ୟୁପିଏସସି ପରୀକ୍ଷାରେ ସଫଳ ପରୀକ୍ଷାତ୍ରୀଙ୍କୁ ଅଭିନନ୍ଦନ ଜଣାଇଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ


ନୂଆଦିଲ୍ଲୀ/ଭୁବନେଶ୍ୱର, –୨୦୧୯ ବର୍ଷ କେନ୍ଦ୍ର ଲୋକସେବା ଆୟୋଗ(ୟୁପିଏସସି)ର ପ୍ରଶାସନିକ ସେବା ପରୀକ୍ଷାରେ କୃତକାର୍ଯ୍ୟ ଛାତ୍ରଛାତ୍ରୀଙ୍କୁ ଅଭିନନ୍ଦନ ଜଣାଇଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।
ସେହିପରି ଏହି ପରୀକ୍ଷାରେ ଶ୍ରେଷ୍ଠ ୧୦ଜଣଙ୍କ ମଧ୍ୟରେ ଥିବା ଦୁଇ ଓଡିଆ ଛାତ୍ରଛାତ୍ରୀ ତଥା ଅଷ୍ଟମ ରାଙ୍କରେ ଥିବା ଅଭିଷେକ ସରାଫ ଏବଂ ଦଶମ ରାଙ୍କରେ ଥିବା ସଞ୍ଜିତା ମହାପାତ୍ରଙ୍କ ପାଇଁ ଖୁସିବ୍ୟକ୍ତ କରିଛନ୍ତି ଶ୍ରୀ ପ୍ରଧାନ । କୃତକାର୍ଯ୍ୟ ହୋଇଥିବା ପ୍ରତ୍ୟେକ ଛାତ୍ରଛାତ୍ରୀ ତୃଣମୂଳ ସ୍ତରରେ ବିକାଶ କରିବା ସହ ଉନ୍ନତ ତଥା ଶକ୍ତିଶାଳୀ ଭାରତ ଗଢ଼ିବାରେ ସଫଳତା ହାସଲ କରନ୍ତୁ ବୋଲି ଶ୍ରୀ ପ୍ରଧାନ କାମନା କରିଛନ୍ତି ।


Share It

Comments are closed.