ରାଜାଙ୍କ ଷ୍ଟାଇଲରେ ମଇଁଷିର ସବାରୀ କରୁଥିବା କୁକୁରକୁ କେବେ ଦେଖିଛନ୍ତି? ତେବେ ଏହି ଭିଡିଓକୁ ନିଶ୍ଚିତ ଦେଖନ୍ତୁ


ଆଜିକାଲି ଏମିତି ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି, ଯାହାକୁ ଦେଖିଲେ ଆପଣ ହସ ଅଟକାଇ ପାରିବେ ନାହିଁ। ଭାଇରାଲ ହେଉଥିବା ଏହି ଭିଡିଓରେ କୁକୁରଟି ରାଜାଙ୍କ ଭଳି ମଇଁଷି ସବାରୀରେ ଆନନ୍ଦ
ନେଉଥିବା ଦେଖିବାକୁ ମିଳିଛି। କୁକୁରଟି ବହୁତ ଗର୍ବ ସହିତ ଦୀର୍ଘ ଦୂର ପର୍ଯ୍ୟନ୍ତ ମଇଁଷି ପିଠିରେ ସବାରୀରେ ମଜା ନେଉଛି ।

ଭିଡିଓର ଆରମ୍ଭରୁ ଶେଷ ପର୍ଯ୍ୟନ୍ତ କୁକୁରଟି ମଇଁଷି ଉପରେ ଛିଡ଼ା ହୋଇଥିବା ଦେଖିବାକୁ ମିଳିଛି। ଦୁଇଟି ମଇଁଷି ଏକାଠି ଯାଉଥିବା ଦେଖିବାକୁ ମିଳୁଛି, ସେଥିମଧ୍ୟରୁ ଗୋଟିଏ ମଇଁଷି ଉପରେ ଏକ କୁକୁର ଛିଡ଼ା ହୋଇଛି। ଏହି ଭିଡିଓରେ ୟୁଜର୍ସ ମଜାଳିଆ କମେଣ୍ଟ ଦେଉଛନ୍ତି । ଏହି ଭିଡିଓ ସୋସିଆଲ ମିଡିଆରେ ଖୁବ ଭାଇରାଲ ହେବାରେ ଲାଗିଛି ।

ସୋସିଆଲ ମିଡିଆରେ ଏହି ଭିଡିଓକୁ ଲୋକେ ଖୁବ ପସନ୍ଦ କରୁଛନ୍ତି । ଏହି ଭିଡିଓକୁ ଏଯାବତ୍ ପ୍ରାୟ ୯୦ ଲକ୍ଷ ଲୋକ ଦେଖିସାରିଥିବା ବେଳେ ୬ ଲକ୍ଷରୁ ଅଧିକ ଲୋକ ଏହାକୁ ଲାଇକ୍ କରିଛନ୍ତି। ଲୋକମାନେ ଏହି ଭିଡିଓ ଉପରେ ମଜାଳିଆ କମେଣ୍ଟ ମଧ୍ୟ କରୁଛନ୍ତି । ଜଣେ ୟୁଜର ଲେଖିଛନ୍ତି, ଏହା ରୋହିତ ସେଟ୍ଟୀଙ୍କ ପରବର୍ତ୍ତୀ ଫିଲ୍ମ। ଭିଡିଓ ଦେଖିବା ପରେ ଆପଣ ହସ ରୋକି ପାରିବେ ନାହିଁ ।
https://fb.watch/m0G6_NWaIp/?mibextid=Nif5oz


Share It

Comments are closed.