ମାତ୍ର ସପ୍ତାହ ଭିତରେ ଚେହେରାରୁ ଦୂର ହେବ ସନ ଟ୍ୟାନ, କରନ୍ତୁ ଏହି ଉପାୟ


ଗ୍ରୀଷ୍ମ ଋତୁରେ ସନଟ୍ୟାନ୍ ହେବା ଏକ ଏପରି ସମସ୍ୟା, ଯାହା ଆପଣଙ୍କ ଚେହେରାର ସମସ୍ତ ସୁନ୍ଦରତା ଛଡାଇ ନେଇଥାଏ । ଏହାଦ୍ୱାରା କେବଳ ଆପଣଙ୍କ ସ୍କିନ୍ କଲର୍ ଡାର୍କ ହୋଇନଥାଏ ବରଂ ଏଥିରେ ବ୍ରଣ ସମସ୍ୟା ମଧ୍ୟ ହୋଇଥାଏ । ତେଣୁ ସ୍କିନ୍ ସମସ୍ୟାକୁ ଦୁର କରିବା ପାଇଁ ଟ୍ୟାନକୁ ହଟାଇବା ସବୁଠାରୁ ଜରୁରୀ । ଚାଲନ୍ତୁ ଜାଣିବା ଏପରି ଫେସ୍ ମାସ୍କ ବିଷୟରେ ଯାହାକୁ ବ୍ୟବହାର କରିବା ଦ୍ୱାରା ସନଟ୍ୟାନ୍ ଏକ ସପ୍ତାହରେ ଦୁର ହୋଇଯାଇଥାଏ ।

ଦହି ଏବଂ ମହୁ ପ୍ୟାକ୍:

ଦହି ତ୍ୱଚାକୁ ଅନାବଶ୍ୟକ ମଇଳାରୁ ମୁକ୍ତି ପାଇବାରେ ସାହାଯ୍ୟ କରିଥାଏ । ସେହିପରି ମହୁ ତ୍ୱଚାକୁ ସଫା କରିବାରେ ଏବଂ ଆଣ୍ଟି-ଇମ୍ଫ୍ଲାମେଟୋରୀ ଏଜେଣ୍ଟ୍ ଭାବରେ କାମ କରିବାରେ ସାହାଯ୍ୟ କରିଥାଏ ।

ପ୍ରସ୍ତୁତ ପ୍ରଣାଳୀ – ୨ଚାମଚ ଦହିରେ ୧ ଚାମଚ ମହୁ ମିଶାଇ ଭଲ ଭାବରେ ମିଶାନ୍ତୁ । ଏହାପରେ ମୁହଁରେ ଲଗାଇ ୧୫ ମିନିଟ୍ ପରେ ଧୋଇ ଦିଅନ୍ତୁ ।

କେସର ଏବଂ କ୍ଷୀର ପ୍ୟାକ୍:

କେସର ପିଗମେଣ୍ଟେସନ୍, ବ୍ରଣ ଏବଂ ତ୍ୱଚାର ଅନ୍ୟ ସମସ୍ୟାର ଚିକିତ୍ସା କରିବାରେ ସାହାଯ୍ୟ କରିଥାଏ । କେସର କ୍ଷୀର ସହିତ ମିଶି ଆହୁରି ଲାଭ ଦାୟକ ହୋଇଥାଏ ।

ପ୍ରସ୍ତୁତ ପ୍ରଣାଳୀ – କ୍ଷୀରରେ କେସର ମିଶାଇ କିଛି ସମୟ ପର୍ଯ୍ୟନ୍ତ ରଖି ଦିଅନ୍ତୁ । କଟନ୍ ସାହାଯ୍ୟରେ ଏହାକୁ ମୁହଁରେ ଲଗାନ୍ତୁ । ଭଲଭାବରେ ଶୁଖିଗଲା ପରେ ଧୋଇ ଦିଅନ୍ତୁ ।

ଚନ୍ଦନ ଏବଂ ହଳଦୀ ପ୍ୟାକ୍:

ଚନ୍ଦନ ଡ୍ୟାମେଜ୍ ସ୍କିନକୁ ଠିକ୍ କରିବାରେ ସହାୟକ ହୋଇଥାଏ । ଏହା ହଳଦୀ ସହିତ ମିଶି ଟ୍ୟାନ୍ ହଟାଇବାରେ ସାହାଯ୍ୟ କରିଥାଏ ।

ପ୍ରସ୍ତୁତ ପ୍ରଣାଳୀ – କ୍ଷୀରରେ ଚନ୍ଦନ ପାଉଡର ଏବଂ ହଳଦୀ ମିଶାଇ ଭଲଭାବରେ ଗୋଳାନ୍ତୁ । ପରେ ଏହାକୁ ମୁହଁରେ ଲଗାନ୍ତୁ । ଶୁଖିଗଲା ପରେ ଧୋଇ ଦିଅନ୍ତୁ । ଏହାପରେ ତୁରନ୍ତ ମଇଶ୍ଚୁରାଇଜର ଲଗାନ୍ତୁ ।

ଏଲୋଭେରା ପ୍ୟାକ୍:

ଏଲୋଭେରା ଜେଲ୍ ହେଉଛି ଆଣ୍ଟି ବ୍ୟାକ୍ଟେରିଆଲ୍, ଏବଂ ଆଣ୍ଟି ଏନଫ୍ଲାମେଟୋରୀ ଏଜେଣ୍ଟ, ଯାହା ଟ୍ୟାନିଂ ଦୁର କରିବାରେ ସାହାଯ୍ୟ କରିଥାଏ ।

ପ୍ରସ୍ତୁତ ପ୍ରଣାଳୀ – ଶୋଇବା ପୂର୍ବରୁ ଏଲୋଭେରା ଜେଲକୁ ମୁହଁରେ ଲଗାଇ ରାତି ସାରା ଛାଡି ଦିଅନ୍ତୁ । ସକାଳୁ ଉଠି ମୁହଁକୁ ଧୋଇ ଦିଅନ୍ତୁ ।


Share It

Comments are closed.