କେବିସି ୧୪ ସେଟ୍‌ରେ ବିଚିତ୍ର ଡ୍ରେସ୍‌ ପିନ୍ଧି ନଜର ଆସିଲେ ବିଗ୍ ବି


ସୋନି ଟିଭିରେ ପ୍ରସାରିତ ହେଉଥିବା କୁଇଜ୍ ଶୋ’ ‘କୌନ ବନେଗା କରୋଡପତୀ’ର ଟେଲିକାଷ୍ଟକୁ ଫ୍ୟାନ୍ସ ଉତ୍ସାହର ସହିତ ଅପେକ୍ଷା କରନ୍ତି। ଏହି ଶୋ’ କେବଳ ଦର୍ଶକଙ୍କୁ ମନୋରଞ୍ଜନ କରେ ନାହିଁ ବରଂ ସେମାନଙ୍କର ସାଧାରଣ ଜ୍ଞାନକୁ ମଧ୍ୟ ବଢାଇଥାଏ। ଶୋ’କୁ ବଲିଉଡର ମହାନାୟକ ଅମିତାଭ ବଚ୍ଚନ ହୋଷ୍ଟ କରନ୍ତି, ଯେଉଁଥିପାଇଁ ଏହାର ଫ୍ୟାନ୍ ଫଲୋଇଂ ଆହୁରି ବଢିଯାଏ।

କୌନ ବନେଗା କରୋଡପତୀ ୧୪ ‘ଶୀଘ୍ର ଟିଭିରେ ଆସିବାକୁ ଯାଉଛି। ଶୋ’ର ପ୍ରୋମୋ ପ୍ରତିଦିନ ରିଲିଜ୍ ହେଉଛି। ଯାହା ଫ୍ୟାନ୍ସଙ୍କ ଉତ୍ସାହକୁ ବଢାଉଛି। ଏହି ସମୟରେ ଅମିତାଭ ବଚ୍ଚନ କେବିସି ମଞ୍ଚରୁ ନିଜର ଏକ ମଜାଳିଆ ଫଟୋ ସେୟାର କରିଛନ୍ତି, ଯେଉଁଥିରେ ତାଙ୍କୁ ଏକ ଅଜବ ପୋଷାକରେ ଦେଖିବାକୁ ମିଳିଛି। ଫଟୋରେ ଦେଖିବାକୁ ମିଳିଛି, ବିଗ୍ ବି ଏକ ଧଳା ହୁଡି ସହିତ ଢିଲା ପାଇଜାମା ପିନ୍ଧିଛନ୍ତି। ସେ ବ୍ରାଉନ୍ ଗ୍ଲାସ୍ ଏବଂ ନୀଳ ରଙ୍ଗର ସ୍କାର୍ଫ୍ ସହିତ ନିଜର ଲୁକକୁ କମ୍ପ୍ଲିଟ୍ କରିଛନ୍ତି। ସେ ଏକ ମଜାଦାର କ୍ୟାପସନ୍ ସହିତ ତାଙ୍କ ଡ୍ରେସିଂ ଷ୍ଟାଇଲ୍ ବିଷୟରେ କହିଛନ୍ତି। ସେ ଲେଖିଛନ୍ତି, ‘ପିନ୍ଧିବାକୁ ଦିଆଗଲା ପାଇଜାମା, ସାଢୀକୁ ଚିରି, ସାମ୍ନାରେ ଛୋଟ ପକେଟ ଏବଂ ପଛରେ ନାଡା!’

 

View this post on Instagram

 

A post shared by Amitabh Bachchan (@amitabhbachchan)

ବିଗ୍ ବିଙ୍କ ଏହି ଡ୍ରେସିଂ ସେନ୍ସ ଉପରେ କିଛି ଫ୍ୟାନ୍ସ ତାଙ୍କ କ୍ୟାପସନକୁ ପ୍ରଶଂସା କରୁଥିବାବେଳେ କିଛି ନେଟିଜେନ୍‌ ତାଙ୍କୁ ଟ୍ରୋଲ କରୁଛନ୍ତି ଏବଂ ତାଙ୍କୁ ବଲିଉଡ ଅଭିନେତା ରଣଭୀର ସିଂହଙ୍କ ସହ ତୁଳନା କରୁଛନ୍ତି। ଜଣେ ୟୁଜର୍ ଲେଖିଛନ୍ତି, “ସାର୍ ରଣଭୀର ସିଂହଙ୍କ ସହ ବନ୍ଧୁ କଲେ କି?”, ଅନ୍ୟ ଜଣେ ଲେଖିଛନ୍ତି, “ ଲାଗୁଛି ରଣଭୀର ସିଂହ ଆପଣଙ୍କ ଭିତରେ ପ୍ରବେଶ କରିଯାଇଛନ୍ତି”, ଅନ୍ୟ ଜଣେ ଲେଖିଛନ୍ତି, “ପାଇଜାମା ରଣଭୀର ଡିଜାଇନ୍ କରିଛନ୍ତି” । କେବଳ ଏତିକି ନୁହେଁ, ବାପାଙ୍କ ଡ୍ରେସ୍ ଉପରେ କମେଣ୍ଟ ଦେଇ ଅମିତାଭଙ୍କ ଝିଅ ଶ୍ୱେତା ବଚ୍ଚନ ନନ୍ଦା ମଧ୍ୟ ‘ଦୁଃଖ’ ଏବଂ ‘ନୀରବତା’ର ଇମୋଜୀ ଦେଇଛନ୍ତି। ଲାଗୁଛି ସେ ମଧ୍ୟ ତାଙ୍କ ବାପାଙ୍କ ଷ୍ଟାଇଲକୁ ପସନ୍ଦ କରିନାହାଁନ୍ତି।


Share It

Comments are closed.