ଇତିହାସରେ ଲିପିବଦ୍ଧ ‘କଳା ଦିବସ’ ଜୁନ ୨୫ ପଛରେ କ’ଣ ରହିଥିଲା ରହସ୍ୟ, ଆସନ୍ତୁ ଜାଣିବା


୨୫ ଜୁନ ୧୯୭୫, ଆଜିର ଏହି ତାରିଖକୁ ଭାରତୀୟ ଲୋକତନ୍ତ୍ରରେ କଳା ଦିବସ ବୋଲି ବିବେଚନା କରାଯାଏ । ଏହି ଦିନକୁ ଆଜି ୪୩ ବର୍ଷ ପୂରୁଛି । ସ୍ୱାଧୀନତାର ୨୮ ବର୍ଷ ପରେ, ତକ୍ରଳୀନ ପ୍ରଧାନମନ୍ତ୍ରୀ ଇନ୍ଧିରା ଗାନ୍ଧୀଙ୍କ ଦ୍ୱାରା ନିଆଯାଇଥିବା ଏକ ନିଷ୍ପତି ଦ୍ୱାରା ଦେଶରେ ଜରୁରୀକାଳିନ ପରସ୍ଥିତି ସୃଷ୍ଟି ହୋଇଥିଲା । ୨୫ ଏବଂ ୨୬ ଜୁନ ରାତିରେ ରାଷ୍ଟ୍ରପତି ଫକରୁଦିନ ଅଲ୍ଲୀ ଖାନଙ୍କ ଏକ ଦସ୍ତଖତରେ ହିଁ ଜରୁରୀକାଳୀନ ପରିସ୍ଥିତ ସୃଷ୍ଟି ହୋଇଯାଇଥିଲା, ଯେଉଁଥିରେ ଦେଶର ସମସ୍ତ ନାଗରିକଙ୍କ ଠାରୁ ନିଜର ଅଧିକାର ଛଡାଇ ନିଆଯାଇଥିଲା । ଏହା ସହିତ ଦେଶର ସମସ୍ତ ଛୋଟ-ବଡ ନିର୍ବାଚନକୁ ସ୍ଥଗିତ କରାଇ ଦିଆଯାଇଥିଲା । ଏହା ଦ୍ୱାରା ଇନ୍ଧିରା ଗାନ୍ଧୀ ଏବଂ ସରକାର ବିରୋଧି ଥିବା ସମସ୍ତ ଦଳୀୟ କାର୍ଯ୍ୟକର୍ତାଙ୍କୁ ବନ୍ଧୀ କରାଇଦିଆଯାଇଥିଲା । ଏହି ଜରୁରୀ କଳୀନ ପରିସ୍ଥିତ ସମୟରେ ଗଣ ମାଧ୍ୟମର ସମସ୍ତ ସ୍ୱାଧୀନତାକୁ ଛଡାଇ ନିଆଯିବା ସହ ଏହି ଉପରେ ଅନେକ ଗୁଡିଏ ପ୍ରତିବନ୍ଧକ ମଧ୍ୟ ଲାଗଇ ଦିଆଯାଇଥିଲା । କଂଗ୍ରେସ ଶାସନ ସମୟରେ ଦେଶରେ ସୃଷ୍ଟି ହୋଇଥିବା ଏହି ଜରୁରୀକାଳିନ ପରିସି୍ଥତିକୁ ବିରୋଧ କରି ବର୍ତ୍ତମାନ ବିଜେପି ସାରା ଦେଶରେ କଳା ଦିବସ ପାଳନ କରୁଛି । ତେବେ ଆସନ୍ତୁ ନିଜର ପକାଇବା ଜରୁରୀକାଳୀନ ପରିସ୍ଥିତି ସମ୍ବନ୍ଧିୟ ମୁଖ୍ୟ ଖବର

ଜରୁରୀକାଳୀନ ବିଶେଷ – ୨୫ ଜୁନ ୧୯୭୫ ଭୋରରେ ଏକ ଫୋନ କଲ ଦ୍ୱାରା ଦେଶରେ ଲାଗୁ ହୋଇଥିଲା “ଜରୁରୀକାଳୀନ ପରିସ୍ଥିତ” ।

କେନ୍ଦ୍ରର କଂଗ୍ରେସ ସରକାର ବିରୋଧି ସ୍ଲୋଗାମ ଧିରେ ଧିରେ ବଢିବାରେ ଲାଗିଥିଲା । ବିରୋଧି ଦଳର ବରିଷ୍ଠ ନେତାମାନେ ଆନ୍ଦୋଳନ ତୀବ୍ର କରିବାରେ ଲାଗିଥିଲେ, ଯେଉଁମାନଙ୍କ ସହ ଦେଶର ଯୁବକମାନେ ମଧ୍ୟ ସାମିଲ ଥିଲେ । ଦେଶର ଜନତାଙ୍କ ମଧ୍ୟରେ କଂଗ୍ରେସ ସରକାର ପ୍ରତି ଅସନ୍ତୋଷ ବଢିବାରେ ଲାଗିଥିଲା । ବିରୋଜଗାରୀ ଚରମସୀମାରେ ଆସି ପହଞ୍ଚିଥିଲା । ଦେଶରେ ପରିବର୍ତ୍ତନର ସ୍ୱର ବ୍ୟାପକ ହେବାରେ ଲାଗିଥିଲା ଯାହା ଫଳରେ ଇନ୍ଧିରା ଗାନ୍ଧୀଙ୍କ ମନରେ ନିଜର ଗାଦୀ ହରାଇବାର ଭୟ ଧୀରେ ଧୀରେ ଜନ୍ମିବାରେ ଲାଗିଥିଲା । ସେ ଧିରେ ଧିରେ ଦୁର୍ବଳ ହେବାରେ ଲାଗିଥିଲେ ଏବଂ ନିଜର ଗାଦୀକୁ ବଞ୍ଚାଇବା ପାଇଁ କିଛି କଠୋର ପଦକ୍ଷେପ ନେବାକୁ ଚାହିଁଥିଲେ । ଇନ୍ଧିରା ଏକ ସାକ୍ଷାତକାରରେ କହିଥିଲେ ଯେ, ସେ ଆମେରିକାର ରାଷ୍ଟ୍ରପତି ‘ରିଚାର୍ଡ ନିକସନ ’ଙ୍କ ହିଟ ଲିଷ୍ଟରେ ଥିଲେ ତାଙ୍କ ମନରେ ଏକ ଡର ମଧ୍ୟ ରହିଥିଲା ଯେ, କାଳେ ଆମେରିକାର ତାଙ୍କ ବିରୋଧରେ ଏକ ବୃହତ ଷଡଯନ୍ତ୍ର କରୁଛି କି, ଯାହା ଫଳରେ ତାଙ୍କର ସମସ୍ତ ସତା ହରାଇବସିବେ ।
୨୫ ଜୁନ ୧୯୭୫ ରାତିରୁ ୨୧ ମାର୍ଚ୍ଚ ୧୯୭୭ ପର୍ଯ୍ୟନ୍ତ ଦେଶରେ ଜରୁରୀ କାଳୀନ ପରିସ୍ଥିତ ଲାଗୁ ରହିଥିଲା । ତକ୍ରଳୀନ ରାଷ୍ଟ୍ରପତି ଫକରୁଦିନ ଅଲ୍ଲୀ ଖାନ ଏବଂ ତକ୍ରଳୀନ ପ୍ରଧାନମନ୍ତ୍ରୀ ଇନ୍ଧିରା ଗାନ୍ଧୀଙ୍କ ନେତୃତାଧୀନ ସରକାର ଦ୍ୱାରା ସାମ୍ବିଧାନିକ ଧାରା ୩୫୨ ଦ୍ୱାରା ଦେଶରେ ଜରୁରୀକାଳୀନ ପରିସ୍ଥିତି ଲାଗୁ ହୋଇଥିଲା ।


Share It

Comments are closed.