୩୦ ବର୍ଷ ପରେ ବିଶ୍ୱକପ ଫାଇନାଲରେ ଇଂଲଣ୍ଡ-ପାକିସ୍ତାନ ଭେଟ


ମେଲବୋର୍ଣ୍ଣ କ୍ରିକେଟ ଗ୍ରାଉଣ୍ଡରେ ପାକିସ୍ତାନ କ୍ରିକେଟ ଦଳ ୧୯୯୨ରେ ପ୍ରଥମ ଥର ପାଇଁ ଆଇସିସି ଦିନିକିଆ ବିଶ୍ବକପ ଜିତିଥିଲା। ଉକ୍ତ ଫାଇନାଲରେ ଇଂଲଣ୍ଡକୁ ୨୨ରନରେ ପରାସ୍ତ କରି ପାକିସ୍ତାନ ବିଶ୍ବକପ ମୁକୁଟ ପିନ୍ଧିଥିଲା। ଠିକ୍‌ ୩୦ ବର୍ଷ ପରେ ଉଭୟ ଦଳ ପୁଣି ଥରେ ସେହି ମେଲବୋର୍ଣ୍ଣ କ୍ରିକେଟ ଗ୍ରାଉଣ୍ଡରେ ବିଶ୍ବକପର ଫାଇନାଲରେ ମୁହାଁମୁହିଁ ହେବାକୁ ଯାଉଛନ୍ତି। ଉଭୟ ଫାଇନାଲ ମଧ୍ୟରେ ଏତିକି ଭିନ୍ନ ଯେ, ୧୯୯୨ରେ ଦିନିକିଆ ବିଶ୍ବକପ ରହିଥିବା​‌ବେଳେ ୨୦୨୨ରେ ଟ୍ବେଣ୍ଟି୨୦ ବିଶ୍ବକପ। ୧୯୯୨ ଦିିନିକିଆ ବିଶ୍ବକପ ସେମିଫାଇନାଲରେ ପାକିସ୍ତାନ ନ୍ୟୁଜିଲାଣ୍ଡକୁ ପରାସ୍ତ କରି ଫାଇନାଲରେ ପହଞ୍ଚିଥିଲା। ଚଳିତ ଟ୍ବେଣ୍ଟି୨୦ ବିଶ୍ବକପରେ ଦଳ ସମାନ ଢଙ୍ଗରେ ନ୍ୟୁଜିଲାଣ୍ଡକୁ ପରାସ୍ତ କରି ଫାଇନାଲରେ ପହଞ୍ଚିଛି। ଟ୍ବେଣ୍ଟି୨୦ ବିଶ୍ବକପରେ ଉଭୟ ଦଳ ଦୁଇଥର ମୁହାଁମୁହିଁ ହୋଇଛନ୍ତି। ସେଥିମଧ୍ୟରୁ ଇଂଲଣ୍ଡ ଦୁଇଟି ଯାକ ମ୍ୟାଚରେ ବିଜୟୀ ହୋଇଛନ୍ତି। ଇଂଲଣ୍ଡ ୨୦୦୯ରେ ୪୮ରନରେ ୨୦୧୦ରେ ୬ୱିକେଟରେ ଜିତିଥିଲା। କିନ୍ତୁ ଦିନିକିଆ କ୍ରିକେଟ ବିଶ୍ବକପରେ ପାକିସ୍ତାନ ଆଗରେ ରହିଛି। ଉଭୟ ଦଳ ଦିନିକିଆ ବିଶ୍ବକପରେ ୧୦ଥର ମୁହାଁମୁହିଁ ହୋଇଛନ୍ତି। ସେଥିମଧ୍ୟରୁ ପାକିସ୍ତାନ ୫ ଟି ଓ ଇଂଲଣ୍ଡ ୪ଟି ମ୍ୟାଚରେ ବିଜୟୀ ହୋଇଛନ୍ତି। ଟ୍ବେଣ୍ଟି୨୦ ବିଶ୍ବକପରେ ଇଂଲଣ୍ଡ ଆଗରେ ରହିଛି। କିନ୍ତୁ ମେଲବୋର୍ଣ୍ଣରେ ଉଭୟ ଦଳ ପ୍ରଥମ ଥର ପାଇଁ ମୁହାଁମୁହିଁ ହେବେ। ପାକିସ୍ତାନ ଅଧିନାୟକ ବାବର ଆଜମ ଇଂଲଣ୍ଡ ବିପକ୍ଷରେ ୫୬୦ରନ


Share It

Comments are closed.