ଗ୍ରୀଷ୍ମଜନିତ କ୍ଲାନ୍ତି ଦୂର କରିବ ତରଭୁଜ


ବର୍ତ୍ତମାନ ଗ୍ରୀଷ୍ମ ପ୍ରବାହ ଦିନକୁ ଦିନ ବଢିବାରେ ଲାଗିଲାଣି । ଅତ୍ୟଧିକ ଗରମରେ ଶରୀରକୁ ଥଣ୍ଡା ରଖିବା ପାଇଁ ତରଭୁଜ ବହୁତ ଉପକାରୀ । ଏଥିରେ ପର୍ଯ୍ୟାପ୍ତ ପରିମାଣରେ ଜଳ ଭରିରହିଥିବାରୁ ଏହାକୁ ଖାଇବା ଦ୍ୱାରା ଶରୀରର ଜଳିୟ ଅଂଶ ନିୟନ୍ତ୍ରିତ ରହିଥାଏ । ଏହା ସ୍ୱାଦିଷ୍ଠ ହୋଇଥିବା ସହିତ ପୋଷକ ତତ୍ୱରେ ପରିପୂର୍ଣ୍ଣ ଅଟେ । ଏଥିରେ ୯୫ ପ୍ରତିଶତ ଭିଟାମିନ୍ ଏବଂ ମିନେରାଲସରେ ପରିପୂର୍ଣ୍ଣ, ଯାହାକି ବିଭିନ୍ନ ସ୍ୱାସ୍ଥ୍ୟଗତ ସମସ୍ୟାରୁ ରକ୍ଷା କରିଥାଏ । ଏଥିରେ ଥିବା ଅଧିକ ଜଳୀୟ ଅଂଶ ଯୋଗୁଁ ଏହା ଶରୀରରେ ଏସିଡ଼ିଟି ହେବାକୁ ଦିଏ ନାହିଁ ଏବଂ ପାଚନ ପ୍ରକ୍ରିୟା ଠିକ୍ ହୋଇଥାଏ ।
ତରଭୁଜରେ ଥିବା କ୍ୟାରୋଟିନ୍ର ମାତ୍ରା କ୍ୟାନସର ଦାଉରୁ ରକ୍ଷା କରିଥାଏ । ଏହାକୁ ଖାଇବା ଦ୍ୱାରା ମଧୂମେହ ସ୍ତରକୁ ସାମାନ୍ୟ ରଖିବାରେ ମଧ୍ୟ ସହାୟକ ହୋଇଥାଏ । ଏଥିରେ ଥିବା କୋଲାଜେନ୍ ନାମକ ତତ୍ତ୍ୱ ତ୍ୱଚାକୁ ସୁନ୍ଦର ଏବଂ ଉଜ୍ଜ୍ୱଳ ରଖିବାରେ ସହାୟକ ହୋଇଥାଏ । ତରଭୁଜର ନିୟମିତ ସେବନ କିଡ଼ନୀ ରୋଗୀଙ୍କ ପାଇଁ ଅଧିକ ଲାଭଦାୟକ ହୋଇଥାଏ । ଖାସ୍ କରି ଲେମ୍ବୁ ରସ ସହିତ ଏହାକୁ ଖାଇବା ଦ୍ୱରା ୟୁରିକ୍ ଏସିଡ଼୍ ସମ୍ବନ୍ଧିୟ ସମସ୍ୟାରୁ ରକ୍ଷା ମିଳିଥାଏ । ଏଥିରେଥିବା ଏଣ୍ଡିନୋସିନ୍ ନାମକ ତତ୍ତ୍ୱ ଶରୀରରେ ରକ୍ତକୁ ଜମାଟ ବାନ୍ଧିବାକୁ ଦିଏ ନାହିଁ ଏବଂ ରକ୍ତ ସଞ୍ଚାଳନକୁ ସଠିକ୍ କରିଥାଏ । ତେଣୁ ଏହାର ନିୟମିତ ସେବନ ଷ୍ଟ୍ରୋକ୍ ତଥା ହୃଦ୍ଘାତ ସମ୍ବନ୍ଧିୟ ସମସ୍ୟାକୁ ହ୍ରାସ କରାଇଥାଏ ।


Share It

Comments are closed.