ଏବେ ମଲାଇକାଙ୍କ ପଡୋଶୀ ହେଲେ ଅର୍ଜୁନ କପୁର, ଜାଣନ୍ତୁ କିପରି


ବଲିଉଡ ଅଭିନେତା ଅର୍ଜୁନ କପୁର ୪ ବିଏଚକେ ଆପାର୍ଟମେଣ୍ଟ କିଣିଛନ୍ତି, ଯେଉଁଠାରୁ ୱର୍ଲି ସି ଲିଙ୍କ ଦୃଶ୍ୟ ଘରେ ବସି ଦେଖିବାକୁ ପାଇପାରିବେ । ଅର୍ଜୁନଙ୍କ ଏହି ଆପାର୍ଟମେଣ୍ଟ ମୁମ୍ବାଇର ବାନ୍ଦ୍ରା ୱେଷ୍ଟରେ ଅବସ୍ଥିତ । ଅର୍ଜୁନ କପୁର ବାନ୍ଦ୍ରା ପଶ୍ଚିମ ଅଞ୍ଚଳରେ ସି ଫେସିଙ୍ଗ୍ ୪ ବିଏଚକେ ଆପାର୍ଟମେଣ୍ଟ କିଣିଛନ୍ତି । ଏହି ୨୬ ମହଲା ବିଲ୍ଡିଂରେ ପୁଲ୍, ଜିମ୍, ପେଟ୍ କର୍ଣ୍ଣର୍, ଲାଇବ୍ରେରୀ, ପ୍ଲେ ଏରିଆ, ମିନି ଗଲ୍ଫ କୋର୍ସ, ସ୍ପା ସହିତ ଅନେକ ସୁବିଧା ରହିଛି ।

ସୂଚନା ଅନୁଯାୟୀ, ଅର୍ଜୁନ କପୁରଙ୍କ ଏହି ଆପାର୍ଟମେଣ୍ଟର ମୂଲ୍ୟ ୨୦ ରୁ ୨୩ କୋଟି ମଧ୍ୟରେ ରହିଛି। ଏଥି ସହିତ, ଏହି ଆପାର୍ଟମେଣ୍ଟର ଅବସ୍ଥାନ ବିଷୟରେ ବିଶେଷ କଥା ହେଉଛି ଯେ ଏଠାରୁ ମଲାଇକା ଆରୋରାଙ୍କ ଘର ଦୂରତା ଖୁବ୍ କମ୍ । ଏହାପୂର୍ବରୁ ଆଲିଆ ଭଟ୍ଟ, ସୋନାକ୍ଷୀ ସିହ୍ନା, ଜାହ୍ନଭୀ କପୁର, ଅମିତାଭ ବଚ୍ଚନଙ୍କ ପରି ଅନେକ ଷ୍ଟାର ନୂଆ ଘର କିଣିବା ନେଇ ଚର୍ଚ୍ଚାରେ ରହିଥିଲେ।

ଅର୍ଜୁନଙ୍କୁ ନିକଟରେ ‘ସନ୍ଦୀପ ଅର ପିଙ୍କି ଫରାର୍’ ଏବଂ ‘ସର୍ଦ୍ଦାର କା ଗ୍ରଣ୍ଡସନ୍’ ରେ ନଜର ଆସିଥିଲେ। ସେ ଖୁବ୍ ଶୀଘ୍ର ‘ଭୁତ୍ ପୋଲିସ୍’ ଏବଂ ‘ଏକ ଭିଲେନ୍ ୨’ରେ ନଜର ଆସିବେ।


Share It

Comments are closed.