ଟାଟା ପାୱାର ପକ୍ଷରୁ ଛତିଶଗଡ଼ ରାଜ୍ୟ ବିଦ୍ୟୁତ ବଂଟନ କଂପାନି ଲିମିଟେଡ୍ ପାଇଁ ସ୍ମାର୍ଟ ମିଟର ପ୍ରକଳ୍ପ କାର୍ଯ୍ୟକାରୀ କରିବାକୁ ୧୭୪୪ କୋଟି ଟଙ୍କାର କାର୍ଯ୍ୟବରାଦ ହାସଲ


ଛତିଶଗଡ଼ର ଋାୟପୁର ଅଂଚଳରେ (ରାୟପୁର ସହର ଓ ରାୟପୁର ଗ୍ରାମାଚଂଳ) ପ୍ରକଳ୍ପ କାର୍ଯ୍ୟକାରୀ ହେବ
ଏହି ଅଂଚଳରେ ଟାଟା ପାୱାର ୧୮.୬୦ ଲକ୍ଷ ମିଟର ସ୍ଥାପନ ଓ ପରିଚାଳନା କରିବ
ଭୁବନେଶ୍ୱର: ଛତିଶଗଡ଼ ରାଜ୍ୟ ବିଦ୍ୟୁତ ବଂଟନ କଂପାନି ଲିମିଟେଡ୍ (ସିଏସ୍‌ପିଡିସିଏଲ୍‌)ରେ ସ୍ମାର୍ଟ ମିଟରିଂ ପ୍ରକଳ୍ପ କାର୍ଯ୍ୟକାରୀ କରିବା ପାଇଁ ଟାଟା ପାୱାର ଲେଟର୍ ଅଫ୍ ଆୱାର୍ଡ (ଏଲ୍‌ଓଏ) ହାସଲ କରିଛି ।
ଛତିଶଗଡ଼ ଡିସ୍‌କମ୍ ଅଧିନସ୍ଥ ବିଭିନ୍ନ ଅଂଚଳ ପାଇଁ ସିଏସ୍‌ପିଡିସିଏଲ୍ ପକ୍ଷରୁ ତିନିଟି ପ୍ୟାକେଜ୍ ପାଇଁ ଆହ୍ୱାନ କରାଯାଇଥିବା ଟେଣ୍ଡର ଶେଷରେ ଏହି ଏଲ୍‌ଓଏ ଜାରି କରାଯାଇଛି । ଟାଟା ପାୱାର ପ୍ୟାକେଜ୍‌-୨ରେ ଅଂଶଗ୍ରହଣ କରିଥିଲା ଓ ବିଜେତା ଭାବେ ଉଭା ହୋଇଛି । ଟିପିସିଏଲ୍ ପାଇଁ ପ୍ରକଳ୍ପର ମୂଲ୍ୟ ହେଉଛି ୧୭୪୪ କୋଟି ଟଙ୍କା ଏବଂ ଏହି ପ୍ରକଳ୍ପର ଅବଧି ୧୦ ବର୍ଷ ପର୍ଯ୍ୟନ୍ତ ରହିଛି ।
ଟାଟା ପାୱାରର ସିଇଓ ଓ ଏମ୍‌ଡି ଡକ୍ଟର ପ୍ରବୀର ସିହ୍ନା କହିଛନ୍ତି ଯେ, “ଛତିଶଗଡ଼ ରାଜ୍ୟ ବିଦ୍ୟୁତ ବଂଟନ କଂପାନି ଲିମିଟେଡ୍ ପାଇଁ ସ୍ମାର୍ଟ ମିଟରିଂ ପ୍ରକଳ୍ପ କାର୍ଯ୍ୟକାରୀ କରିବା ଲାଗି ୧୭୪୪ କୋଟି ଟଙ୍କାର ଏକ ଗୁରୁତ୍ୱପୂର୍ଣ୍ଣ ବରାଦ ହାସଲ କରିଥିବା ବିଷୟରେ ଘୋଷଣା କରି ଆମେ ଅତ୍ୟନ୍ତ ଆନନ୍ଦିତ । ଉଚ୍ଚ ମୂଲ୍ୟର ଏବଂ ସ୍ୱତନ୍ତ୍ର ପ୍ରକଳ୍ପ କାର୍ଯ୍ୟକାରୀ କରିବାରେ ଆମର ରହିଥିବା ବିଶେଷତା ପ୍ରତି ଏହା ପ୍ରମାଣ ଯାହା ବିଦ୍ୟୁତ ବଂଟନ ଦୃଶ୍ୟପଟ୍ଟରେ ରୂପାନ୍ତରଣ ଆଣିବାକୁ ଲକ୍ଷ୍ୟ ରଖାଯାଇଛି ।’’
ଏହି ପ୍ରକଳ୍ପରେ ସାମିଲ ରହିଛି ଡିଜାଇନ, ଯୋଗାଣ, ସ୍ଥାପନା, କାର୍ଯ୍ୟକାରୀତା ଓ ତା’ ପରେ ଗ୍ରାହକଙ୍କ ଓ ବଂଟନ ଟ୍ରାନ୍ସଫରମର ସ୍ତରରେ ସ୍ମାର୍ଟ ମିଟରର ପରିଚାଳନା ଓ ରକ୍ଷଣାବେକ୍ଷଣ । ପରିବର୍ତିତ ବଂଟନ କ୍ଷେତ୍ର ସ୍କିମ୍ (ଆର୍‌ଡିଏସ୍‌ଏସ୍‌) ଅଧୀନରେ ଏହାକୁ କାର୍ଯ୍ୟକାରୀ କରାଯିବ ଏବଂ ଆଲୋଚ୍ୟ ଅଂଚଳରେ ଏହା ଏଟିଆଣ୍ଡ୍‌ସି କ୍ଷତିରେ ଉନ୍ନତି ଆଣିବା ଏବଂ ସିଏସ୍‌ପିଡିସିଏଲ୍‌ର ରାଜସ୍ୱ ସଂଗ୍ରହ ବଢ଼ାଇବ ବୋଲି ଆଶା କରାଯାଉଛି ।


ସିଏସ୍‌ପିଡିସିଏଲ୍ ହେଉଛି ରାଜ୍ୟ ମାଲିକାନାରେ ଥିବା ଏକ ବିଦ୍ୟୁତ ବଂଟନ କଂପାନି ଯାହା ଛତିଶଗଡ଼ ରାଜ୍ୟର ଗ୍ରାହକମାନଙ୍କୁ ବିଦ୍ୟୁତ ଯୋଗାଣ ଦାୟିତ୍ୱରେ ରହିଛି ।


Share It

Comments are closed.