ଲମ୍ବୋର୍ଗିନୀରେ ପତ୍ନୀ ରିତିକାଙ୍କ ସହ ନଜର ଆସିଲେ ରୋହିତ ଶର୍ମା: ଦେଖନ୍ତୁ ଭିଡିଓ
ଭାରତୀୟ ଅଧିନାୟକ ରୋହିତ ଶର୍ମା ମୁମ୍ବାଇ ଫେରିଛନ୍ତି। ରୋହିତ ଶର୍ମା ୱେଷ୍ଟଇଣ୍ଡିଜ୍ ଗସ୍ତରେ ଟେଷ୍ଟ ଓ ଦିନିକିଆରେ ଅଧିନାୟକ ଭାବେ ନଜର ଆସିଥିଲେ। ଏବେ ଭାରତୀୟ ଅଧିନାୟକ ଅଗଷ୍ଟ ୩୦ରୁ ଆରମ୍ଭ ହେବାକୁ ଥିବା ଏସିଆ କପ୍ ପାଇଁ ପ୍ରସ୍ତୁତି ଆରମ୍ଭ କରିବେ। ୱେଷ୍ଟଇଣ୍ଡିଜ୍ ପରେ ରୋହିତ ଶର୍ମା ମଧ୍ୟ ଆମେରିକାରେ ପହଞ୍ଚିଥିଲେ। ତେବେ ଏବେ ସେ ଘରକୁ ଫେରିଛନ୍ତି। ଏହି ସମୟରେ ମୁମ୍ବାଇରେ ତାଙ୍କୁ ପତ୍ନୀ ରିତିକାଙ୍କ ସହ ଲାମ୍ବୋର୍ଗିନୀରେ ଦେଖିବାକୁ ମିଳିଥିଲା ।
ରୋହିତ ଶର୍ମା ତାଙ୍କ ପତ୍ନୀ ରିତିକା ସଜଦେହଙ୍କ ସହ ୪.୨ କୋଟି ଟଙ୍କାର ଏକ ବିଳାସପୂର୍ଣ୍ଣ କାରରେ ନଜର ଆସିଥିଲେ, ଯାହାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଭିଡିଓରେ ରୋହିତ ଶର୍ମା ଲାମ୍ବୋର୍ଗିନୀରୁ ଓହ୍ଲାଇଥିବାର ଦେଖିବାକୁ ମିଳିଛି। ଏହାପରେ ତାଙ୍କ ପତ୍ନୀ ରିତିକା କାର୍ ରୁ ଓହ୍ଲାଇଥିବା ଦେଖିବାକୁ ମିଳିଛି। ଏହି ସମୟରେ ଭାରତୀୟ ଅଧିନାୟକଙ୍କ ଏକ ଝଲକ ପାଇବା ପାଇଁ ଅନେକ ପ୍ରଶଂସକ ଘଟଣାସ୍ଥଳରେ ଉପସ୍ଥିତ ଥିଲେ।
ରୋହିତ ଶର୍ମା ଗତ ବର୍ଷ ମାର୍ଚ୍ଚରେ ବିଳାସପୂର୍ଣ୍ଣ ଲମ୍ବୋର୍ଗିନୀ ଉରୁସ କିଣିଥିଲେ। ରୋହିତ ଶର୍ମାଙ୍କୁ କାର୍ ବହୁତ ପସନ୍ଦ । ଲମ୍ବୋର୍ଗିନୀ ବ୍ୟତୀତ ତାଙ୍କ ପାଖରେ ଅନେକ ବିଳାସପୂର୍ଣ୍ଣ କାର୍ ମଧ୍ୟ ରହିଛି। ମିଳିଥିବା ସୂଚନା ଅନୁଯାୟୀ, ଭାରତୀୟ ଅଧିନାୟକଙ୍କ କାର୍ କଲେକ୍ସନରେ ନୀଳ ରଙ୍ଗରେ ବିଏମ୍ଡବ୍ଲ୍ୟୁ ଏମ୍ ୫ ମଧ୍ୟ ରହିଛି। ଲାମ୍ବୋର୍ଗିନି ଉରୁସ ବିଷୟରେ କହିବାକୁ ଗଲେ ଏହା କେବଳ ଭାରତ ରେ ନୁହେଁ ବରଂ ବିଶ୍ୱର ଏକ ପ୍ରସିଦ୍ଧ କାର୍ । ଏହି ବିଳାସପୂର୍ଣ୍ଣ କାରକୁ ସାରା ବିଶ୍ୱର ଲୋକ ଖୁବ ପସନ୍ଦ କରୁଛନ୍ତି ।
Rohit Sharma and his wife in the Lamborghini. pic.twitter.com/AY4QwllWA6
— Mufaddal Vohra (@mufaddal_vohra) August 9, 2023
ସୂଚନାଯୋଗ୍ୟ, ୨୦୨୩ ଏସିଆ କପ୍ ଜରିଆରେ ଭାରତୀୟ ଅଧିନାୟକ ପୁଣି ଥରେ ଆକ୍ସନରେ ନଜର ଆସିବେ। ଏସିଆ କପ୍ ରେ ଟିମ୍ ଇଣ୍ଡିଆ ତା’ର ପ୍ରଥମ ମ୍ୟାଚ୍ ସେପ୍ଟେମ୍ବର ୨ରେ ପାକିସ୍ତାନ ବିପକ୍ଷରେ ଖେଳିବ। ଉଭୟଙ୍କ ମଧ୍ୟରେ ଏହି ମ୍ୟାଚ୍ ଶ୍ରୀଲଙ୍କାର କ୍ୟାଣ୍ଡିରେ ଖେଳାଯିବ। ପ୍ରଶଂସକମାନେ ଏହି ମ୍ୟାଚ୍ କୁ ଉତ୍ସାହର ସହ ଅପେକ୍ଷା କରିଛନ୍ତି। ଏହି ମ୍ୟାଚ୍ ମାଧ୍ୟମରେ ଭାରତୀୟ ଦଳର ଅନେକ ତାରକା ଖେଳାଳି ଫେରିବେ। ଏହା ପୂର୍ବରୁ ୨୦୨୨ ଏସିଆ କପ୍ ରେ ଭାରତୀୟ ଦଳ ଗ୍ରୁପ୍ ପର୍ଯ୍ୟାୟରେ ଭାରତ-ପାକ୍ ମ୍ୟାଚ୍ ଜିତିଥିଲା। ତେବେ ସୁପର-୪ ପର୍ଯ୍ୟାୟରେ ଟିମ୍ ଇଣ୍ଡିଆକୁ ପାକିସ୍ତାନ ବିପକ୍ଷରେ ପରାଜୟର ସମ୍ମୁଖୀନ ହେବାକୁ ପଡ଼ିଥିଲା।
Comments are closed.