ଧୋନୀଙ୍କୁ ନେଇ ଏଭଳି ବିସ୍ଫୋରକ ବୟାନ ଦେଲେ ଯୁବରାଜ


ଭାରତୀୟ ଦଳର ପୂର୍ବତ୍ତନ ଖେଳାଳୀ ଯୁବରାଜ ସିଂହଙ୍କ ମତରେ କୌଣସି ଅଧିନାୟକଙ୍କର ନିଜର ପ୍ରିୟ ଖେଳାଳୀ ରହିବା ଏହି ସାଧାରଣ କଥା କିନ୍ତୁ ଯେତେବେଳେ ମହେନ୍ଦ୍ର ସିଂହ ଧୋନୀ କଥା ଆସେ ସେତେବେଳେ ତାଙ୍କର ପ୍ରିୟ ଖେଳାଳୀ ଥିଲେ ସୁରେଶ ରାଇନା । ସୁରେଶଙ୍କ, ମହେନ୍ଦ୍ର ସିଂହ ଧୋନୀଙ୍କ ସମର୍ଥ ମିଳିଥିଲା । ଭାରତୀୟ ଦଳ ସୀମିତ ଓଭରର ମହାନ କ୍ରିକେଟର ଯୁବରାଜ ସିଂହ କହିଛନ୍ତି ଯେ, କେଉଁଭଳି ଭାବରେ ୨୦୧୧ ବିଶ୍ୱକପ ସମୟରେ ଧୋନୀଙ୍କୁ ଏକଦା କୌଣସି ଏକ ନିଷ୍ପତିକୁ ନେଇ ତାଙ୍କୁ ଅନେକ ଚିନ୍ତାର ସମ୍ମୁଖୀନ ହେବାକୁ ପଡିଥିଲା, ଯେତେବେଳେ ସେ ଫିଲ୍ଡିଙ୍ଗ ୧୧ରେ ତାଙ୍କୁ (ଯୁବରାଜ), ୟୁସଫ ପଠାନ ଏବଂ ରାଇନାଙ୍କ ମଧ୍ୟରୁ ଦୁଇ ଜଣଙ୍କୁ ଚୟନ କରିବାର ଥିଲା ।
ସାମ୍ବାଦିକଙ୍କ ସହ ଏକ ସାକ୍ଷାତକାରରେ ଯୁବରାଜ କହିଥିଲେ ଯେ, ସୁରେଶ ରାଇନାଙ୍କୁ ସେତେବେଳେ ସମର୍ଥନ ହାସିଲ ଥିଲା, କାରଣ ତାଙ୍କୁ ଧୋନୀ ସମର୍ଥନ କରୁଥିଲେ । ସମସ୍ତ ଅଧିନାୟକଙ୍କର ପ୍ରିୟର ଖେଳାଳୀ ହେବା ସତ୍ତ୍ୱେ ଏବଂ ମୋତେ ଅନୁଭବ ହେଉଥିଲା ସେହି ସମୟରେ ଧୋନୀ ରାଇନାଙ୍କୁ ଖୁବ ସମର୍ଥନ ଦେଇଥିଲେ । ପରିଶେଷରେ ତିନି ଖେଳାଳୀ ପ୍ଲେଇଙ୍ଗ ୧୧ରେ ନିଜର ସ୍ଥାନ ପକ୍କା କରିଥିଲେ ଏବଂ ଯୁବରାଜ ଭାରତକୁ ଟାଇଟେଲ ପ୍ରଦାନ କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ ।
ସେ ଆହୁରୀ କହିଛନ୍ତି ଯେ, “ସେ ସମୟରେ ୟୁସୁଫ ଭଲ ପ୍ରଦର୍ଶନ କରୁଥିଲେ ଏବଂ ମୁଁ ଭଲ ପ୍ରଦର୍ଶନ ସହିତ ୱିକେଟ ମଧ୍ୟ ହାସଲ କରୁଥିଲି । କିନ୍ତୁ ସେହି ସମୟରେ ସୁରେଶ ଭଳ ପ୍ରଦର୍ଶନ କରିପାରୁ ନଥିଲେ । ସେହି ସମୟରେ ଆମ ପାଖରେ କୌଣସି ବାମହାତୀ ସ୍ପିନର ନଥିଲେ ଏବଂ ମୁଁ ୱିକେଟ ହାସଲ କରିପାରୁଥିଲି ବୋଲି ସେ ସମୟରେ ତାଙ୍କ ପାଖରେ ଅନ୍ୟ କୋଣସି ବିକଳ୍ପ ନଥିଲା ।”
ଗାଙ୍ଗୁଲୀଙ୍କୁ ନେଇ ଯୁବରାଜ କହିଥିଲେ ଯେ, “ଦାଦା ମୋର ପ୍ରିୟ ଅଧିନାୟକ ଅଟନ୍ତି । ତାଙ୍କ ଠାରୁ ମୋତେ ଅନେକ ସମର୍ଥନ ମିଳିଛି, ସବୁଠାରୁ ଅଧିକ ।”


Share It

Comments are closed.