ଅକ୍ଷୟଙ୍କ ପରେ କରୋନାରେ ଆକ୍ରାନ୍ତ ହେଲେ ଗୋବିନ୍ଦା


ପୁଣି କରୋନା କବଳରେ ବଲିଉଡ। ନିକଟରେ ଅଭିନେତା ଅକ୍ଷୟ କୁମାରଙ୍କ ପରେ ଏବେ ସୁପର ଷ୍ଟାର ଗୋବିନ୍ଦା କରୋନା ସଂକ୍ରମିତ ହୋଇଛନ୍ତି। ଏନେଇ ଗୋବିନ୍ଦା ନିଜେ ସୂଚନା ଦେଇଛନ୍ତି। ସେ ନିଜକୁ କ୍ଵାରେଣ୍ଟାଇନ କରିଛନ୍ତି। ଏଥି ସହିତ ସେ ତାଙ୍କ ସମ୍ପର୍କରେ ଆସିଥିବା ସମସ୍ତ ଲୋକଙ୍କୁ କରୋନା ଟେଷ୍ଟ କରିବାକୁ ଅପିଲ କରିଛନ୍ତି। ଗୋବିନ୍ଦା ଏନେଇ କହିଛନ୍ତି ଯେ, ମୁଁ କରୋନା ଭୂତାଣୁ ସହ ଲଢେଇ କରିବା ପାଇଁ ସମସ୍ତ ପ୍ରକାରର ସାବଧାନତା ଅବଲମ୍ବନ କରୁଛି।

ଗୋବିନ୍ଦା କହିଛନ୍ତି ଯେ, “ମୋର କରୋନା ଲକ୍ଷଣ ଦେଖାଯିବାରୁ ମୁଁ ଟେଷ୍ଟ କରାଇଥିଲି। ଏହାପରେ ମୋର ରିପୋର୍ଟ ପଜିଟିଭ୍ ଆସିଲା। ମୁଁ ଏବେ ଘରେ କ୍ଵାରେଣ୍ଟାଇନରେ ଅଛି। କରୋନା ଗାଇଡଲାଇନ୍ ପାଳନ କରୁଛି। ସମସ୍ତ ପ୍ରକାରର ସାବଧାନତା ରକ୍ଷା କରୁଛି। ସମସ୍ତଙ୍କୁ ସଚେତନ ହେବା ପାଇଁ ଅପିଲ କରୁଛି। ନିଜର ଧ୍ୟାନ ରଖନ୍ତୁ।” ଏତଦ୍ ବ୍ୟତୀତ ଗୋବିନ୍ଦା ସୋସିଆଲ ମିଡିଆ ଜରିଆରେ ସମସ୍ତଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି। ତେବେ ଗୋବିନ୍ଦାଙ୍କ ପରିବାର ଲୋକଙ୍କ ଟେଷ୍ଟ ରିପୋର୍ଟ ନେଗେଟିଭ୍ ଆସିଛି। ଏହା ପୂର୍ବରୁ ରବିବାର ସୁପର ଷ୍ଟାର ଅକ୍ଷୟ କୁମାର କରୋନା ସଂକ୍ରମିତ ହୋଇଥିଲେ। ଏନେଇ ସେ ଟ୍ଵିଟ୍ କରି ସୂଚନା ଦେଇଥିଲେ।


Share It

Comments are closed.