ଗୁରୁବାର ଦିନ ଦାନ କରନ୍ତୁ ଏହି ସବୁ ଜିନିଷ, ବଢିବ ମାନ ସମ୍ମାନ


ଗୁରୁବାର ବୃହସ୍ପତିଙ୍କୁ ସମର୍ପିତ । ଏହି ଦିନ ପୂଜା ଓ ଭକ୍ତିର ବିଶେଷ ମହତ୍ତ୍ୱ ରହିଛି। ବୃହସ୍ପତି ସୁଖୀ ହେଲେ ମନୁଷ୍ୟର ଜୀବନ ସୁଖ, ଶାନ୍ତି ଓ ସମ୍ପତ୍ତିରେ ପରିପୂର୍ଣ୍ଣ ହୋଇଥାଏ। ଆସନ୍ତୁ ଜାଣିବା ଗୁରୁବାର ଦିନ କେଉଁ ଜିନିଷ ଦାନ କରିବା ଉଚିତ, ଯାହା ଭାଗ୍ୟ ଓ କର୍ମକୁ ମଜବୁତ କରିଥାଏ।

ଗୁରୁବାର ଦିନ ଏହି ସବୁ ଜିନିଷ ଦାନ କରନ୍ତୁ

ଗୁରୁବାର ଦିନ ଭଗବାନ ବିଷ୍ଣୁଙ୍କୁ ହଳଦିଆ ଜିନିଷ ଭୋଗ କରିବା ଉଚିତ୍ । ଶାସ୍ତ୍ର ଅନୁସାରେ ଗୁରୁବାର ଦିନ ଭଗବାନ ବିଷ୍ଣୁଙ୍କୁ କଦଳୀ ଓ ହଳଦିଆ ମିଠା ଭୋଗ ଲଗାଇ ଗରିବଙ୍କୁ ଏହି ପ୍ରସାଦ ବଣ୍ଟନ କରିବା ଉଚିତ। ଏପରି କରିବା ଦ୍ୱାରା ଭଗବାନ ବିଷ୍ଣୁଙ୍କ କୃପା ରହିଥାଏ ଏବଂ ଚାକିରି ଓ ବ୍ୟବସାୟ ସମ୍ବନ୍ଧୀୟ ସମସ୍ୟା ଦୂର ହୋଇଥାଏ ।

ଏହି ଦିନ ବ୍ରାହ୍ମଣଙ୍କୁ ହଳଦିଆ ରଙ୍ଗର ବସ୍ତ୍ର ଦାନ କରିବା ପୁଣ୍ୟ ଅଟେ । ଏପରି କରିବା ଦ୍ୱାରା କାର୍ଯ୍ୟରେ ଆସୁଥିବା ସମସ୍ତ ବାଧା ବିଘ୍ନ ଦୂର ହେବା ସହ ସମସ୍ତ କାମ ଆରମ୍ଭ ହୋଇଥାଏ।

ଗୁରୁବାର ଦିନ ସ୍ନାନ ଓ ପୂଜା ପରେ ବ୍ରାହ୍ମଣ ବା ଅସହାୟ ବ୍ୟକ୍ତିଙ୍କୁ ଚଣା ଡାଲି, ହଳଦୀ, ହଳଦିଆ ବସ୍ତ୍ର, ହଳଦିଆ ଫୁଲ, ବ୍ରୋଞ୍ଜ କିମ୍ବା ପିତ୍ତଳ ବାସନ କିମ୍ବା ସୁନା ଦାନ କରିବା ଉଚିତ। ଏହା ଦ୍ୱାରା ଘରେ ସୁଖ ସମୃଦ୍ଧି ଆସିଥାଏ ଏବଂ ଖାଦ୍ୟ କିମ୍ବା ଧନର କେବେ ବି ଅଭାବ ରହିନଥାଏ ।

ଗୁରୁବାର ଦିନ ଗରିବଲୋକଙ୍କୁ ଚାଉଳ ଓ ଡାଲି ବଣ୍ଟନ କରିବା ଦ୍ୱାରା ଭଗବାନ ବିଷ୍ଣୁଙ୍କ କୃପା ପ୍ରାପ୍ତି ହୋଇଥାଏ ଏବଂ ଘରେ କେବେ ବି ଟଙ୍କା ଓ ଶସ୍ୟର ଅଭାବ ରହିନଥାଏ ।

ଗୁରୁବାର ଦିନ ହଳଦୀ ଦାନ କରିବା ଶୁଭ ବୋଲି ବିବେଚନା କରାଯାଏ। ବିଶ୍ୱାସ ଅନୁଯାୟୀ, ଗୁରୁବାର ଦିନ ହଳଦୀ ଦାନ କରିବା ଦ୍ୱାରା ବିବାହରେ ଥିବା ବାଧା ଦୂର ହୋଇଥାଏ ଏବଂ କମ୍ ବୟସରେ ବିବାହ ହେବାର ସମ୍ଭାବନା ରହିଥାଏ ।


Share It

Comments are closed.