ୱି ପକ୍ଷରୁ ଯୁବପିଢ଼ିଙ୍କ ପାଇଁ ୧୦,୦୦୦ରୁ ଅଧିକ ଅନ୍ତର୍ଜାତୀୟ ନିଯୁକ୍ତି ସୁଯୋଗ ସୃଷ୍ଟି


ଭୁବନେଶ୍ୱର: ଭାରତର ଅଭିଳାଷୀ ଯୁବବର୍ଗଙ୍କୁ ଜୀବନରେ ଆଗକୁ ବଢ଼ିବାରେ ସହାୟତା ପ୍ରଦାନ କରିବାର ଉଦ୍ୟମ ସ୍ୱରୂପ ଦେଶର ଅଗ୍ରଣୀ ଟେଲିକମ୍ କଂପାନି ୱି ପକ୍ଷରୁ ଭାରତର ସର୍ବବୃହତ ନିଯୁକ୍ତି ସନ୍ଧାନ ପ୍ଲାଟଫର୍ମ ଆପ୍‌ନା ସହିତ ସହଯୋଗିତା ସ୍ଥାପନ କରି ଏହାର ଗ୍ରାହକମାନଙ୍କୁ ୱି ଆପ୍‌ରେ ଥିବା ୱି ଜବ୍‌ସ ଆଣ୍ଡ୍ ଏଜୁକେସନ ପ୍ଲାଟଫର୍ମ ଜରିଆରେ ୧୦,୦୦୦ରୁ ଅଧିକ ଅନ୍ତର୍ଜାତୀୟ ନିଯୁକ୍ତି ସୁଯୋଗ ପ୍ରଦାନ କରାଯାଇଛି ।
ୱିର ଗ୍ରାହକମାନେ ଏହି ପ୍ଲାଟଫର୍ମ ଜରିଆରେ ୟୁନାଇଟେଡ୍ ଆରବ ଏମିରେଟ୍‌ସ (ୟୁଏଇ), ଜାପାନ, ମାଲେସିଆ, ରୁଷିଆ, ଜର୍ମାନି, ଦକ୍ଷିଣ ଆଫ୍ରିକା, ଅଷ୍ଟ୍ରେଲିଆ, କାନାଡା ଓ ଗ୍ରେଟ୍ ବ୍ରିଟେନ୍‌ର ମାନୁଫାକ୍‌ଚରିଂ, ସେଲ୍‌ସ, ବିଜନେସ୍ ଡେଭେଲପ୍‌ମେଂଟ୍‌, ଗ୍ରାହକ ସହାୟତା, ଲଜିଷ୍ଟିକ୍ସ ଆଦି କ୍ଷେତ୍ରର ନିଯୁକ୍ତି ପାଇଁ ଆବେଦନ କରିପାରିବେ ।
ଏହି ନିଯୁକ୍ତି ପାଇଁ ଆବେଦନ କରିବା ଲାଗି ପ୍ରାର୍ଥୀଙ୍କ ପାଖରେ ଏକ ସ୍ନାତକ ଡିଗ୍ରି, ଆଇଟିଆଇ ସାର୍ଟିଫିକେସନ କିମ୍ବା ସ୍ୱତନ୍ତ୍ର ଡିପ୍ଲୋମା ଡିଗ୍ରି ଭଳି ଶିକ୍ଷାଗତ ଯୋଗ୍ୟତା ରହିଥିବା ଦରକାର । ଏଥି ସହିତ ଭାରତୀୟ ନିଯୁକ୍ତି ବଜାରରେ ପ୍ରାର୍ଥୀଙ୍କ ଉପଯୋଗୀ କାର୍ଯ୍ୟ ଅଭିଜ୍ଞତା ଓ ଦକ୍ଷତା ରହିଥିବା ଆବଶ୍ୟକ ।
ଭାରତକୁ ଦୁନିଆର ଦକ୍ଷତା ରାଜଧାନୀରେ ପରିଣତ କରିବା ଲାଗି ଭାରତ ସରକାରଙ୍କ ରହିଥିବା ଲକ୍ଷ୍ୟ ଅନୁସାରେ ଆପ୍‌ନା ସହ ସହଯୋଗିତା ସ୍ଥାପନ କରାଯାଇଛି ଯାହା ଜରିଆରେ ଜନସଂଖ୍ୟାରେ ଯୁବବର୍ଗ ଅଧିକ ରହିଥିବାର ଲାଭକୁ ହାସଲ କରାଯାଇପାରିବ । ଭାରତୀୟ ଯୁବବର୍ଗଙ୍କ ସମସ୍ୟା ସମାଧାନ କରିବାର ମାନସିକତା ରହିଥିବାରୁ ଅଧିକାଂଶ ଦେଶ ଭାରତୀୟ ପ୍ରତିଭା ଚାହୁଛନ୍ତି । ସେମାନଙ୍କ ପାଖରେ ନୂଆ ପ୍ରଯୁକ୍ତିକୁ ଗ୍ରହଣ କରିବା ଏବଂ କଠିନ ପରିଶ୍ରମ କରିବାର ଦକ୍ଷତା ରହିଛି ।
ୱି ଆନ୍ତର୍ଜାତିକ ନିଯୁକ୍ତି ସମସ୍ତ ୱି ଗ୍ରାହକଙ୍କ ପାଇଁ ବିନା ମୂଲ୍ୟରେ ଉପଲବ୍ଧ ରହିଛି । ୱି ଆପ୍‌ର ୱି ଜବ୍‌ସ ପ୍ଲାଟଫର୍ମରୁ ତାହାକୁ ହାସଲ କରାଯାଇପାରିବ ।


Share It

Comments are closed.