ପ୍ରତିଦିନ ଖାଲି ପେଟରେ ଚା ପିଇବା ଆପଣଙ୍କ ପାଇଁ ହୋଇପାରେ ସମସ୍ୟା, ଜାଣନ୍ତୁ କାହିଁକି


ପ୍ରାୟତଃ ସମସ୍ତେ ଚା’ ପିଇବାକୁ ପସନ୍ଦ କରନ୍ତି । ଖାସ୍‌ କରି ସକାଳୁ ଉଠିଲେ ଆଗ ସମସ୍ତେ ଚା ଖୋଜିଥାନ୍ତି। କାହିଁକି ନା ଚା ବିନା ଦିନ ଆରମ୍ଭ ହୁଏ ନାହିଁ । ଏଥିପାଇଁ କେବଳ ଆମେ ହିଁ ନୁହେଁ ଚା’ ସହିତ ଦିନ ଆରମ୍ଭ କରିବାର ଅଭ୍ୟାସ ଭାରତର ପୁରୁଣା ଅଭ୍ୟାସ । ହେଲେ ଏହି ଚା ଶରୀର ପାଇଁ ବହୁ କ୍ଷତି ହୋଇଥାଏ । ପ୍ରତିଦିନ ଖାଲି ପେଟରେ ଚା ପିଇବା ଉଚିତ୍ ନୁହେଁ, କାରଣ ଏହା ପେଟରେ ଏସିଡିଟି ସମସ୍ୟା ସହ ଅନେକ ପ୍ରକାରର ରୋଗ ମଧ୍ୟ ସୃଷ୍ଟି କରିଥାଏ। ଆସନ୍ତୁ ଆପଣଙ୍କୁ ଏହାର ଅନେକ ସାଇଡ୍‌ ଇଫେକ୍ଟ ।

୧-ଉଚ୍ଚ ରକ୍ତଚାପରେ ପୀଡିତ ବ୍ୟକ୍ତିମାନେ କେବେବି ସକାଳୁ ଉଠି ଚା ପିଇବା ଉଚିତ୍ ନୁହେଁ । କାରଣ ଏଥିରେ ଥିବା କ୍ୟାଫେନ୍ ଶରୀରରେ ଦ୍ରବୀଭୂତ ହେବା ମାତ୍ରେ ରକ୍ତଚାପ ବୃଦ୍ଧି କରିଥାଏ । ଯାହା ଭବିଷ୍ୟତରେ ହୃଦଘାତର ଆଶଙ୍କା ହେବାର ସମ୍ଭାବନା ଥାଏ ।

୨-ପ୍ରାୟତଃ ଆମେ ଟେନସନ ତଥା ଚାପରୁ ମୁକ୍ତି ପାଇଁ ସକାଳ ଉଠୁ ଉଠୁ ଚା ପିଇଥାଉ, କିନ୍ତୁ ଏହା କରିବା ଦ୍ୱାରା ଟେନସନ ଅଧିକ ବଢିଯାଏ । ବାସ୍ତବରେ, ଚା’ରେ କଫିନ୍‌ର ପରିମାଣ ଅଧିକ ଥାଏ । ଯାହା ନିଦ ଦୂର କରିଥାଏ । କିନ୍ତୁ ସ୍ୱାସ୍ଥ୍ୟ ବିଶେଷଜ୍ଞମାନେ ବିଶ୍ୱାସ କରନ୍ତି ଯେ ଏହା ଟେନସନ ବଢାଇଥାଏ ।

୩-ସକାଳେ ଖାଲି ପେଟରେ ଚା ପିଇବା ହଜମକ୍ରିୟା ପାଇଁ ଭଲ ନୁହେଁ ବୋଲି କରାଯାଏ । କାରଣ ଏହା ପେଟରେ ଗ୍ୟାସ୍ ସମସ୍ୟା ସୃଷ୍ଟି କରିଥାଏ । ଯାହା ଫଳରେ ଏସିଡିଟି ଭଳି ଅନେକ ସମସ୍ୟା ଦେଖା ଦିଏ ।

୪-ସକାଳେ ଖାଲି ପେଟରେ ଚା ପିଇବା ଦ୍ୱାରା ବ୍ଲଡ୍‌ରେ ସୁଗାର ଲେବଲ ବଢାଇଥାଏ । ଶରୀରର ଥିବା ଅନେକ କୋଷିକାକୁ ଦୁର୍ବଳ କରିଥାଏ । ଯାହା ଡାଇବେଟିସ୍‌ ଲୋକ ପାଇଁ ବିପଦ ଆଣିଥାଏ ।

୫-ଏହା ବ୍ୟତୀତ ଆପଣ ସକାଳେ ଖାଲି ପେଟରେ ଚା ପିଅନ୍ତି, ତେବେ ଆଜି ଏହି ଅଭ୍ୟାସ ଛାଡିଦିଅନ୍ତୁ, କାରଣ ଏହା କରିବା ଦ୍ୱାରା ପେଟର ଭିତର ଅଂଶରେ ସମସ୍ୟା ସୃଷ୍ଟି କରିଥାଏ । ଯାହା ଅଲସର ଭଳି ବିପଦ ଦେଖାଦିଏ ।


Share It

Comments are closed.