ଆପଣ କମ୍ପ୍ୟୁଟର ସର୍ଟକର୍ଟ କି ବ୍ୟବହାର ଜାଣିଛନ୍ତି କି ?


ଆଜିର ଏ ଆଧୁନିକ ସମାଜରେ କମ୍ପ୍ୟୁଟର ସବୁ ସ୍ଥାନରେ ଆବଶ୍ୟକ ହେଉଥିବାବେଳେ ଏଥିରେ କାମ କରିବା ସମୟରେ ବ୍ୟବହୃତ ସମୟକୁ ହ୍ରାସ କରାଯାଇପାରିବ । ଏଥି ପାଇଁ ଆବଶ୍ୟକ କମ୍ପ୍ୟୁଟର କିବୋର୍ଡ଼ର କିଛି ସର୍ଟକର୍ଟ କି ସମ୍ବନ୍ଧିୟ ଜ୍ଞାନ । ଯଦି ଆପଣ ଉୟିଣ୍ଡୋଜ୍ କମ୍ପ୍ୟୁଟରରେ କାମ କରି ଏହାକୁ ଲକ୍ କରିବାକୁ ଚାହୁଁଥାନ୍ତି, ତେବେ ଉୟିଣ୍ଡୋ ବଟନ୍ ସହିତ ଏଲ ବଟନକୁ(Window ଏବଂ L) ଦବାନ୍ତୁ । ଦେଖିବେ ଆପଣଙ୍କ କମ୍ପ୍ୟୁଟର ଲକ୍ ହେବା ସହିତ ବିନା ପାସୱାର୍ଡ଼ରେ ଏହା ଖୋଲିବ ନାହିଁ । କମ୍ପ୍ୟୁଟରରେ ଖୋଲାଥିବା ସମସ୍ତ ଉୟିଣ୍ଡୋକୁ ଯଦି ଆପଣ ମିନିମାଇଜ କରିବାକୁ ଚାହାଁନ୍ତି ତେବେ ଉୟିଣ୍ଡୋ ବଟନ୍ ସହିତ ଡ଼ି(Window ଏବଂD) ବଟନକୁ ଦବାନ୍ତୁ । ଏହା ଦ୍ୱାରା ସ୍କ୍ରିନରେ ଖୋଲାଥିବା ସମସ୍ତ ଉୟିଣ୍ଡୋଜ ଗୁଡ଼ିକ ଆପେ ଆପେ ମିନିମାଇଜ୍ ହୋଇଯିବ । ଯଦି ଆପଣଙ୍କ କମ୍ପ୍ୟୁଟର ସ୍କ୍ରିନରେ ବହୁତ ଗୁଡ଼ିଏ ଉୟିଣ୍ଡୋଜ୍ ଖୋଲା ଅଛି ଏବଂ ଆପଣଙ୍କୁ ଗୋଟେ ଉୟିଣ୍ଡୋରୁ ଆଉ ଗୋଟିଏ ଉୟିଣ୍ଡୋକୁ ସିଫ୍ଟ କରିବାର ଅଛି ତେବେ ମାଉସ୍ କ୍ଲିକ୍ ବିନା ମଧ୍ୟ ଆପଣ ଅଲ୍ଟ ସହିତ ଟ୍ୟାବ୍(Alt ଏବଂ Tab) ପ୍ରେସ୍ କରନ୍ତୁ । ଏହା ଦ୍ୱାରା ଆପଣ ଅତି ଶିଘ୍ର ଆପଣଙ୍କ କାର୍ଯ୍ୟ ସମ୍ପାଦନ କରିପାରିବେ ।

ଯଦି ଆପଣ ବ୍ରାଉଜରରେ ନେଟ୍ ସର୍ଫିଙ୍ଗ କରୁଥାନ୍ତି ଏବଂ ଆପଣଙ୍କୁ କୋଡ଼ ଟେକ୍ସଟ, ଫଟୋ ତଥା ପେଜକୁ ବଡ଼ ଆକାରରେ ଦେଖିବାକୁ ଚାହୁଁଥାନ୍ତି ତେବେ କିବୋର୍ଡ଼ରେ ସିଟିଆରଏଲ ସହିତ ପ୍ଲସ୍ ବଟନ (Ctrl ଏବଂ +) ପ୍ରେସକରି ବଡ଼ ଏବଂ ସିଟିଆରଏଲ ସହିତ ମାଇନସ୍ ବଟନ (Ctrl ଏବଂ – ) ପ୍ରେସକରି ଛୋଟ ଆକାରର ଦେଖିପାରିବେ । ବ୍ରାଉଜରରେ କାମ କରୁଥିବା ସମୟରେ ଗୋଟେ ଟ୍ୟାବରୁ ଅନ୍ୟ ଗୋଟିଏ ଟ୍ୟାବକୁ ଯିବାକୁଥିଲେ କଣ୍ଟ୍ରୋଲ ବଟନ ସହିତ ପେଜ୍ ଅପ୍/ପେଜ୍ ଡ଼ାଉନ୍ (Ctrl ଏବଂ Page up/Page Down) ବଟନକୁ ପ୍ରେସ୍ କରିପାରନ୍ତି । ଏହା ଦ୍ୱରା ଆପଣ ଅତି ଶୀଘ୍ର ଆଗ ପଛ କୌଣସିବି ଟ୍ୟାବକୁ ଯାଇପାରିବେ । ସିଷ୍ଟମରେ କୌଣସି ଫାଇଲକୁ ଯଦି ରିନେମ୍ କରିବାକୁ ଚାହୁଁଥାନ୍ତି କେବଳ ଉକ୍ତ ଫାଇଲକୁ ସିଲେକ୍ଟ କରନ୍ତୁ ଏବଂ ଏଫ ୨ (F2) ବଟନକୁ ପ୍ରେସ କରନ୍ତୁ ଏବଂ ଫାଇଲକୁ ରିନେମ୍ କରନ୍ତୁ । ସେହିପରି ଏଫ ୫ (F5) ବଟନକୁ ପ୍ରେସକରି ଆପଣ ଆପଣଙ୍କ ସିଷ୍ଟମକୁ ରିଫ୍ରେସ୍ କରିପାରିବେ ।

ବ୍ରାଉଜରରେ ସର୍ଫିଙ୍ଗ କରିବା ସମୟରେ ଯଦି ଉୟିଣ୍ଡୋକୁ ଫୁଲ ସ୍କ୍ରିନରେ ଦେଖିବାକୁ ଚାହୁଁଥାନ୍ତି ତେବେ ଏଫ୍ ୧୧ (F11) ଦବାନ୍ତୁ । ଏହା ଦ୍ୱାରା ଆପଣଙ୍କ ବ୍ରାଉଜର୍ ଫୁଲ୍ ସ୍କ୍ରିନ୍ ହୋଇଯିବ ଏବଂ ପୁର୍ନବାର (F11) ଏହାକୁ ଦବାଇଲେ ଉୟିଣ୍ଡୋ ସ୍କ୍ରିନ୍ ପୁର୍ନବାର ନର୍ମାଲ ହୋଇଯିବ । ସିଷ୍ଟମରେ ଖୋଲାଯାଇଥିବା କୌଣସିବି ସଫ୍ଟଓୟାର ଉୟିଣ୍ଡୋ କିମ୍ବା ପେଜକୁ ବନ୍ଦ କରିବା ପାଇଁ ଅଲ୍ଟ ଏଫ ୪କୁ (Alt ଏବଂ F4)ବ୍ୟବହାର କରିପାରିବେ । ସମସ୍ତ ଉୟିଣ୍ଡୋକୁ ବନ୍ଦ କଲାପରେବି ଯଦି ଆପଣ ଇନ୍ ବଟନକୁ ପ୍ରେସ୍ କରନ୍ତି ତେବେ ଆପଣଙ୍କ ସିଷ୍ଟମ ସର୍ଟଡ଼ାଉନ୍ ହୋଇଯିବ ।


Share It

Comments are closed.