ଭାରତ-ଦକ୍ଷିଣ ଆଫ୍ରିକା ଟି-୨୦ ସିରିଜ୍ ପୂର୍ବରୁ ଆସିଲା ବଡ଼ ଖବର, ସନ୍ୟାସ ନେଇପାରନ୍ତି କ୍ୱିଣ୍ଟନ୍ ଡି କକ୍


ଭାରତ ବନାମ ଦକ୍ଷିଣ ଆଫ୍ରିକା (IND Vs SA t20) ମଧ୍ୟରେ ଖେଳାଯିବାକୁ ଥିବା ଟି-୨୦ ସିରିଜ୍ ପୂର୍ବରୁ ଦକ୍ଷିଣ ଆଫ୍ରିକାର କିମ୍ବଦନ୍ତୀ ଖେଳାଳିଙ୍କୁ ନେଇ ଏକ ବଡ଼ ଖବର ସାମ୍ନାକୁ ଆସିଛି। ଏହି ଖେଳାଳି କ୍ରିକେଟ୍ ରୁ ସନ୍ୟାସ ଗ୍ରହଣ କରିବା ନେଇ ସୂଚନା ମିଳିଛି । ଏନେଇ ଦକ୍ଷିଣ ଆଫ୍ରିକାର (South Africa) କୋଚ୍ ଘୋଷଣା କରିଛନ୍ତି । ଭାରତ ବନାମ ଦକ୍ଷିଣ ଆଫ୍ରିକା (IND Vs SA t20) ମଧ୍ୟରେ ଖେଳାଯିବାକୁ ଥିବା ଟି-୨୦ ସିରିଜ୍ ପୂର୍ବରୁ ଦକ୍ଷିଣ ଆଫ୍ରିକାର କିମ୍ବଦନ୍ତୀ ଖେଳାଳିଙ୍କୁ ନେଇ ଏକ ବଡ଼ ଖବର ସାମ୍ନାକୁ ଆସିଛି। ଏହି ଖେଳାଳି କ୍ରିକେଟ୍ ରୁ ସନ୍ୟାସ ଗ୍ରହଣ କରିବା ନେଇ ସୂଚନା ମିଳିଛି । ଏନେଇ ଦକ୍ଷିଣ ଆଫ୍ରିକାର (South Africa) କୋଚ୍ ଘୋଷଣା କରିଛନ୍ତି । ତେବେ ଫର୍ମରେ ଥିବା ଏହି ଖେଳାଳି ସନ୍ୟାସ ନେବା ସମସ୍ତେଙ୍କୁ ଚକିତ କରିଛି। ଏହି ଖବର ସାମ୍ନାକୁ ଆସିବା ପରେ ଦକ୍ଷିଣ ଆଫ୍ରିକା ପ୍ରଶଂସକଙ୍କୁ ଲାଗିଛି ବଡ଼ ଝଟକା।

ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଖେଳାଯିବାକୁ ଥିବା ଟି-୨୦ ସିରିଜ୍ (South Africa vs India) ଆସନ୍ତା ମାସ ୧୦ ତାରିଖରୁ ଆରମ୍ଭ ହେବ । ଦକ୍ଷିଣ ଆଫ୍ରିକା ବିପକ୍ଷରେ ଭାରତ ୩ ଟି -20 ମ୍ୟାଚ୍, ୩ଟି ODI ମ୍ୟାଚ୍ ଓ ୨ଟି ଟେଷ୍ଟ ମ୍ୟାଚ୍ ଖେଳିବ । ଆଇସିସି ଟି -20 ବିଶ୍ୱକପ ପୂର୍ବରୁ ଏହି ସିରିଜ ବେଶ ଗୁରୁତ୍ୱପୂର୍ଣ୍ଣ ହେବାକୁ ଯାଉଛି । ଖେଳାଳିଙ୍କ ପ୍ରଦର୍ଶନକୁ ପରକ୍ଷିବା ଦୃଷ୍ଟିକୋଣରୁ ଏହି ସିରିଜ୍ ବେଶ ଗୁରୁତ୍ୱପୂର୍ଣ୍ଣ ହେବାକୁ ଯାଉଛି । ସେପଟେ କିନ୍ତୁ ଏହି ସିରିଜ ଆରମ୍ଭ ପୂର୍ବରୁ ଦକ୍ଷିଣ ଆଫ୍ରିକାକୁ ଲାଗିଛି ଝଟକା । ଦଳର କୋଚ୍ କହିଛନ୍ତି, କ୍ୱିଣ୍ଟନ୍ ଡି କକ୍ (Quinton de Kock) ଟି -20 କ୍ରିକେଟ୍ ରୁ ଅବସର ନେବାକୁ ଚାହୁଁଛନ୍ତି। ଡି କକ୍ ବିଶ୍ୱକପ୍ ପରେ ଅବସର ନେବାକୁ ପ୍ରସ୍ତୁତ ଅଛନ୍ତି । ଏହି ଖବର ସାମ୍ନାକୁ ଆସିବା ପରେ ଆଫ୍ରିକୀୟ ପ୍ରଶଂସକଙ୍କ ମଧ୍ୟରେ ଆଲୋଡ଼ନ ସୃଷ୍ଟି ହୋଇଛି। କ୍ୱିଣ୍ଟନ୍ ଡି କକ୍ (Quinton de Kock) ପୂର୍ବରୁ ଟେଷ୍ଟ ଓ ODIରୁ ଅବସର ନେଇସାରିଛନ୍ତି।


Share It

Comments are closed.