୁଟରୁ ୪୭ ଜଣ, ଢ଼େଙ୍କାନାଳରୁ ୪୩ ଜଣ, ବଲାଙ୍ଗୀରରୁ ୩୭ ଜଣ, ମାଲକାନଗିରିରୁ ୩୬ ଜଣ, ଗଜପତିରୁ ୩୫ ଜଣ, ବୌଦ୍ଧ, କେନ୍ଦ୍ରାପଡ଼ା, ମୟୂରଭଞ୍ଜ ଜିଲ୍ଲାରୁ ୩୪ ଜଣ ଲେଖାଏଁ, ସୋନପୁରରୁ ୩୩ ଜଣ, ଝାରସୁଗଡ଼ାରୁ ୩୦ ଜଣ, ଜଗତସିଂହପୁର, କନ୍ଧମାଳ, କେନ୍ଦୁଝର ଜିଲ୍ଲାରୁ ୧୬ ଜଣ ଲେଖାଏଁ, ନବରଙ୍ଗପୁର ରୁ ୧୧ ଜଣ, ଅନୁଗୁଳରୁ ୯ଜଣ, ବରଗଡ଼ରୁ ୮ଜଣ ଓ ନୂଆପଡ଼ା ଜିଲ୍ଲାରୁ ଜଣେ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

ସୂଚନାଯୋଗ୍ୟ ଯେ, ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ୍ ୪୨,୫୫୦ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥିମଧ୍ୟରୁ ୧୫,୩୭୦ ଟି ଆକ୍ଟିଭ୍‌ କେସ୍‌ ରହିଥିବା ବେଳେ ୨୬ ହଜାର ୮୮୮ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ୨୩୫ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୪୫ ଜଣଙ୍କ ମୃତ୍ୟୁ ଅନ୍ୟ ରୋଗ ଯୋଗୁଁ ହୋଇଛି । ଏବେ ସୁଦ୍ଧା ରାଜ୍ୟରେ ୬୧,୬୬୪୬ଟି ସାମ୍ପୁଲ ଟେଷ୍ଟ୍ ହୋଇଛି।


Share It

Comments are closed.