ଏଣିକି ନୌସେନା ଅଧିକାରୀ ପିନ୍ଧିବେ ଶିବାଜୀ ମହାରାଜଙ୍କ ସେନାର ଚିହ୍ନ

Share It

ଏଣିକି ନୌସେନା ଅଧିକାରୀ ସେମାନଙ୍କ କାନ୍ଧରେ ଶିବାଜୀ ମହାରାଜଙ୍କ ସେନାର ଚିହ୍ନରେ ସଜ୍ଜିତ ପଟ୍ଟୀ ପିନ୍ଧିବେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏହା ଘୋଷଣା କରିଛନ୍ତି। ଆଜି ନୌସେନା ଦିବସରେ ମହାରାଷ୍ଟ୍ରର ସିନ୍ଧୁଦର୍ଗ ଜିଲ୍ଲାର ତାରକାରଲି ବେଳାଭୂମିରେ ଆୟୋଜିତ ସ୍ୱତନ୍ତ୍ର ଉତ୍ସବରେ ଯୋଗ ଦେଇ ପ୍ରଧାନମନ୍ତ୍ରୀ କହିଛନ୍ତି, ଖୁବ୍ ଶୀଘ୍ର ନୌସେନାର ପଦବୀକୁ ଭାରତୀୟ ସଂସ୍କୃତି ଏବଂ ପରମ୍ପରା ଅନୁଯାୟୀ ନୂତନ ନାମ ଦିଆଯିବ। ଶ୍ରୀ ମୋଦୀ ନୌସେନା ଜାହାଜରେ ଦେଶର ପ୍ରଥମ ମହିଳା କମାଣ୍ଡିଂ ଅଫିସର ନିଯୁକ୍ତ ହୋଇଥିବାରୁ ଅଭିନନ୍ଦନ ଜଣାଇଛନ୍ତି। ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି ଯେ ତାଙ୍କ ସରକାର ସାମୁଦ୍ରିକ ଅର୍ଥନୀତିର ବିକାଶ ଉପରେ ଧ୍ୟାନ ଦେଉଛନ୍ତି ଏବଂ ସାଗରମାଳା ପ୍ରକଳ୍ପ ଅଧୀନରେ ବନ୍ଦର ଭିତ୍ତିକ ବିକାଶ ଉପରେ କାର୍ଯ୍ୟ କରୁଛନ୍ତି। ସେ କହିଛନ୍ତି ଯେ ଏହି ପ୍ରକଳ୍ପର ଉଦ୍ଦେଶ୍ୟ ହେଉଛି ଉପକୂଳବର୍ତ୍ତୀ ଅଞ୍ଚଳର ବିକାଶ, ଯାହା ଦ୍ୱାରା ପର୍ଯ୍ୟଟନ ଏବଂ ନିଯୁକ୍ତି ବୃଦ୍ଧି ହେବ। ଶ୍ରୀ ମୋଦୀ କହିଛନ୍ତି ଯେ ଭାରତୀୟ ନୌସେନା ପାଇଁ ଅତୀତର ଗୌରବ ଫେରାଇ ଆଣିବା ପାଇଁ ଏହା ହେଉଛି ଉପଯୁକ୍ତ ସମୟ ଯାହା ବିଦେଶୀ ଆକ୍ରମଣକାରୀଙ୍କ ଦ୍ୱାରା ନଷ୍ଟ ହୋଇଯାଇଥିଲା। ସେ କହିଛନ୍ତି ଯେ ଭାରତର ଇତିହାସ ହେଉଛି ଶକ୍ତି, ସାମର୍ଥ୍ୟ, ସାହସିକତା, ଜ୍ଞାନ, କଳା ଏବଂ ଅଭିନବ ଉଦ୍ଭାବନର ଏକ ସମୃଦ୍ଧ ଇତିହାସ। ସେ କହିଛନ୍ତି ଯେ ଏକ ଶକ୍ତିଶାଳୀ ସାମୁଦ୍ରିକ ଶକ୍ତିର ମହତ୍ତ୍ୱ ବୁଝିଥିବା ଛତ୍ରପତି ଶିବାଜୀ ମହାରାଜଙ୍କଠାରୁ ପ୍ରେରଣା ନେବା ସମୟ ଆସିଛି।


Share It

Comments are closed.