ବୁଧବାର ଦିନ ୫ଘଣ୍ଟା ପାଇଁ ସର୍ବସାଧାରଣଙ୍କୁ ଦର୍ଶନ ଦେବେ ନାହିଁ ଜଗତର ନାଥ ଜଗନ୍ନାଥ


ବୁଧବାର ଦିନ ତଥା ଆସନ୍ତା କାଲି ୨୦ଜୁଲାଇରେ ସର୍ବସାଧାରଣଙ୍କ ପାଇଁ ଅପରାହ୍ନ ୫ଘଟିକାରୁ ରାତ୍ରି ୧୦ ଘଟିକା ପର୍ୟ୍ୟନ୍ତ ଶ୍ରୀ ମନ୍ଦିରରେ ଦର୍ଶନ ବନ୍ଦ ରହିବ । ଶ୍ରାବଣ ମାସ କୃଷ୍ଣ ପକ୍ଷ ସପ୍ତମୀ ତିଥିରେ ଶ୍ରୀଜିଉଙ୍କର ବନକଲାଗି ବା ଶ୍ରୀମୁଖ ଶୃଙ୍ଗାର ନିତୀ ପାଳନ କରାଯାଇଥାଏ । ଏହି କାର୍ୟ୍ୟ ଦ୍ୱିତୀୟ ଭୋଗ ମଣ୍ଡପ ପରେ ଅନୁଷ୍ଠିତ ହୋଇଥାଏ ତେଣୁ ଏହା ପରେ ଶ୍ରୀ ଜିଉଙ୍କର ଦର୍ଶନ ବନ୍ଦ ହେବା ସହିତ ଶ୍ରୀ ମନ୍ଦିର ବନ୍ଦ ରହିବାର ମଧ୍ୟ ସୂଚନା ରହିଛି ।
ଏହା ପ୍ରଥମ ଥର ପାଇଁ ନୁହେଁ ପୂର୍ବରୁ ମଧ୍ୟ ବିଭିନ୍ନ ନିତୀକାନ୍ତି ପାଇଁ ପୁରୀ ମନ୍ଦିର ବନ୍ଦ ସର୍ବସାଧାରଣଙ୍କ ନିମନ୍ତେ ବନ୍ଦ ରହିଥାଏ । ରଥ ଯାତ୍ରା ପରେ ଶ୍ରୀନଅରରେ ପ୍ରବେଶ ପରେ ଏହା ଜଗନ୍ନାଥଙ୍କ ପ୍ରଥମ ନିତୀକାନ୍ତି ରହିଛି ।


Share It

Comments are closed.