ଏଥର ସାମ୍ବାଦିକ ଭୂମିକାରେ ନଜର ଆସିବେ କାର୍ତ୍ତିକ


ବଲିଉଡ୍ ଅଭିନେତା କାର୍ତିକ ଆର୍ଯ୍ୟନ ଏକ ନୂଆ ପ୍ରୋଜେକ୍ଟରେ ନୂଆ ଲୁକରେ ନଜର ଆସିଛନ୍ତି। ଫିଲ୍ମରେ ତାଙ୍କର ଫାଷ୍ଟ ଲୁକ୍ ରିଲିଜ୍ ହୋଇଛି। ଫିଲ୍ମରେ କାର୍ତିକ ଅର୍ଜୁନ ପାଠକଙ୍କ ଚରିତ୍ରରେ ଅଭିନୟ କରୁଛନ୍ତି। ଫିଲ୍ମରେ ସେ ଜଣେ ସାମ୍ବାଦିକ ଭୂମିକାରେ ଅଭିନୟ କରୁଛନ୍ତି। ଏହି ଫିଲ୍ମ ୨୦୨୧ରେ ରିଲିଜ୍ ହେବ। କାର୍ତିକ ନିଜ ଇନଷ୍ଟାଗ୍ରାମ ଆକାଉଣ୍ଟରେ ଫିଲ୍ମରେ ନିଜର ଫାଷ୍ଟ ଲୁକ ସେୟାର କରିଛନ୍ତି। ଲୁକ୍ ସେୟାର୍ କରି ସେ ଲେଖିଛନ୍ତି, ଅର୍ଜୁନ ପାଠକକୁ ଦେଖନ୍ତୁ #Dhamaka. ଫଟୋରେ ସେ ନୀଳ ରଙ୍ଗର ଏକ ଫର୍ମାଲ ସୁଟ୍ ପିନ୍ଧିଛନ୍ତି। ତା ସହ ଏକ ଚଷମା ପିନ୍ଧିଛନ୍ତି ଏବଂ କେଶ ଲମ୍ବା ରଖିଛନ୍ତି। ଲମ୍ବା କେଶ କାର୍ତିକଙ୍କୁ ବହୁତ ମାନୁଛି। ତାଙ୍କ ଆଉଟଫିଟରେ TRTV ବ୍ୟାଚ ଲାଗିଛି ଏବଂ ସାର୍ଟରେ ନାଲି ରଙ୍ଗ ଛିଟା ପଡିଛି। ଡିସେମ୍ବର ୧୨ ତାରିଖରେ କାର୍ତିକ ଫିଲ୍ମ ସୁଟିଂ ଆରମ୍ଭ କରିଛନ୍ତି।

 

View this post on Instagram

 

A post shared by KARTIK AARYAN (@kartikaaryan)

ସୋସିଆଲ ମିଡ଼ିଆରେ ସେ ଏ ସମ୍ପର୍କରେ ସୂଚନା ଦେଇଥିଲେ। ଇନଷ୍ଟାଗ୍ରାମ ସେ ଲେଖିଥିଲେ, ‘ଶୁରୁ କରେ ଧମାକା ଲେକେ ପ୍ରଭୁ କା ନାମ’ । ଫିଲ୍ମର କାହାଣୀ ମୁମ୍ବାଇ ଉପରେ ଆଧାରିତ। ଫିଲ୍ମର କାହାଣୀରେ ଜଣେ ସାମ୍ବାଦିକଙ୍କୁ ଜଣେ ଅଜଣା ବ୍ୟକ୍ତି ଫୋନ କରନ୍ତି। ଉକ୍ତ ବ୍ୟକ୍ତି ଜଣକ ବାନ୍ଦ୍ରା-ୱର୍ଲି ଲିଙ୍କ ଉଡାଇଦେବାକୁ ଧମକ ଦେଇଛନ୍ତି। ରୋନି ସ୍କୃଵାଲାଙ୍କ RSVP ଏବଂ ରାମ ମାଧବାନି ଫିଲ୍ମର ପ୍ରଯୋଜନା ଦେଉଛନ୍ତି। ଗତ ବର୍ଷ କାର୍ତିକ ଆର୍ଯ୍ୟନ ଫିଲ୍ମ ପତି, ପତ୍ନୀ ଔର ୱୋ ରିଲିଜ ହୋଇଥିଲା। ଏହି ଫିଲ୍ମରେ କାର୍ତିକଙ୍କ ବିପକ୍ଷରେ ଭୂମି ପେଡେନେକର ଓ ଅନନ୍ୟା ପାଣ୍ଡେ ଅଭିନୟ କରିଥିଲେ। ଫିଲ୍ମକୁ ଭଲ ରେସପନ୍ସ ମିଳିଥିଲା।


Share It

Comments are closed.