ଗର୍ଭାବସ୍ଥା ପରେ ଷ୍ଟ୍ରେସ୍ମାର୍କ ଦୂର କରିବେ କିପରି


ଯୁବ ସମୟ-ଗର୍ଭାବସ୍ଥା ସମୟରେ ଆଧିକାଂଶ ମହିଳାମାନଙ୍କ ଶରୀରରେ ଷ୍ଟ୍ରେଚ୍ମାର୍କ ପଡ଼ିଯାଇଥାଏ । ଏହି ଚିହ୍ନ ପେଟର ତଳ ଅଂଶ, ଅଣ୍ଟା ଏବଂ ଗୋଡ଼ ଆଦିରେ ପଡ଼ିଥାଏ । ଯଦି ଆରମ୍ଭରୁ ଏହା ଉପରେ ଧ୍ୟାନ ନ ଦିଅନ୍ତି, ତେବେ ଏହାକୁ ଦୂର କରିବା କଷ୍ଟକର ହୋଇଯିବ ।
ତେବେ ଷ୍ଟ୍ରେସ୍ମାର୍କ ଦୂର କରିବାର କେତୋଟି ଉପାୟ ସମ୍ପର୍କରେ ଜାଣନ୍ତୁ:

୧. ତ୍ୱଚାର ଦାଗ ହଟାଇବା ପାଇଁ ଆଲୋବେରା ଜେଲ୍ ଅତୂନ୍ତ ଲାଭପ୍ରଦ । ଆଲୋବେରା ଜେଲ୍ ସହ ଭିଟାମିନ୍ ଇ ଯୁକ୍ତ ତେଲ ମିଶାଇ ଷ୍ଟ୍ରେସ୍ମାର୍କ ଉପରେ ଲଗାଇବା ଦ୍ୱାରା ମାର୍କ ଦୂର ହୋଇଥାଏ ।
୨. ଆଳୁ ରସ କିମ୍ବା ପେଷ୍ଟ୍କୁ ପ୍ରତିଦିନ ଷ୍ଟ୍ରେସ୍ମାର୍କ ଉପରେ ଲଗାନ୍ତୁ । ଏହା ଶୁଖିବା ପରେ ଥଣ୍ଡା ପାଣିରେ ଧୋଇ ଦିଅନ୍ତୁ ।
୩. ଲେମ୍ବୁରସ ଚେହେରାରେ ଦାଗ ହଟାଇବାରେ ସାହାଯ୍ୟ କରିଥାଏ । ତେଣୁ ଆପଣ ଲେମ୍ବୁରସ ଓ କାକୁଡ଼ି ରସକୁ ମିଶାଇ ଷ୍ଟ୍ରେସ୍ମାର୍କରେ ଲଗାଇ ପାରିବେ ।
୪. ଷ୍ଟ୍ରେସ୍ମାର୍କ ଦୂର କରିବା ପାଇଁ ଶରୀରକୁ ହାଇଡ୍ରେଟ୍ ରଖିବା ନିହାତି ଜରୁରୀ । ତେଣୁ ପ୍ରଚୁର ପାଣି ପିଅନ୍ତୁ ।
୫. ଅଣ୍ଡାରେ ପ୍ରବଳ ମାତ୍ରାରେ ପ୍ରୋଟିନ୍ ରହିଥାଏ, ଯାହା ଯେ କୌଣସି ଚିହ୍ନକୁ ଦୂର କରିବାରେ ସକ୍ଷମ ହୋଇଥାଏ । ପ୍ରତିଦିନ ଷ୍ଟ୍ରେସ୍ମାର୍କରେ ଅଣ୍ଡାର ଧଳା ଅଂଶ ୧୫ରୁ ୨୦ ମିନିଟ୍ ପର୍ଯ୍ୟନ୍ତ ଲଗାନ୍ତୁ । ଏହାକୁ ଧୋଇବା ପରେ ଅଲିଭ୍ ଅଏଲ୍ ମାଲିସ୍ କରନ୍ତୁ । କିଛି ଦିନ ପରେ ଷ୍ଟ୍ରେସ୍ମାର୍କ ଦୂର ହୋଇଯିବ ।

Share It

Comments are closed.