ଗଜପତି ଓ ଗଞ୍ଜାମ ଜିଲ୍ଲାରେ ମୃଦୁ ଭୂକମ୍ପ ଅନୁଭୂତ


ଗଜପତି ଓ ଗଞ୍ଜାମ ଜିଲ୍ଲାର କିଛି ଅଞ୍ଚଳରେ ମୃଦୁ ଭୂକମ୍ପ ଝଟ୍‌କା ଅନୁଭୂତ ହୋଇଛି । ପ୍ରାୟ ୭ ସେକେଣ୍ଡ ଧରି କିଛି ଅଞ୍ଚଳ ଥରିଉଠିଥିଲା । ଯାହାଫଳରେ କିଛି ଲୋକ ଘରୁ ବାହାରକୁ ଆସିଥିବାର ଦେଖିବାକୁ ମିଳିଛି ।

ସୂଚନାଯୋଗ୍ୟ ଯେ, ଆଜି ସକାଳ ପ୍ରାୟ ୭.୧୫ରେ ମୋହନାର କିଛି ଅଞ୍ଚଳ ଭୂକମ୍ପରେ ଥରିଉଠିଥିଲା । ପ୍ରାୟ ୭ ସେକେଣ୍ଡ ଧରି ଥରିବା ଯୋଗୁଁ ଲୋକେ ଭୟରେ ଘରୁ ବାହାରକୁ ଆସିଯାଇଥିଲେ । ତେବେ ସକାଳ ସମୟ ହୋଇଥିବା ଯୋଗୁଁ ଅନେକ ଲୋକ ଜାଣିପାରିନଥିଲେ । ସେହିଭଳି ଚନ୍ଦ୍ରଗିରି , ମହେନ୍ଦ୍ରଗଡ଼ , ଆର. ଉଦୟଗିରି , ଛେଳିଗଡ , ଅଡବା , ଲୁହଗୁଡି ଅଞ୍ଚଳରେ ଏହାର ପ୍ରଭାଵ ଦେଖିବାକୁ ମିଳିଛି ।

ସେହିପରି ଗଞ୍ଜାମ ଜିଲ୍ଲାର ପାତ୍ରପୁର ଅଞ୍ଚଳରେ ମଧ୍ୟ ମୃଦୁ ଭୂମିକମ୍ପ ଅନୁଭୂତ ହୋଇଛି । ଚିକିଟି ଅଂଚଳରେ ଝଟ୍‌କା ଅନୁଭୂତ ହୋଇଥିବା ସୂଚନା ରହିଛି । ଗଞ୍ଜାମ ଜିଲ୍ଲା ସାନଖେମୁଣ୍ଡି ଅଞ୍ଚଳରେ ଆଜି ସକାଳ ୭.୧୧ମିନିଟ ସମୟରେ ପୋଡାମାରି ଅଞ୍ଚଳରେ ମଧ୍ୟ ଅଳ୍ପ ଧରଣର ଭୂକମ୍ପ ଦେଖାଯାଇଛି । ସେହିଭଳି ଦିଗପହଣ୍ଡି ଭୀଷ୍ମଗିରି ଅଞ୍ଚଳରେ ମଧ୍ୟ ହୋଇଥିବା ନେଇ ସୂଚନା ମିଳିଛି । ସେପଟେ ଆନ୍ଧ୍ରପ୍ରଦେଶର ଶ୍ରୀକାକୋଲମ ଜିଲ୍ଲାରେ ମଧ୍ୟ ହୋଇଥିବା ଖବର ମିଳିଛି।


Share It

Comments are closed.