ଆନ୍ତର୍ଜାତୀୟ ବାଘ୍ର ଦିବସ


ଆଜି ତଥା ଜୁଲାଇ ୨୯ ବିଶ୍ୱ ବ୍ୟାପି ବାଘ୍ର ଦିବସ ପାଳନ କରାଯାଇଥାଏ । ଏହି ଦିବସର ଲକ୍ଷ୍ୟ ହେଉଛି ଏକ ବ୍ୟବସ୍ଥା ନିର୍ମାଣ କରିବା ଯାହା ଦ୍ୱାରା ବାଘ ଏବଂ ସେମାନଙ୍କର ପ୍ରାକୃତିକ ବାସସ୍ଥାନକୁ ସୁରକ୍ଷା ଦେବା ପାଇଁ କାର୍ଯ୍ୟ କରିବ । ୨୦୧୦ରେ ପ୍ରଥମ ଥର ପାଇଁ ବାଘଙ୍କ ସଂଖ୍ୟା କମିବା ପରେ ୨୦୧୦ରେ ଆନ୍ତର୍ଜାତୀୟ ବ୍ୟାଘ୍ର ଦିବସ ପାଳନ କରାଯାଇଥିଲା ।
କିନ୍ତୁ ସମଗ୍ର ବିଶ୍ୱରେ ବାଘ ସଂଖ୍ୟା ଲୋପ ପାଉଥିବା ବେଳେ ଭାରତରେ ୨୦୧୨ ସୁଦ୍ଧା ୧୦୫୯ ବାଘ ଲୋପ ପାଇଛନ୍ତି । ଭାରତରେ ମଧ୍ୟ ପ୍ରଦେଶକୁ ବାଘର ରାଜ୍ୟ କୁହାଯାଉଥିବା ବେଳେ ସର୍ବାଧିକ ବାଘ ମୃତ୍ୟୁ ସେଠାରେ ହୋଇଛି । ଜାତୀୟ ବାଘ୍ର ସଂରକ୍ଷଣ ଅଥରିଟିର ତଥ୍ୟ ଅନୁଯାୟୀ ବିଗତ ବର୍ଷ ୧୨୭ ବାଘ ମୃତ୍ୟୁ ହୋଇଛି । ଭାରତର ବିଭିନ୍ନ ପ୍ରାଣୀ ଉଦ୍ୟାନରୁ ବାଘର ସଂଖ୍ୟା ମଧ୍ୟ ଧିରେ ଧିରେ କମ ହେବାକୁ ଲାଗିଛି । ସେହିପରି ଓଡିଶାର ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ୨୬ଟି ବାଘ ଅଛନ୍ତି ସେଥିମଧ୍ୟରୁ ୭ଟି ଧଳା ବାଧ, ୧୬ଟି ସାଧାରଣ ବାଘ ଓ ୩ଟି କଳା ବାଘ ରହିଛନ୍ତି ।


Share It

Comments are closed.