ଏହି ମନ୍‌ସୁନ୍‌ରେ ରୋଗରୁ ଦୂରେଇ ରହିବା ପାଇଁ ଚାହୁଁଥିଲେ ପିଅନ୍ତୁ ଏହି ୪ ପ୍ରକାର ଚା’, ମିଳିବ ଫାଇଦା


ବର୍ତ୍ତମାନ ବର୍ଷା ଋତୁ । ହଠାତ୍‌ ଗରମ୍‌ ବା ବର୍ଷ ଯୋଗୁଁ ସମସ୍ତଙ୍କର ସ୍ବାସ୍ଥ୍ୟ ବିଗିଡି ଯାଏ । ଏହି ମନସୁନ୍‌ ତଥା ମୌସୁମୀରେ ଗରମ ଚା ପିଇବାର ମଜା କିଛି ଅଲଗା ଥାଏ । କିନ୍ତୁ ବର୍ଷା ଋତୁରେ ଲୋକମାନେ ବାର ବାର ଚା ପିଇବା ପାଇଁ ସୁଯୋଗ ଖୋଜନ୍ତି । ଘରେ ସାଧାରଣତ କ୍ଷୀର ଚା ତିଆରି କରିବା ଏବଂ ପିଇବା ଏକ ଅଭ୍ୟାସ ରହିଯାଏ। ତଥାପି, ଏହାର ଅଧିକ ପିଇବା ସ୍ଵାସ୍ଥ୍ୟ ଉପରେ ଖରାପ ପ୍ରଭାବ ପକାଇପାରେ । ଅଧିକ କ୍ଷୀର ଚା ପିଇବା ଦ୍ବାରା ଗ୍ୟାସ୍ ସମସ୍ୟା ସୃଷ୍ଟି କରିଥାଏ। ତେଣୁ ଆପଣ ଏହି ମନସୁନ୍‌ରେ କ୍ଷୀର ଚା ବଦଳରେ ଏକ ସୁସ୍ଥ ସୁନ୍ଦର ଉପାୟ ଆପଣାଇବେ ତେବେ ଏହା ଭଲ ହେବ ।

ଯଦି ଆପଣ ଏହି ମନସୁନ୍‌ରେ ସୁସ୍ଥ ରହିବାକୁ ଚାହୁଁଛନ୍ତି । ତାହାଲେ ଆପଣ ଏହି ଚା’କୁ ଆପଣାନ୍ତୁ ଆଉ ଚା’ ପିଇବାର ମଜା ଉଠାଇବା ସହ ଇମ୍ୟୁନିଟ୍‌ ମଧ୍ୟ ବଢାଇ ପାରିବେ । କାହିଁକି ନା ଏହି ଚା’ ପିଇବା ଦ୍ଵାରା ଅନେକ ରୋଗରୁ ରକ୍ଷା ପାଇବେ ।

ମନସୁନ୍‌ରେ କେଉଁ ଚା’ ପିଇବା ଉଚିତ୍ –

ଅଦା ଚା– ଯଦି ଆପଣ ମନସୁନ୍‌ରେ ଅଦା ଚା ପିଅନ୍ତି। ତେବେ ଆପଣଙ୍କୁ ଫ୍ଲୁ, କାଶ, ଥଣ୍ଡା ଇତ୍ୟାଦିରୁ ରକ୍ଷା ପାଇପାରିବେ। ଏହା ବ୍ୟତୀତ ଅଦା ଚା’ ମଧ୍ୟ ଏହି ଦିନମାନଙ୍କରେ ହେଉଥିବା ହଜମ ସମସ୍ୟାରେ ମଧ୍ୟ ଲାଭଦାୟକ ଅଟେ । ଏହା ବ୍ୟତୀତ ରକ୍ତ ସଞ୍ଚାଳନରେ ମଧ୍ୟ ଉନ୍ନତି ଆଣିଥାଏ। ଏହା ଦ୍ବାରା ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରିବାରେ ମଧ୍ୟ ସାହାଯ୍ୟ କରେ।

ଗ୍ରୀନ ଟି-ଗ୍ରୀନ୍ ଟିରେ ସାଧାରଣତଃ ଆଣ୍ଟିଅକ୍ସିଡାଣ୍ଟର ମାତ୍ରା ଭରପୂର ରହିଥାଏ। ଏହା ସହିତ ଆପଣଙ୍କ ରୋଗ ପ୍ରତିରୋଧକ ଶକ୍ତି ମଧ୍ୟ ବଢାଇବାରେ ସାହାଯ୍ୟ କରେ। ଯାହା ଦ୍ବାରା ସଂକ୍ରମକ ରୋଗକୁ ଏଡାଇ ଦିଆ ଯାଇପାରିବ। ଚର୍ମ ଏବଂ କେଶକୁ ମୁକ୍ତ ରେଡିକାଲର କ୍ଷତିରୁ ରକ୍ଷା କରିବାରେ ଗ୍ରୀନ୍ ଟି ମଧ୍ୟ ଲାଭଦାୟକ ଅଟେ । ଏହାକୁ ଆପଣ ଖାଲି ପେଟରେ ମଧ୍ୟ ପିଇ ପାରିବେ ।

ତୁଲସୀ ଚା’-ଯଦି ଆପଣ ଏହି ମନ୍‌ସୁନ୍‌ରେ ମୁଣ୍ଡବ୍ୟଥା, ଥଣ୍ଡା, କାଶ ଇତ୍ୟାଦିରେ ଅସୁବିଧାରେ ପଡିଛନ୍ତି। ତେବେ ଏହାକୁ ଆପଣ ଆପଣାଇ ପାରିବେ । କାହିଁକି ନା ଏହାକୁ ପିଇବା ଦ୍ଵାରା ଶରୀରରକୁ ଆରାମ୍‌ ମିଳେ। କିମ୍ବା ମଧୁମେହ, ଚିନ୍ତା ଏବଂ ଡିପ୍ରେସନ୍‌ରେ ଥିଲେ ମଧ୍ୟ ଆରାମ୍‌ ଦିଏ । ତୁଳସୀ ଆଣ୍ଟି-ଇନ୍‌ଫ୍ଲାମେଟୋରୀ ମାତ୍ରା ଥାଏ । ଯାହା ଶରୀରରେ ଯେକୌଣସି ପ୍ରକାରର ରୋଗକୁ ହ୍ରାସ କରିବାରେ ସାହାଯ୍ୟ କରିଥାଏ।


Share It

Comments are closed.