ଖସିଲା ସୁନା ରେଟ୍


ଗ୍ରାହକଙ୍କ ପାଇଁ ଖୁସି ଖବର। ଶସ୍ତା ହେଲା ସୁନା। ଆଗକୁ ଆସୁଛି ନୂଆବର୍ଷ ସାଙ୍ଗକୁ ବାହାଘର ସିଜିନ୍ (Wedding Season) । ଆଉ ତା ପୂର୍ବରୁ ଖସିଛି ସୁନା ଦର (gold price fall today )। ତେବେ, ଆସନ୍ତୁ ଜାଣିବା ସୁନା ଦର କେତେ ଟଙ୍କା ଖସିଛି ଆଉ କେଉଁ ସହରରେ କେତେ ରହିଛି ରେଟ୍ ? ଗ୍ରାହକଙ୍କ ପାଇଁ ଖୁସି ଖବର। ଶସ୍ତା ହେଲା ସୁନା। ଆଗକୁ ଆସୁଛି ନୂଆବର୍ଷ ସାଙ୍ଗକୁ ବାହାଘର ସିଜିନ୍ (Wedding Season) । ଆଉ ତା ପୂର୍ବରୁ ଖସିଛି ସୁନା ଦର (gold price fall today )। ଲଗାତର ଗୋଟିଏ ସପ୍ତାହ ହେବ ସୁନା ଦର କ୍ରମାଗତ ଭାବେ ବୃଦ୍ଧି ପାଇ ଆସୁଥିଲା। ହେଲେ ଆଜି ସୁନାଦରରେ ଲଗାମ୍ ଲାଗିଛି । ଯଦି ଆପଣ ସୁନା ଗହଣା କିଣିବା ପାଇଁ ଆଜି ଯୋଜନା କରୁଛନ୍ତି। ତେବେ, ଏହି ଖବରଟି ଆପଣଙ୍କ ପାଇଁ ବେଶ୍ ଗୁରୁତ୍ବପୂର୍ଣ୍ଣ ଅଟେ। ତେବେ, ଆସନ୍ତୁ ଜାଣିବା ସୁନା ଦର କେତେ ଟଙ୍କା ଖସିଛି ଆଉ କେଉଁ ସହରରେ କେତେ ରହିଛି ରେଟ୍ ?
କେଉଁ ସହରରେ କେତେ ରହିଛି ସୁନା ରେଟ୍:

ଆଜି ଭାରତୀୟ ବଜାରରେ(Gold rate in India today) ୨୨ କ୍ୟାରେଟ ( 22 Carat) ସୁନା ଦର ଦଶ ଗ୍ରାମ ପ୍ରତି ୫୭,୭୯୦ ଟଙ୍କା ହୋଇଥିବା ବେଳେ ୨୪ କ୍ୟାରେଟ (24 Carat) ସୁନା ମୂଲ୍ୟ ଦଶ ଗ୍ରାମ ପ୍ରତି ୬୩,୨୮୦ ଟଙ୍କା ରହିଛି । ନୂଆଦିଲ୍ଲୀରେ ୨୨ କ୍ୟାରେଟ ସୁନା ଦର ଦଶ ଗ୍ରାମ ପ୍ରତି ୫୮,୦୦୦ ଥିବା ବେଳେ ୨୪ କ୍ୟାରେଟର ଦାମ୍ ୬୩,୨୬୦ ରହିଛି । ୨୨ କ୍ୟାରେଟରେ ୧୦୦୦ ଓ ୨୪ କ୍ୟାରେଟରେ ୧୦୯୦ ଟଙ୍କା ଖସିଛି । ସେହିପରି ରୂପା ଦର କେଜି ପିଛା ୭୮,୫୦୦ ରହିଛି । ରୂପା କେଜି ପିଛା ୨୦୦୦ ଟଙ୍କା କମିଛି।

ସେହିପରି ମାୟା ନଗରୀ ମୁମ୍ବାଇରେ ୨୨ କ୍ୟାରେଟ ( 22 Carat) ସୁନା ଦର ଦଶ ଗ୍ରାମ ପ୍ରତି ୫୭,୮୫୦ ଥିବା ବେଳେ ୨୪ କ୍ୟାରେଟର ଦାମ୍ ୬୩,୧୧୦ ରହିଛି । ୨୨ ଓ ୨୪ କ୍ୟାରେଟରେ ୧୦୦୦ ଓ ୧୦୯୦ ଟଙ୍କା ଦର ଖସିଛି । ରୂପା ଦରରେ ବି ବିରାଟ ପରିବର୍ତ୍ତନ ହୋଇଛି । ଦକ୍ଷିଣ ଭାରତର ପ୍ରମୁଖ ସହର ଚେନ୍ନାଇରେ ସୁନା ଦର ଟିକେ ଅଧିକ ଖସିଛି। ୨୨ କ୍ୟାରେଟ ( 22 Carat) ସୁନା ଦର ଦଶ ଗ୍ରାମ ପ୍ରତି ୫୮,୫୦୦ ଟଙ୍କା ଥିବା ବେଳେ ୨୪ କ୍ୟାରେଟର ଦାମ୍ ୬୩,୮୨୦ ଟଙ୍କା ରହିଛି । ୨୨ କ୍ୟାରେଟରେ ୧୨୫୦ ଖସିଥିବା ବେଳେ ୨୪ କ୍ୟାରେଟରେ ୧୩୬୦ ଟଙ୍କା ହ୍ରାସ ପାଇଛି। ଅନ୍ୟପଟେ, କୋଲକାତାରେ ବି ସୁନା ଦର ହ୍ରାସ ପାଇଛି।

ସବୁଠୁ ବଡ଼ କଥା ହେଲା, ଓଡି଼ଶାର ପ୍ରମୁଖ ସହର ରାଜଧାନୀ ଭୁବନେଶ୍ବରରେ ମଧ୍ୟ ସୁନା ଦରରେ ବ୍ରେକ୍ ଲାଗିଛି । ୨୨ କ୍ୟାରେଟ ସୁନା ରେଟ୍ ଦଶ ଗ୍ରାମ ପ୍ରତି ୫୭,୮୫୦ ଥିବା ବେଳେ ୨୪ କ୍ୟାରେଟର ଦର ୬୩,୧୧୦ ଟଙ୍କା ରହିଛି । ତେବେ, ଆମେ ଏଠାରେ ଆପଣଙ୍କୁ ସୂଚନା ଦେବାକୁ ଚାହିଁବୁ ଯେ, ୨୨ କ୍ୟାରେଟରେ ୧୦୦୦ ଖସିଥିବା ବେଳେ ୨୪ କ୍ୟାରେଟରେ ୧୦୯୦ ଟଙ୍କା ହ୍ରାସ ପାଇଛି। ରୂପା ଦରରେ ବି ଲଗାମ୍ ଲାଗିଛି । ରୂପା ଦର କେଜି ପିଛା ୨,୧୦୦ ଟଙ୍କା ଖସିଛି। କଟକରେ ବି ସୁନା ସୁନା ଦର ଖସିଛି।


Share It

Comments are closed.