ଆପଣ ମଧ୍ୟ ଏହି ସମୟରେ ଖାଦ୍ୟ ଖାଇବା ର ଭୁଲ କରୁନାହାନ୍ତି ତ?


ଦୈନନ୍ଦିନ ଜୀବନରେ କର୍ମବ୍ୟସ୍ତତା ମଧ୍ୟରେ ଅଧିକାଂଶ ଲୋକେ ସଠିକ ସମୟରେ ଖାଦ୍ୟ ସେବନ କରି ନଥାଆନ୍ତି। ଅନେକ ଟିଭି ଦେଖି ଦେଖି ଖାଦ୍ୟ ଖାଇ ଥାଆନ୍ତି। ସେହିପରି ବହୁ ଲୋକେ ବିଳମ୍ବିତ ରାତିରେ ଖାଦ୍ୟ ଖାଇଥାଆନ୍ତି। କିଛି ଲୋକେ ବିଳମ୍ବିତ ରାତିରେ ଖାଦ୍ୟ ଖାଇବାକୁ ହୋଟେଲ ଯାଇଥାଆନ୍ତି। ମାତ୍ର ବିଳମ୍ବିତ ରାତିରେ ଖାଦ୍ୟ ସେବନ କରିବା ସ୍ୱାସ୍ଥ୍ୟ ପାଇଁ ଅତ୍ୟନ୍ତ କ୍ଷତିକାରକ ହୋଇଥାଏ। ଆୟୁର୍ବେଦରେ ମଧ୍ୟ ଏହା ବିଷୟରେ ବର୍ଣ୍ଣନା କରାଯାଇଛି। ଏହା ଶରୀରରେ ଅନେକ ପ୍ରଭାବ ପକାଇଥାଏ। ଜାଣନ୍ତୁ……

ବିଶେଷଜ୍ଞଙ୍କ ମତାନୁଯାୟୀ, ବିଳମ୍ବିତ ରାତିରେ ଖାଦ୍ୟ ଗ୍ରହଣ କରିବା ଦ୍ୱାରା ଶରୀରରେ ସ୍ୱାସ୍ଥ୍ୟ ପାଇଁ କ୍ଷତିକାରକ ଫ୍ୟାଟ୍‍ ବୃଦ୍ଧି ହୋଇଥାଏ।
ଆୟୁର୍ବେଦ ଅନୁଯାୟୀ,ରାତିରେ ଖାଦ୍ୟ ଖାଇବାର ସଠିକ ସମୟ ୭ଟାରୁ ୮ଟା। ମାତ୍ର କେତେକ ଲୋକେ ରାତି ୧୦ଟା କିମ୍ବା ୧୦ଟା ପରେ ମଧ୍ୟ ଖାଦ୍ୟ ଖାଇଥାଆନ୍ତି। ରାତିରେ ଶୋଇବାର ୨ ରୁ ୩ଘଣ୍ଟା ପୂର୍ବରୁ ଭୋଜନ କରିବା ଆବଶ୍ୟକ। ଖାଦ୍ୟ ଖାଇ ତୁରନ୍ତ ଶୋଇବାକୁ ଯାଆନ୍ତୁ ନାହିଁ, ଏହାଦ୍ୱାରା ମୋଟାପଣ ବୃଦ୍ଧି ହେବା ସହ ଗ୍ୟାଷ୍ଟ୍ରିକ,ପେଟ ଜନିତ ଅନେକ ସମସ୍ୟା ସୃଷ୍ଟି ହୋଇଥାଏ।

ବିଳମ୍ବିତ ରାତିରେ ଖାଦ୍ୟ ଗ୍ରହଣ ଏସିଡିଟିର ମୁଖ୍ୟ କାରଣ ହୋଇଥାଏ। ଏହାସହ ହୃଦୟ ଉପରେ ମଧ୍ୟ ପ୍ରଭାବ ପକାଇଥାଏ। ତେଣୁ ଯଥାସମ୍ଭବ ବିଳମ୍ବିତ ରାତିରେ ଖାଦ୍ୟ ସେବନରୁ ଦୂରେଇ ରୁହନ୍ତୁ।

ସେହିପରି ଆୟୁର୍ବେଦ ଅନୁଯାୟୀ, ରାତିରେ ଅଧିକ ମାତ୍ରାରେ ଭୋଜନ କରନ୍ତୁ ନାହିଁ। ଏହା ଦ୍ୱାରା ପେଟରେ ଗ୍ୟାଷ୍ଟ୍ରିକ,ଶୋଇବାରେ ସମସ୍ୟା, ଯନ୍ତ୍ରଣା ଆଦି ହୋଇଥାଏ।

ଅନେକ ସମୟରେ ଲୋକେ ତରବରିଆ ହୋଇ ଖାଦ୍ୟ ଖାଇଥାଆନ୍ତି। ଏହାଦ୍ୱାରା ହଜମ ଜନିତ ଅନେକ ସମସ୍ୟା ସୃଷ୍ଟି ହୋଇଥାଏ। ନିଦ ମଧ୍ୟ ଭଲ ଭାବେ ହୋଇନଥାଏ।

ବିଳମ୍ବିତ ରାତିରେ ଖାଦ୍ୟ ଖାଇଲେ ମଧୁମେୟ,ରକ୍ତଚାପ,ମୋଟାପଣ, ହଜମରେ ସମସ୍ୟା, ଦୁଶ୍ଚିନ୍ତା, ନିଦ ଜନିତ ଅନେକ ସମସ୍ୟା ସୃଷ୍ଟି ହୋଇଥାଏ।


Share It

Comments are closed.