ସୁଖଦ ନିଦ୍ରା ଆପଣ ତାହୁଁଛନ୍ତି କି ?


ଦିନ ସାରା କାମରେ ବ୍ୟସ୍ତ ରହିବା ପରେ ରାତିରେ ଭଲ ଭାବେ ନିଦ ନଆସିବା ସ୍ୱଭାବିକ । ନିଦ ଭଲ ଭାବେ ନହେବା ଦ୍ୱାରା ଦିନ ସାରା ଆପଣଙ୍କୁ ଥକାପଣ ଲାଗି ରହିଥାଏ ଏବଂ ଅଳସୁଆ ଲାଗିଥାଏ । ତେଣୁ ରାତିରେ ଭଲ ନିଦ ହେବା ଖୁବ ଜରୁରୀ ।
ଆସନ୍ତୁ ଜାଣିବା କେଉଁ ଖାଦ୍ୟ ଖାଇବା ଦ୍ୱାରା ଆପଣ ଏହି ସମସ୍ୟାରୁ ମୁକ୍ତି ପାଇପାରିବେ ।

୧. ପିସ୍ତା ବାଦାମ – ପିସ୍ତା ବାଦାମରେ ମାଗ୍ନେସିୟମ ରହିଛି ଯାହା ମାଂସପେଶୀକୁ ରିଲାକ୍ସସେସନ କରିବା ସହିତ ରାତିରେ ଭଲ ନିଦ ହୋଇଥାଏ । ପ୍ରତିଦିନ ୨ରୁ ୩ଟି ପିସ୍ତା ବାଦାମ ଖାଆନ୍ତୁ ଏହା ଦ୍ୱାରା ଭଲ ନିଦ ହେବା ସହିତ  ଚିନ୍ତାରୁ ମୁକ୍ତି ମଧ୍ୟ ମିଳିଥାଏ  ଏବଂ ରାତିରେ ଭଲ ନିଦ ହୁଏ ।
୨. ଗ୍ରିନ ଟି – କେତକଙ୍କୁ ଦିନ ଭରି କାମ କରିବା ଦ୍ୱାରା ଖାଇବାକୁ ସମୟ ହୋଇନଥାଏ ଏବଂ ବାହାରର ତେଲ ଜାତୀୟ ଖାଦ୍ୟ ଖାଇବା ଦ୍ୱାରା ଗ୍ୟାସ ହୋଇଥାଏ । ତେଣୁ ରାତିରେ ଭଲ ଭାବେ ନିଦ ହୋଇନଥାଏ । ରାତିରେ ଖାଇବାର ଏକ ଘଣ୍ଟା ପରେ ଏବଂ ଶୋଇବାର ୧୫ ମିନିଟ ଆଗରୁ ଗ୍ରିନ ଟି ପାଇବା ଦ୍ୱାରା ଏଥିରେ ଥିବା ଆଣ୍ଟି  ଅକ୍ସିଡାଣ୍ଟ ଭଲ ନିଦ କରିଥାଏ ।
୩. କଦଳୀ – ଆପଣଙ୍କୁ ରାତିରେ ଭଲ ନିଦ ପ୍ରଦାନ କରିବାରେ ବେଶ ସହାୟକ ହେବ କଦଳୀ  । ଦିନକୁ ଗୋଟିଏ ରୁ ଦୁଇଟି କଦଳୀ ଖାଆନ୍ତୁ ଏହା ମାଂସପେଶୀକୁ ରିଲାକ୍ସ କରିବା ସହିତ ଭଲ ନିଦ କରିଥାଏ । ଆପଣ ବାନାନା ମିଲ୍କ ସେକ ମଧ୍ୟ ପିଇପାରିବେ ।
୪.  ଦୁଗ୍ଧ ଜାତୀୟ ଖାଦ୍ୟ – ଦୁଗ୍ଧ ଜାତୀୟ ଖାଦ୍ୟରେ କ୍ୟାଲସିୟମ ବହୁଳ ପରିମାଣରେ ରହିଥାଏ । ଏହା ମସ୍ତଷ୍କକୁ ଠିକ କରିବା ସହିତ ଧମନୀ ଶୀରା ଏବଂ ମାଂସପେଶୀକୁ ଶକ୍ତି ପ୍ରଦାନ କରିଥାଏ ଏବଂ ଚିନ୍ତା ମୁକ୍ତ କରିଥାଏ । ଦୁଗ୍ଧ ଜାତୀୟ ଖାଦ୍ୟ ତଥା ଛେନା , ଲହୁଣୀ,ଦହି , ଦୁଗ୍ଧ ଇତ୍ୟାଦି ଖାଇବା ଦ୍ୱାରା ଆପଣଙ୍କୁ ରାତିରେ ଖୁବ ଭଲ ନିଦ ହୋଇଥାଏ ।
୫. ସିଝା ଅଣ୍ଡା – ସିଝା ଅଣ୍ଡାରେ ଭିଟାମିନ ଖୁବ ଭଲ ପରିମାଣରେ ରହିଥାଏ ଯାହା ଭଲ ନିଦ କରିବାରେ ସାହାଯ୍ୟ କରିଥାଏ । ମସ୍ତିଷ୍କକୁ ଚିନ୍ତାରୁ ମୁକ୍ତ କରିବା ସହିତ ଶକ୍ତି ପ୍ରଦାନ କରିଥାଏ ।

Share It

Comments are closed.