ଶୁକ୍ର ଓ ମଙ୍ଗଳଙ୍କ ଗୋଚରରୁ ଗଠିତ ହେଉଛି ମହାସଂଯୋଗ : ଆଜିଠୁ ଚମକିବ ଏହି ତିନି ରାଶିର ଭାଗ୍ୟ


ଏହି ମାସରେ ୨ଟି ବଡ ଗ୍ରହ ଗୋଟିଏ ରାଶିରେ ରହିବେ । ମଙ୍ଗଳ ଜୁଲାଇ ୧ରୁ ସିଂହ ରାଶିକୁ ଚଳନ କରିଥିବା ବେଳେ ଆଜି(ଶୁକ୍ରବାର) ଶୁକ୍ର ମଧ୍ୟ ସେହି ରାଶିରେ ଚଳନ କରିବେ । ଗୋଟିଏ ରାଶିରେ ଦୁଇ ରାଶିଙ୍କ ସ୍ଥିତି ତିନୋଟି ରାଶିକୁ ଶୁଭଫଳ ପ୍ରଦାନ କରିବ । ଦିର୍ଘ ଦଶନ୍ଧି ପରେ ଏଭଳି ମହାସଂଯୋଗ ପଡୁଛି । ଏହି ରାଶି ଗୁଡିକର ଆର୍ଥିକ ସ୍ଥିତି ମଜବୁତ୍ ହେବା ସହ ନୂଆ ଚାକିରି ସାଙ୍ଗକୁ ପଦୋନ୍ନତିର ମଧ୍ୟ ଯୋଗ ରହିଛି। ତେବେ, ଆସନ୍ତୁ ଜାଣିବା ସେହି ତିନି ରାଶି ଗୁଡି଼କ ବିଷୟରେ…

ଏହି ତିନି ରାଶିର ବ୍ୟକ୍ତିଙ୍କ ଭାଗ୍ୟରେ ଆଜିଠୁ ଲାଗିଲା ଲଟେରି,ଚମକି ଉଠିବ ଭାଗ୍ୟ:

ମେଷ: ମଙ୍ଗଳ ସିଂହ ରାଶିରେ ପ୍ରବେଶ କରିଥିବା ବେଳେ ଶୁକ୍ର ମଧ୍ୟ ସେହି ରାଶିକୁ ଚଳନ କରିବେ। ଫଳରେ ମେଷ ରାଶିର ବ୍ୟକ୍ତି ଏହାର ଶୁଭଫଳ ପାଇବେ। ଶୁକ୍ର-ମଙ୍ଗଳଙ୍କ ସଂଯୋଗ ହେତୁ ଆପଣଙ୍କ ଆୟରେ ଭଲ ବୃଦ୍ଧି ଘଟିବ । ଏଥିସହିତ ଆପଣଙ୍କ ଆୟରେ ନୂଆ ମାଧ୍ୟମ ମଧ୍ୟ ଖୋଲିଯିବ । ଯେଉଁ ଲୋକଙ୍କ କ୍ୟାରିଅର ମଡିଆ, ଫିଲ୍ମ,ଅଭିନୟ, ଫେଶନ ଡିଜାଇନିଂ ସମ୍ବଧିତ ଅଟେ,ସେମାନଙ୍କର ସମୟ ବହୁତ ସୁନ୍ଦର ହେବ । ଆପଣଙ୍କ ବେପାର ଓ କ୍ୟାରିଅରରେ ଭଲ ସଫଳତା ମିଳିବ । ଏ-ହି ସମୟ ଆପଣଙ୍କ ପ୍ରେମ ଜୀବନ ପାଇଁ ଅତ୍ୟନ୍ତ ପ୍ରତିକୂଳ ରହିବ। ଅବିବାହିତ ଲୋକଙ୍କ ପାଇଁ ଏହି ସମୟ ଭଲ ରହିଛି । ବିବାହ ଯୋଗ ମଧ୍ୟ ଫିଟିଛି । ଦିର୍ଘ ଦିନ ହୋଇପାରୁନଥିବା କାର୍ଯ୍ୟ ମଧ୍ୟ ଏହି ସମୟରେ ସମ୍ପୁର୍ଣ୍ଣ ହେବ ।

ବିଛା: ମଙ୍ଗଳ ଏହି ରାଶିର ପ୍ରଥମ ଏବଂ ଷଷ୍ଠ ଘରର ପ୍ରଭୁ ଅଟନ୍ତି । ଶୁକ୍ର ଓ ମଙ୍ଗଳ ଆପଣଙ୍କ ରାଶିର ଦଶମ ଘରେ ରହିବେ । ବେପାରରେ ଭଲ ଧନ ଲାଭ ଯୋଗ ରହିଛି । କାରଣ ଆପଣ ଗୋଚର କୁଣ୍ଡଳୀରେ ଶୁକ୍ର ଦେବ ଦଶମ ଘରେ ରହୁଛନ୍ତି । ଏହି ସମୟରେ ଆପଣ ବିଭିନ୍ନ ସ୍ରୋତରୁ ଧନ ରୋଜଗାର କରିବେ । ଏହାଛଡ଼ା ଆପଣଙ୍କୁ ଆକସ୍ମିକ ଧନ ଲାଭ ଯୋଗ ମଧ୍ୟ ରହିଛି । ଉଧାର ଧନ ଫେରି ପାଇବେ । ଓକିଲ, ଶିକ୍ଷକ ଓ ମାର୍କେଟିଂ କ୍ୟାରିଅର ଥିବା ବ୍ୟକ୍ତିଙ୍କ ପାଇଁ ସମୟ ବହୁତ ସୁନ୍ଦର ରହିବ । ନୂତନ ଚାକିରି ପାଇବାର ମଧ୍ୟ ସମ୍ଭାବନା ରହିଛି । ଏବଂ କାର୍ଯ୍ୟାଳୟରେ ଆପଣଙ୍କୁ ପଦୋନ୍ନତି ମିଳିବାର ମଧ୍ୟ ଯଥେଷ୍ଟ ସମ୍ଭାବନା ରହିଛି।

ମକର : ମଙ୍ଗଳ ସିଂହ ରାଶିରେ ପ୍ରବେଶ କରିଥିବା ବେଳେ ଶୁକ୍ର ମଧ୍ୟ ସେହି ରାଶିକୁ ଆଜି ଚଳନ କରିବେ। ମକର ରାଶିର ଶୁକ୍ର ହେଉଛି ପଞ୍ଚମ ଘରର ପ୍ରଭୁ ଏବଂ ମଙ୍ଗଳ ହେଉଛି ଚତୁର୍ଥ ଘରର ପ୍ରଭୁ ଅଟନ୍ତି। ଫଳରେ ଉଭୟ ଗ୍ରହ ଏହି ରାଶିକୁ ଶୁଭଫଳ ପ୍ରଦାନ କରିବେ। ମକର ରାଶିର ବ୍ୟକ୍ତିଙ୍କ ପାଇଁ ଏହି ସମୟ ବେଶ ଅନୁକୂଳ ରହିବ । କର୍ମ କ୍ଷେତ୍ରରେ ଉଚ୍ଚପଦସ୍ଥ ଅଧିକାରୀଙ୍କ ଠାରୁ ପ୍ରଶଂସିତ ହୋଇପାରନ୍ତି । ଧନ ଲାଭ, ଦରମା ବୃଦ୍ଧି ସହ କାର୍ଯ୍ୟାଳୟରେ ପଦୋନ୍ନତି ହେବାର ସମ୍ଭାବନା ରହିଛି । ଅବିବାହିତ ମାନଙ୍କ ବିବାହ ସ୍ଥିର ହୋଇପାରେ । ଏହି ସମୟରେ ବିଦେଶ ଭ୍ରମଣ ନେଇ ସୁଯୋଗ ସୃଷ୍ଟି ହୋଇପାରେ । ଆର୍ଥିକ କ୍ଷେତ୍ରରେ ଲାଗି ରହିଥିବା ସମସ୍ୟା ଦୂର ହେବ । ବ୍ୟବସାୟରେ ଲାଭ, ସମାଜରେ ମାନ ସମ୍ମାନ ମିଳିବ ।


Share It

Comments are closed.