ଜାଣନ୍ତି କି ସାଉଥ କୋରିଆନ ଜୀବନଶୈଳୀ ଏବଂ ଖାଦ୍ୟପେୟ ସମ୍ପର୍କରେ ଯାହା ଦ୍ୱାରା ସେମାନେ ରହିଥାନ୍ତି ଫିଟ ଏବଂ ଫାଇନ –


ସାଉଥ କୋରିଆରେ ଓବେଟିସି ତଥା ମୋଟାପ୍ପାର ହାର ଖୁବ କମ କାରଣ ସେଠାକାର ଲୋକେ ନିଜର ଖାଦ୍ୟ ପେୟ ଏବଂ ନିଜର ଜୀବନଶ÷÷ଳୀ ଉପରେ ବିଶେଷ ଧ୍ୟାନ ଦେଇଥାନ୍ତି । ସାଉଥ କୋରିଆର ଲୋକମାନେ ପ୍ରସୋସଡ, ଫ୍ୟାଟ-ରିଚ ଖାଦ୍ୟ, ସୁଗାର ଯୁକ୍ତ ଖାଦ୍ୟ ଏବଂ ପ୍ୟାକେଟ ଖାଦ୍ୟର କମ ମାତ୍ରାରେ ସେବନ କରିଥାନ୍ତି । ତେଣୁ ସେମାନେ ଖୁବ ଫିଟ ଏବଂ ସେମାନଙ୍କ ମଧ୍ୟରେ ମୋଟାପ୍ପା ପରି ସମସ୍ୟା ଖୁବ କମ ଦେଖାଯାଇଥାଏ ।
କୋରିଆ େଲୋକମାନେ ସର୍ବଦା ଫ୍ରେସ ଏବଂ ଘରେ ପ୍ରସ୍ତୁତ ହୋଇଥିବା ଖାଦ୍ୟ ଖାଇଥାନ୍ତି । ଆସନ୍ତୁ ଜାଣିବା କେଉଁ ପ୍ରକାରର ଜୀବନଶୈଳୀ ଏବଂ ଖାଦ୍ୟପେୟ ଆପଣାଇଥାନ୍ତି କୋରିଆର ସମସ୍ତ ପୁରୁଷ ଏବଂ ମହିଳାମାନେ ।
୧. ସବୁଜ ପରିବା – କୋରିଆର ସମସ୍ତ ବ୍ୟକ୍ତି ନିଜ ଖାଦ୍ୟରେ ଅଧିକରୁ ଅଧିକ ସବୁଜ ପନିପରିବା ଖାଇବାକୁ ପସନ୍ଦ କରିଥାନ୍ତି । ସବୁଜ ପନିପରିବା ଫାଇବରର ଉତ୍ତମ ସ୍ରୋତ ହେବା ସହିତ ଏହା କୋଲେଷ୍ଟ୍ରଲର ମାତ୍ରାକୁ ନିମ୍ନ କରିଥାଏ ଏବଂ ଶରୀରକୁ ସୁସ୍ଥ ରଖିଥାଏ ।
୨. ସିଫୁଡ –କୋରିଆନ ମାନଙ୍କର ଖାଦ୍ୟ ମଧ୍ୟରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ ସିଫୁଡ । ସେମାନେ ବହୁଳ ପରିମାଣର ମାଛ ଖାଇଥାନ୍ତି ଯାହା ସେମାନଙ୍କୁ ଅଧିକ ପରିମାଣର ପ୍ରୋଟିନ ପ୍ରଦାନ କରିଥାଏ । କୋରିଆରେ ସିଫୁଡ ମଧ୍ୟରେ ଅକ୍ଟୋପସ ଏବଂ ଗ୍ରିଲଡ ମ୍ୟାକେରେଲ ଅନ୍ୟତମ ।
୩. ଭଲ ହଜମ ପାଇଁ କିମଚି – କୋରିଆର ବ୍ୟକ୍ତିମାନେ ଭଲ ହଜମ ପାଇଁ ନିଜ ଖାଦ୍ୟରେ କିମଚି ନାମକ ଏକ ଖାଦ୍ୟ ସାମିଲ କରିଥାନ୍ତି । କିମଚି ଫର୍ମେର ହୋଇ ରହିଥିବା ପତ୍ରକୋବି ଯାହା ଶରୀରରେ ହଜମ କ୍ରିୟାକୁ ବୃଦ୍ଧି କରିଥାଏ । ଏହି ସ୍ୱାଦିଷ୍ଟ ଏବଂ ହିତକାରୀ ଖାଦ୍ୟ କୌଣସି ପରିବା ନେଇ ପ୍ରସ୍ତୁତ କରି ସେମାନେ ବହୁ ଦିନ ପର୍ଯ୍ୟନ୍ତ ଷ୍ଟୋର କରି ରଖିଥାନ୍ତି । ଏବଂ ସେମାନେ ପ୍ରତିଦିନ ନିଜ ଖାଦ୍ୟରେ ଏହାକୁ ନିଶ୍ଚୟ ସେବନ କରିଥାନ୍ତି ।
୪. ଭାତ – କୋରିଆର ଲୋକମାନେ ବ୍ରେଡ, ରୁଟି ଏବଂ ମଇଦା ତଥା ଅଟାରେ ପ୍ରସ୍ତୁତ ଖାଦ୍ୟ ବଦଳରେ ଭାତ ଖାଇବାକୁ ପସନ୍ଦ କରିଥାନ୍ତି । ଖାଦ୍ୟ ହଜମ କ୍ରିୟାରେ ସହଯୋଗ କରିବା ସହିତ ନିମ୍ନ ଫ୍ୟାଟର ହୋଇଥିବାରୁ ଓଜନ ହ୍ରାସ କରିବାରେ ମଧ୍ୟ ସାହାଯ୍ୟ କରିଥାଏ ।
୫. ଫାଷ୍ଟ ଫୁଡ ଏବଂ ପ୍ରୋସେସଡ ଫୁଡର କମ ସେବନ – କୋରିଆନ ମାନେ ପ୍ରୋସେସଡ କିମ୍ବା ଫାଷ୍ଟ ଫୁଡର ସେବନ ଖୁବ କମ କରିଥାନ୍ତି । ଏହି ଖାଦ୍ୟ ପଦାର୍ଥ ପେଟର ଚର୍ବି ବୃଦ୍ଧି କରିଥାଏ ବୋଲି ସେମାନେ ବିଶ୍ୱାସ କରନ୍ତି । ତେଣୁ ସେମାନେ ତଟକା ଖାଦ୍ୟ ଖାଇବାକୁ ପସନ୍ଦ କରିଥାନ୍ତି ।
୬. ବ୍ରେକଫାଷ୍ଟକୁ ସାଧାରଣ ରଖିବା – କୋରିଆର ବ୍ୟକ୍ତିବିଶେଷମାନେ ନିଜର ବ୍ରେକଫାଷ୍ଟକୁ ହାଲକା ଏବଂ ସୁସ୍ଥକର ରଖିଥାନ୍ତି । ସେମାନେ ନିଜର ବ୍ରେକଫାଷ୍ଟରେ ଷ୍ଟିଉ, ଭାତ ଏବଂ ବଚନ ପରି ସାଇଟ ଡିସ ଖାଇଥାନ୍ତି । ଯାହା ଖୁବ କମ ଫ୍ୟାଟର ଏବଂ ଏହା ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରିବା ସହିତ ଶରୀରରେ ଅତିରିକ୍ତ ଫ୍ୟାଟ ଜମା କରିବାରୁ ବଞ୍ଚିତ କରିଥାଏ ।
୭. ବ୍ୟାୟାମ – କୋରିଆର ଲୋକମାନେ ସେମାନଙ୍କୁ ସର୍ବଦା ଫିଟ ରଖିବାକୁ ପସନ୍ଦ କରିଥାନ୍ତି । ସେମାନେ ବେଶିକରି ଚାଲିବା ଏବଂ ସାଇକେଲିଂ ଉପରେ ବିଶେଷ ଧ୍ୟାନ ଦେଇଥାନ୍ତି । ଏହା ଦ୍ୱାରା ଶରୀରରେ ଅତିରିକ୍ତ କ୍ୟାଲୋରୀ ସମାପ୍ତ ହୋଇଥାଏ ଏବଂ ଶରୀରକୁ ଶକ୍ତି ମିଳିଥାଏ ।
୮. ସୋଢା ବଦଳରେ ଚାହାରେ ସେବନ – କୋରିଆରେ ଲୋକମାନେ ସୋଢା ଏବଂ ସୁଗାର ପାନୀୟ ଅପେକ୍ଷା ସ୍ୱତନ୍ତ୍ର ଚାହାର ସେବନ କରିଥାନ୍ତି । ସେମାନେ ସୁସ୍ଥକର ଚାହା ପ୍ରସ୍ତୁତ କରି ସେବନ କରିଥାନ୍ତି ଯାହା ଆଣ୍ଟି-ଅକ୍ସିଡାଣ୍ଟରେ ଭରପୁର ହୋଇଥାଏ ଏବଂ ସେମାନଙ୍କୁ ଓଜନ ହ୍ରାସ କରିବାରେ ସାହାଯ୍ୟ କରିଥାଏ ।


Share It

Comments are closed.