କ୍ଷୀର ଓ ଦହିକୁ ଏକା ସମୟରେ ଖାଉଛନ୍ତି କି ? ତେବେ ରୁହନ୍ତୁ ସାବଧାନ


କ୍ଷୀର ସ୍ବାସ୍ଥ୍ୟ ପାଇଁ ଲାଭଦାୟକ ଓ ହିତକାରକ ବୋଲି କୁହାଯାଏ । କ୍ଷୀରକୁ ଏକ ପୁଷ୍ଟିକର ଖାଦ୍ୟ । ମାତ୍ର ଏମିତି ଅନେକ ଲୋକ ଅଛନ୍ତି ଯେଉଁମାନେ କ୍ଷୀର ଏବଂ ଦହି ଖାଇବାକୁ ପସନ୍ଦ କରନ୍ତିନାହିଁ । ସେମାନେ ସହଜରେ କ୍ଷୀରକୁ ହଜମ କରିପାରନ୍ତି ନାହିଁ । ଏଥିପାଇଁ ସେମାନେ କ୍ଷୀର ଏବଂ ଦହି ଖାଇବା ଉଚିତ୍ ନୁହେଁ । ତେବେ ଆସନ୍ତୁ ଜାଣିବା କ୍ଷୀରଓ ଦହିକୁ କାହିଁକି କିଛି ଲୋକ ହଜମ କରିପାରନ୍ତି ନାହିଁ ।

କ୍ଷୀର କାହିଁକି ଆଲର୍ଜି କରାଇଥାଏ-

କ୍ଷୀରରେ ଥିବା କେସିନ୍ ପ୍ରୋଟିନ୍ କିଛି ଲୋକଙ୍କଠାରେ ସମସ୍ୟା ସୃଷ୍ଟି କରିଥାଏ । ବିଶେଷକରି କିଛି ଲୋକ କେସିନ୍ କାରଣରୁ କ୍ଷୀରକୁ ହଜମ କରିପାରନ୍ତି ନାହଁ । କ୍ଷୀର ଖାଇବା ଦ୍ବାରା କିଛି ଲୋକଙ୍କ ମୁହଁରେ ପିମ୍ପଲ୍ ବା ବ୍ରଣ ହୋଇଥାଏ । କାରଣ କ୍ଷୀରରେ ଅତ୍ୟଧିକ ଚର୍ବି ରହିଥାଏ, ଯାହା ସଠିକ୍ ଭାବରେ ହଜମ ହୋଇନଥାଏ । ଅତ୍ୟଧିକ କ୍ଷୀର ଯୋଗୁଁ କୋଲେଷ୍ଟ୍ରଲ ମଧ୍ୟ ବଢିଥାଏ ।

ଦହି କାହିଁକି ହଜମ ହୁଏନାହିଁ-

ଦହି ଅତ୍ୟଧିକ ଥଣ୍ଡା, ଅର୍ଥାତ ଏହାକୁ ଖାଇବା ଦ୍ବାରା ଶରୀରରେ ଥଣ୍ଡା ଅନୁଭୂତ ହୋଇଥାଏ । ତେଣୁ, ଯେଉଁମାନଙ୍କ ଶରୀରରେ ଥଣ୍ଡା ଥାଏ, ସେମାନେ ଦହି ଖାଇବାରୁ ଦୂରେଇ ରହିବା ଉଚିତ୍ । ସାଧାରଣତଃ ଦହି ଅନେକ ଲୋକଙ୍କ ଗଳାକୁ ଖରାପ କରେ । ବିଶେଷ କରି ରାତିରେ ଦହି ଖାଇବା ଅନୁଚିତ୍ ।

ଯେଉଁମାନଙ୍କର ଗଣ୍ଠି ଯନ୍ତ୍ରଣା କିମ୍ବା ଆର୍ଥ୍ରାଇଟିସ୍ ରୋଗ ଅଛି ସେମାନଙ୍କ ପାଇଁ ଦହି ଖାଇବା କ୍ଷତିକାରକ ଅଟେ । ଫ୍ରିଜରୁ ସଙ୍ଗେ ସଙ୍ଗେ ବାହାରକରି ଦହି ଖାଇବା ଅନୁଚିତ୍ । ଡାକ୍ତରଙ୍କ କହିବା ଅନୁଯାୟୀ, ଦହିରେ ଗେଲେକ୍ଟୋଜ୍ ନାମକ ଏକ ସୁଗାର ରହିଥାଏ । ଯାହାକି ଶରୀରରେ ଲାକ୍ଟୋଜ୍ ସୃଷ୍ଟି କରିଥାଏ। ମଧୁମେହ ରୋଗୀଙ୍କ ପାଇଁ ଏହା ଅତ୍ୟନ୍ତ କ୍ଷତିକାରକ ହୋଇପାରେ । ଦହି ସହ ଚିନି ମିଶାଇ ଖାଇବା ଦ୍ବାରା ମୋଟାପା ବୃଦ୍ଧି ପାଇଥାଏ ।

କ୍ଷୀର ଏବଂ ଦହି ଖାଇବା ସମୟରେ ସତର୍କତା ଅବଲମ୍ବନ କରନ୍ତୁ-

କ୍ଷୀର ଏବଂ ଦହିକୁ କେବେବି ଏକାଠି ଖାଆନ୍ତୁ ନାହିଁ । ଏହା ବ୍ୟତୀତ ଖଟା ଫଳ ଖାଇବା କି ଏହାର ଜୁସ୍ ପିଇବା ପୂର୍ବରୁ କିମ୍ବା ପରେ କ୍ଷୀର କିମ୍ବା ଦହି ଖାଆନ୍ତୁନାହିଁ ।


Share It

Comments are closed.