ଆମେ କେଶରେ କାହିଁକି ତେଲ ଲଗାଇଥାଉ ଏବଂ କେଉଁ ତେଲ ଲଗାଇବା ଦ୍ୱାରା ହୋଇଥାଏ କେଶର ବୃଦ୍ଧି ଏବଂ କେଶର ମୂଳ ମଜବୁତ


କଳା ଘନ କେଶ ପାଇଁ କେଶରେ ତେଲ ଲଗାଇବା ଏକ ମୁଖ୍ୟ ଉପାୟ । କେଶରେ ତେଲ ଲଗାଇବା ଦ୍ୱାରା କେଶର ମୂଳ ମଜବୁତ ହୋଇଥାଏ ଏବଂ କେଶ ଝଡା ସମସ୍ୟାରୁ ମୁକ୍ତି ମିଳିଥାଏ । ବହୁ ଆଦିମ କାଳରୁ କେଶର ଯତ୍ନ ନେବା ପାଇଁ କେଶରେ ତେଲର ମସାଜ କରାଯାଇଆସୁଛି । ସଠିକ ପରିମାଣର ଏବଂ ସଠିକ ସମୟରେ କେଶରେ ତେଲ ଲଗାଇବା ଦ୍ୱାରା କେଶର ବିଭିନ୍ନ ସମସ୍ୟା ତଥା କେଶ ଝଡା, ଦୋମୁହାଁ, କେଶ ମୂଳରେ ରୂପିର ସମସ୍ୟା ଦୂର ହୋଇଥାଏ । ତେଲ ଦ୍ୱାରା ମଧ୍ୟ କେଶରେ ଚମକ ଏବଂ ଉଜ୍ଜ୍ୱଳତା ଆସିଥାଏ । ଆସନ୍ତୁ ଜାଣିବା କେଉଁ ତେଲ ଲଗାଇବା ଦ୍ୱାରା କେଶରେ ଦେଖାଯାଉଥିବା ବିଭିନ୍ନ ସମସ୍ୟାରୁ ମୁକ୍ତି ପାଇପାରିବେ ।
୧.. ନଡିଆ ତେଲ – ନଡିଆ ତେଲ କେଶରେ ମଶ୍ଚରାଇଜର ପରି କାମ କରିଥାଏ । ଗବେଷଣା ଅନୁଯାୟୀ ନଡିଆ ତେଲ କେଶର ମୂଳକୁ ମଜବୁତ କରିବା ସହିତ କେଶ ଝଡା କମ ହୋଇଥାଏ ଏବଂ କେଶ ଉଜ୍ଜ୍ୱଳ ଏବଂ ଚମକଦାର ହୋଇଥାଏ । ଦକ୍ଷିଣ ଭାରତରେ ବହୁ ପୁରାତନ କାଳରୁ ବର୍ତ୍ତମାନ ପର୍ଯ୍ୟନ୍ତ କେଶରେ ନଡିଆ ତେଲ ଲଗାଯାଇଥାଏ ଏବଂ ଏହା କେବଳ ଗୋଟିଏ କାରଣ ଯାହାକି ସେମାନଙ୍କ କେଶ ଘନ ଏବଂ ଖୁବ ଲମ୍ବା ଅଟେ ।
୨. ସୂର୍ଯ୍ୟମୁଖି ତେଲ – ନଡିଆ ତେଲ ପରି ସୂର୍ଯ୍ୟମୁଖି ମଧ୍ୟ କେଶରେ ଲଗାଇବା ଦ୍ୱାରା କେଶ ଝଡିବା କମ ହେବା ସହିତ କେଶରେ ରୂପି ସମସ୍ୟା କମ ହୋଇଥାଏ । ଏଥିରେ ଭିଟାମିନ ଇ ଖୁବ ପ୍ରଚୁର ପରିମାଣରେ ରହିଛି ଯାହା କେଶର ମୂଳକୁ ମଜବୁତ ଏବଂ କେଶର ବୃଦ୍ଧି କରିଥାଏ । ଏହି ତେଲର ମସାଜ ଦ୍ୱାରା ଆପଣ ୬ରୁ ୮ମାସ ମଧ୍ୟରେ କେଶର ବିଭିନ୍ନ ସମସ୍ୟାରୁ ମୁକ୍ତି ପାଇବାର ଦେଖିପାରିବେ ।
୩. ଆଲମଣ୍ଡ ତେଲ – ଆଲମଣ୍ଡ ତେଲ ମଧ୍ୟ ଭିଟାମିନ ଇରେ ଭରପୁର । ତେଣୁ ଏହା କେଶର ମୂଳକୁ ମଜବୁତ କରି କେଶ ବୃଦ୍ଧି କରିଥାଏ । ଏବଂ ଏହା ମଧ୍ୟ କେଶର ଉଜ୍ଜ୍ୱଳତା ଏବଂ ଚମକକୁ ବୃଦ୍ଧି କରିଥାଏ । ଏହି ତେଲର ପ୍ରୟୋଗ ପରେ ଆପଣ କେଶର ସମସ୍ୟା ପାଇଁ ଯଦି ଭିଟାମିନ ଇ େଓøଷଧ ଖାଉଛନ୍ତି ତେବେ ଏହାର ଆବଶ୍ୟକ ପଡିବ ନାହିଁ ।
୪. ଅଲିଭ ଅଏଲ – ଅଲିଭ ଅଏଲ ଉଭୟ ଖାଇବା ଏବଂ ମସାଜ ପାଇଁ ବ୍ୟବହାର କରାଯାଇଥାଏ । ଏହା ଖାଇବା ଦ୍ୱାରା ମଧ୍ୟ କେଶ ଏବଂ ତ୍ୱଚାରେ ଏକ ଭିନ୍ନ ପ୍ରଭାବ ପଡିଥାଏ । ଆପଣ ମଧ୍ୟ ଏହି ତେଲକୁ ସପ୍ତାହକୁ ଥରେ କିମ୍ବା ଦୁଇଥର ମସାଜ କରିପାରିବେ । ଏହା କେଶର ମୂଳକୁ ମଜବୁତ କରି କେଶରେ ରୂପି ଏବଂ ଝଡା ସମସ୍ୟାରୁ ମୁକ୍ତି ପ୍ରଦାନ କରିଥାଏ ।
୫. ମନ୍ଦାର ପତ୍ରରେ ପ୍ରସ୍ତୁତ ତେଲ – ମନ୍ଦାର ପତ୍ରରେ ପ୍ରସ୍ତୁତ ତେଲ କେଶକୁ ଶୁଷ୍କ ହେବାରୁ ରକ୍ଷା କରିଥାଏ । ଯାହା କେଶକୁ ମଜବୁତ ଏବଂ କେଶ ଝଡା ସମସ୍ୟାରୁ ମୁକ୍ତି ଦେଇଥାଏ । ଆପଣ ଆପଣଙ୍କ ପସନ୍ଦ ଅନୁଯାୟୀ ଯେକୌଣସି ତେଲରେ ମଧ୍ୟ ମନ୍ଦାର ପତ୍ର ପକାଇ ତେଲ ପ୍ରସ୍ତୁତ କରିପାରିବେ ।
୬.ଆର୍ଗନ ତେଲ- ଭିଟାମିନ ଇରେ ଭରପୁର ଥିବା ଏକ ତେଲ ମଧ୍ୟରେ ଏକ ତେଲ ହେଉଛି ଆର୍ଗନ ତେଲ । ଏହା ବର୍ତ୍ତମାନ ସମୟରେ ଉପଲବ୍ଧ ହେଉଥିବା ଏକ ବ୍ୟୟବହୁଳ ତେଲ ଯାହା କେଶର ବିଭିନ୍ନ ପ୍ରକାର ସମସ୍ୟା ସହିତ ଏକା ସଂର୍ଘଷ କରିଥାଏ ।

 


Share It

Comments are closed.