ଶନିବାର ଦିନ ଏହିସବୁ ଖାଦ୍ୟ ଖାଇବା ଠାରୁ ଦୂରେଇ ରୁହନ୍ତୁ, ନଚେତ ଶନିଦେବ କରିପାରନ୍ତି କୋପ


ଶନିବାର ଶନିଦେବଙ୍କ ଦିନ ବୋଲି ହିନ୍ଦୁ ଧର୍ମରେ ବିଶ୍ୱାସ ରହିଛି | ଏହି ଦିନ ଭଗବାନ ଶନିଙ୍କୁ ପ୍ରସନ୍ନ କରିବା ପାଇଁ କଳା ରାଶି, ସୋରିଷ ତେଲ କିମ୍ବା ରାଶି ତେଲ ଆଦି ମନ୍ଦିରରେ ଅର୍ପଣ କରାଯାଇଥାଏ | ହିନ୍ଦୁମାନେ ଶନି ଭଗବାନଙ୍କୁ ନ୍ୟାୟର ଭଗବାନ ବୋଲି ବିଶ୍ୱାସ କରନ୍ତି | କୁହାଯାଏ ଯେ, ଯେଉଁମାନଙ୍କ କୁଣ୍ଡଳୀରେ ଶନି ଦୋଷ ରହିଛି ସେମାନଙ୍କୁ ଶନିବାର ଦିନ ଶନି ଭଗବାନଙ୍କ ପୂଜା କରିବା ଉଚିତ | ଆହୁରି ମଧ୍ୟ ଏମିତି କିଛି ଜିନିଷ ରହିଛି ଯାହା ଭୁଲରେ ମଧ୍ୟ ଶନିବାର ଖାଇବା ଉଚିତ ନୁହେଁ |

ଆସନ୍ତୁ ଜାଣିବା ସେସବୁ କଣ :

୧. ଶନିବାର ଦିନ ସାଧା କ୍ଷୀର କିମ୍ବା ଦହି ଭୁଲରେ ମଧ୍ୟ ଖାଇବା ଉଚିତ ନୁହେଁ | ଏଥିରେ ଅଳ୍ପ ହଳଦୀ କିମ୍ବା ଗୁଡା ମିଶାଇ ଖାଇବା ଉଚିତ |

୨. ଶନିବାର ଦିନ ମଶୁରି ଦଳି ଖାଇବା ଅନୁଚିତ | ମଶୁରି ଦଳି ଛଡା ଯେକୌଣସି ଦଳି ଖାଇଲେ ମଧ୍ୟ କିଛି ଅସୁବିଧା ନାହିଁ | ମଶୁରି ଦଳି ରଙ୍ଗ ଲାଲ ହୋଇଥିବା ହେତୁ ଏହା ମଙ୍ଗଳ ସହିତ ଜଡିତ | ତେଣୁ ଶନିବାର ମଶୁରି ଦଳି ଖାଇଲେ ଶନିଦେବଙ୍କ କ୍ରୁର ଦୃଷ୍ଟି ପଡିଥାଏ |

୩. ଆମ୍ବ ଆଚାର ଭୁଲରେ ମଧ୍ୟ ଖାଇବା ଉଚିତ ନୁହେଁ | ଆମ୍ବ ଆଚାର କଞ୍ଚା ଏବଂ ଖଟା ଆମ୍ବରୁ ତିଆରି ହୋଇଥାଏ | ଶନିଦେବଙ୍କୁ ଖଟା ଏବଂ କଷା ଜିନିଷ ଜମା ବି ପସନ୍ଦ ନୁହେଁ | ତେଣୁ ଶନିବାର ଖଟା କିମ୍ବା କଷା ଜିନିଷ ଆଦୌ ଖାଇବେ ନାହିଁ |

୪. ଶନିବାର ଦିନ ରୋଷେଇବେଳେ ନାଲି ଲଙ୍କା ଗୁଣ୍ଡ କିମ୍ବା ଶୁଖିଲା ଲଙ୍କା ବ୍ୟବହାର କରିବେ ନାହିଁ | ଉଭୟ ଶୁଖିଲା ଲଙ୍କା ଏବଂ ଲଙ୍କା ଗୁଣ୍ଡ ଶନିଦେବଙ୍କୁ ଅସନ୍ତୁଷ୍ଟ କରିଥାଏ |

୫. ଶନିବାର ଦିନ ଭୁଲରେ ମଧ୍ୟ ମଦ୍ୟପାନ କରିବା ଉଚିତ ନୁହେଁ | କୁଣ୍ଡଳୀରେ ଯଦି ଶନିଙ୍କ ପ୍ରଭାବ ଭଲ ମଧ୍ୟ ଥାଏ ତାହେଲେ ସୁଦ୍ଧା ଶନିବାର ମଦ୍ୟପାନ ଅନୁଚିତ | ଏହା ଦ୍ୱାରା ଶନି ଭଗବାନ ରାଗିଯାଇଥାନ୍ତି |


Share It

Comments are closed.