ଷ୍ଟ୍ରେସରୁ ମୁକ୍ତି ଦିଏ ବ୍ଲୁ ଟୀ, ଘରେ ଏଭଳି ସହଜ ଉପାୟରେ କରିପାରିବେ ପ୍ରସ୍ତୁତ


ପ୍ରାୟ ସମସ୍ତେ ସକାଳୁ ସକାଳୁ ଚା’ ପିଇବା ପାଇଁ ଭଲ ପାଆନ୍ତି | କେହି କେହି କ୍ଷୀର ଚା’ ପିଇବାକୁ ଭଲ ପାଆନ୍ତି ତା କିଏ ନାଲି ଚା’ | ଯେଉଁମାନେ ଡାଏଟରେ ଥାଆନ୍ତି ସେମାନେ ପ୍ରାୟତଃ ଗ୍ରୀନ ଟି ପିଇଥାନ୍ତି | ଗ୍ରୀନ ଟି ସ୍ୱାସ୍ଥ୍ୟ ପକ୍ଷେ ଅତ୍ୟନ୍ତ ଲାଭଦାୟକ | ତେବେ ଆଜି ଆମେ ଏମିତି ଏକ ଚା’ ବିଷୟରେ କହିବୁ ଯାହା ପିଇଲା ପରେ ଆପଣଙ୍କୁ ଆଉ କୋଉ ଚା ଭଲ ନାଲାଗିପାରେ |

ଆଜିର ଦୁନିଆରେ ପ୍ରତ୍ୟେକ ମଣିଷ କାର୍ଯ୍ୟ ବ୍ୟସ୍ତତା ଭିତରେ ରହି ଥକି ଯାଉଛି | ସକାଳୁ ସନ୍ଧ୍ୟା ଯାଏଁ କାମ କରି କରି ବ୍ୟସ୍ତ ବିବ୍ରତ ହେଉଯାଉଛି | ତେବେ ଏହି ଷ୍ଟ୍ରେସରୁ ଟିକେ ରିଲେକ୍ସ ପାଇଁ ଆମେ ସାଧାରଣତଃ ଚା’ ପିଇଥାଉ | ଚା ପିଇଲା ପରେ ଟିକେ ଆରାମ ଅନୁଭୂତ ହୋଇଥାଏ | ତେବେ ଆମେ ପ୍ରାୟତଃ କ୍ଷୀର ଚା’ ପିଇଥାଉ | ଆପଣ ଯଦି ଷ୍ଟ୍ରେସ ଦୂର କରିବା ପାଇଁ ଚାହୁଁଛନ୍ତି ତାହେଲେ ପିଅନ୍ତୁ ବ୍ଲୁ ଟି | ଆଜ୍ଞା ହଁ, ଶୁଣିବାକୁ ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ଏହା ସ୍ୱାସ୍ଥ୍ୟ ପାଇଁ ବହୁତ ଲାଭଦାୟକ | ବ୍ଲୁ ଟି ଷ୍ଟ୍ରେସ ଦୂର କରିଥାଏ | ଅପରାଜିତା ଫୁଲରୁ ତିଆରି ବ୍ଲୁ ଟି |

ବ୍ଲୁ ଟି ଆପଣ ଘରେ ନିଜେ ତିଆରି କରିପାରିବେ | ଆସନ୍ତୁ ଜାଣିବା ତିଆରି ପଦ୍ଧତି :

ପତ୍ଥମେ ଏକ ବାସନରେ ଗୋଟିଏ କପ ପାଣି ନିଅନ୍ତୁ | ଏହି ପାଣିରେ ଗୋଟିଏ ଚାମଚ ଚିନି ଏବଂ ଗୋଟିଏ ରୁ ଦୁଇଟି ଅପରାଜିତା ଫୁଲ ପକାଇ ଭଲ ଭାବେ ଫୁଟାଇ ଦିଅନ୍ତୁ | ଭଲ ଭାବେ ଫୁଟି ଗଲା ପରେ ଏହାକୁ ଛାଣି ଦିଅନ୍ତୁ | ଛାଣିବା ପରେ ଏଥିରେ ଅଳ୍ପ ଟିକେ ମହୁ ମିଶାନ୍ତୁ ଏବଂ ପିଅନ୍ତୁ | ଚିନି ବଦଳରେ ଆପଣ ଖାଲି ମହୁ ପକେଇ ମଧ୍ୟ ପିଇ ପାରିବେ |

୧. ବ୍ଲୁ ଟି ମାନସିକ ଚିନ୍ତା ଦୂର କରି ମନକୁ ଶାନ୍ତି ଦେଇଥାଏ |

୨. ପ୍ରତିଦିନ ବ୍ଲୁ ଟି ପିଇବା ଦ୍ୱାରା ତ୍ୱଚାର ଚମକ ମଧ୍ୟ ବଢିଥାଏ | ତ୍ୱଚାକୁ କୌଣସି ପ୍ରକାରର ସଂକ୍ରମଣରୁ ମଧ୍ୟ ରକ୍ଷା କରିଥାଏ |

୩. ଖାଦ୍ୟର କଲର ବଦଳାଇବାରେ ମଧ୍ୟ ଅପରାଜିତା ଫୁଲର ଭୂମିକା ରହିଛି | ଏଥିପାଇଁ ଅପରାଜିତା ଫୁଲକୁ ଶୁଖାଇ, ଏହାକୁ ଗ୍ରାଇଣ୍ଡ କରିଦେବେ | ଯେଉଁ ଖାଦ୍ୟର କଲର ବଦଳାଇବାକୁ ଚାହୁଁଛନ୍ତି ସେଥିରେ ଏହି ଗୁଣ୍ଡ ପକାଇଦିଅନ୍ତୁ | କୌଣସି ରାସାୟନିକ କଲର ବ୍ୟବହାର ନକରି ଆପଣ ଖାଦ୍ୟକୁ କଲରଫୁଲ କରିପାରିବେ | ଏହା ସ୍ୱାସ୍ଥ୍ୟ ପକ୍ଷେ ହାନିକାରକ ମଧ୍ୟ ନୁହଁ |


Share It

Comments are closed.