ଗ୍ରାହକଙ୍କ ଉତମ ମନୋରଂଜନ ପାଇଁ ଏୟାରଟେଲ ସହ ସହବନ୍ଧିତ ହୋଇଛି ଡିଜ୍‌ନୀ + ହଟ୍‌ଷ୍ଟାର


ଭୁବନେଶ୍ୱର: ଭାରତୀୟଙ୍କ ପାଇଁ ଉନ୍ନତମାନର ମନୋରଂଜନ ନେଇଆସିବା ପାଇଁ ଭାରତର ଅଗ୍ରଣୀ ଭିଡିଓ ଷ୍ଟ୍ରିମିଙ୍ଗ ପ୍ଲାଟଫର୍ମ ଡିଜ୍‌ନୀ + ହଟ୍‌ଷ୍ଟାର, ଦେଶର ବୃହତମ ଟେଲିକମ ସଂସ୍ଥା ଭାରତୀ ଏୟାରଟେଲ (“ଏୟାରଟେଲ”) ସହ ଯୋଡ଼ି ହୋଇଛି । ଏହି ପଦକ୍ଷେପ ଦୁଇଟି ପ୍ରମୁଖ ଆହ୍ୱାନ ଯଥା: ଏକ ପେମେଂଟ ବିକଳ୍ପ ଭାବେ କ୍ୟାଶର ପ୍ରଚଳନ ଓ ଡିଜିଟାଲ ପେମେଂଟ ଭିତିଭୂମିର ବିକାଶକୁ ସମାଧାନ କରି ଦେଶରେ ଏହି ଭିଡିଓ କାଟାଗୋରୀର ସବସ୍କ୍ରିପସନ ଗ୍ରହଣକୁ ତ୍ୱରାନ୍ୱିତ କରିବାର ଲକ୍ଷ୍ୟ ରଖିଛି । ଏୟାରଟେଲ ଡିଜ୍‌ନୀ+ହଟଷ୍ଟାର୍ ଭିଆଇପି ପାଇଁ ୪୦୧ ଟଙ୍କା ମୂଲ୍ୟର ବାର୍ଷିକ ସବସ୍କ୍ରିପସନ ସହିତ ଏକ ନୂଆ ରିଚାର୍ଜର ଶୁଭାରମ୍ଭ କରିଛି । ଏହି ରିଚାର୍ଜ ସହ ଏୟାରଟେଲ ୨୮ ଦିନ ପାଇଁ ୩ ଜିବି ଡାଟା ମଧ୍ୟ ପ୍ରଦାନ କରୁଛି । ଆଜିଠାରୁ ଏହି ନୂଆ ରିଚାର୍ଜ ପ୍ୟାକ ସମସ୍ତ ଏୟାରଟେଲ ପ୍ରିପେଡ ଗ୍ରାହକଙ୍କ ପାଇଁ ରିଟେଲ ଷ୍ଟୋରର ଏୟାରଟେଲ ନେଟୱର୍କ ସମେତ ଏୟାରଟେଲ ଥ୍ୟାଙ୍କସ ଆପ୍ ଓ ଏୟାରଟେଲ.ଇନରେ ଉପଲବ୍ଧ ହୋଇଯାଇଛି ।
ଏହି ପ୍ୟାକ କିଣିଥିବା ଏୟାରଟେଲ ଗ୍ରାହକମାନେ ବର୍ତମାନ ଡିଜ୍‌ନୀ+ହଟ୍‌ଷ୍ଟାର ପ୍ରଦାନ କରୁଥିବା ଲେଟଷ୍ଟ ବ୍ଲକବଷ୍ଟର ବଲିଉଡ ମୁଭି(ଅଙ୍ଗ୍ରେଜୀ ମିଡିୟମ, ତାନାଜୀ), ହିନ୍ଦୀ, ତାମିଲ ଏବଂ ତେଲ୍‌ଗୁରେ ଅନୁବାଦ ହୋଇଥିବା ବିଶ୍ୱସ୍ତରୀୟ ମୁଭି ଓ ଶୋ ସମେତ ସୁପର ହିରୋ ମୁଭି(ଆଭେଂଜର: ଏଣ୍ଡ ଗେମ), ନୂଆ ଆନିମେସନ ଫିଲ୍ମ(ଦ ଲାୟନ କିଙ୍ଗ, ଫ୍ରୋଜେନ ୨), ପିଲାଙ୍କ ପ୍ରିୟ ଚରିତ୍ର(ମିକି ମାଉସ,ଡୋରାଏମନ), ଅନ୍‌ଲିମିଟେଡ ଲାଇଭ ସ୍ପୋର୍ଟସ୍ ଏବଂ ଆହୁରି ଅନେକ କିଛିର ମଜା ଉଠାଇପାରିବେ ।
ଏହା ସମ୍ପର୍କରେ ହଟ୍‌ଷ୍ଟାର, ଇଭିପି ଆଣ୍ଡ ହେଡ ସବସ୍କ୍ରିପସନ୍ସ, ଶ୍ରୀମତୀ ପ୍ରଭା ସିମ୍ରନ ସିଙ୍ଗ କହିଛନ୍ତି ଯେ, “ଆମର ଦର୍ଶନ ହେଉଛି ପ୍ରତ୍ୟେକ ଭାରତୀୟଙ୍କ ପାଇଁ ଶ୍ରେଷ୍ଠ ମନୋରଞ୍ଜନ ନେଇଆଣିବା ଏବଂ ଏୟାରଟେଲ ସହିତ ଯୋଡ଼ି ହୋଇ ପୁରା ଦେଶରେ ସେମାନଙ୍କ ସମସ୍ତ ଗ୍ରାହକଙ୍କ ପାଇଁ ଡିଜ୍‌ନୀ+ହଟ୍‌ଷ୍ଟାର ଭିଆଇପିକୁ ପହଂଚଯୋଗ୍ୟ କରାଇବା ପାଇଁ ଆମେ ବେଶ ଉତ୍ସାହୀ ।” ସେହିଭଳି ଭାରତୀ ଏୟାରଟେଲ, ଚିଫ ମାର୍କେଟିଙ୍ଗ ଅଫିସର ଶ୍ରୀ ଶାଶ୍ୱତ ଶର୍ମା କହିଛନ୍ତି ଯେ, “ଡିଜ୍‌ନୀ+ହଟଷ୍ଟାର ସହ ସହବନ୍ଧିତ ହୋଇ ଆମେ ବେଶ ଆନନ୍ଦିତ । ଏୟାରଟେଲରେ ଆମେ ବଜାର ଅଗ୍ରଣୀ ଅଭିନବତା ଆଣିବା ବଜାୟ ରଖିବୁ ଯାହାକି ଆମର ଗ୍ରାହକମାନଙ୍କୁ ଏକ ଭିନ୍ନ ଅନୁଭୂତି ଯୋଗାଇଦେବ ।”


Share It

Comments are closed.