ଡିଡିଏମ୍ ଆଇଟି କୁଇଜ୍ ୨୦୧୯ର ଭୁବନେଶ୍ୱର ସଂସ୍କରଣ ମାର୍ଚ୍ଚ ୧୭ରେ


ଅଗ୍ରଣୀ ଆଇଟି ସେବା, କନ୍ସଲ୍ଟିଂ ଓ ବ୍ୟବସାୟ ସମାଧାନ ଉଦ୍ୟୋଗ ମାଇଣ୍ଡ ଫାୟାର ସଲ୍ୟୁସନ୍ ପକ୍ଷରୁ ଏହାର ଡିଡିଏମ୍ ଆଇଟି କୁଇଜ୍ ୨୦୧୯ର ଭୁବନେଶ୍ୱର ସଂସ୍କରଣ ମାର୍ଚ୍ଚ ୧୭, ରବିବାର ଦିନ ଭୁବନେଶ୍ୱରସ୍ଥିତ ହୋଟେଲ ପଲ୍ ହାଇଟ୍ସରେ ଅନୁଷ୍ଠିତ ହେବାକୁ ଯାଉଛି । ଟେକ୍ନିକାଲ୍ ଆଣ୍ଟ ମ୍ୟାନେଜଣ୍ଟ ପ୍ରତିଷ୍ଠାନମାନଙ୍କର ସ୍ନାତକ ତଥା ସ୍ନାତକୋତ୍ତର ଛାତ୍ରଛାତ୍ରୀମାନେ ଏହି ପ୍ରତିଯୋଗୀତାରେ ଅଂଶ ଗ୍ରହଣ କରିପାରିବେ । ଏହାର ମାଗଣା ଅନ୍ଲାଇନ୍ ପଞ୍ଜିକରଣ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି ।
ଏହାର ପ୍ରାରମ୍ଭିକ ରାଉଣ୍ଡରେ ପ୍ରତ୍ୟେକ ଦଳରେ ସମାନ କଲେଜର ଦୁଇ ଜଣ ସଦସ୍ୟ ରହିବେ । କେବଳ ମାତ୍ର ୮ଟି ପ୍ରମୂଖ ଦଳ ଫାଇନାଲ୍ ରାଉଣ୍ଡକୁ ଯିବାର ସୁଯୋଗ ପାଇବେ । ଏହି ପ୍ରତିଯୋଗିତାରେ ଚାମ୍ପିୟନ ହୋଇଥିବା ଦଳକୁ ୧,୦୦,୦୦୦ ଟଙ୍କା, ପ୍ରଥମ ରନର୍ସଅପ୍ଙ୍କ ପାଇଁ ୫୦,୦୦୦ ଓ ଦ୍ୱିତୀୟ ରନର୍ସଅପ୍ଙ୍କ ପାଇଁ ୩୦,୦୦୦ ଟଙ୍କାର କ୍ୟାସ୍ ପ୍ରାଇଜ୍ର ଘୋଷଣା କରାଯାଇଛି । ଫାଇନାଲରେ ଦର୍ଶକମାନଙ୍କୁ ପାୱାର ବ୍ୟାଙ୍କ, ୟୁଏସ୍ବି ପେନ୍ଡ୍ରାଇଭ୍, ଟି-ସାର୍ଟ ଇତ୍ୟାଦି ପୁରସ୍କାର ରୂପେ ପ୍ରଦାନ କରାଯିବାର ଯୋଜନା ରହିଛି ।
ଏହି ଡିଡିଏମ୍ ଆଇଟି କୁଇଜ୍ ପୂର୍ବ ଭାରତରେ ଭୁବନେଶ୍ୱର ଓ ଖଡ଼ଗପୁରଠାରେ ଆୟୋଜନ କରିବାକୁ ଯୋଜନା ପ୍ରସ୍ତୁତ କରାଯାଇଛି । ଏହି କୁଇଜ ପ୍ରତିଯୋଗୀତା ପ୍ରତି ବର୍ଷ ମାଇଣ୍ଡ ଫାୟାର ସଲ୍ୟୁସନର କର୍ମଚାରୀ ମୃତ ଦେବାଷିସ ଦାସଙ୍କ ସ୍ମରଣରେ ଆୟୋଜିତ ହେଉଛି । ତାଙ୍କର ଚିନ୍ତାଧାରା ଓ ଆଦର୍ଶକୁ ଉଦ୍ଜୀବିତ ରଖିବା ପାଇଁ ମାଇଣ୍ଡ ଫାୟାର ସଲ୍ୟୁସନ ପ୍ରତି ବର୍ଷ ଏକ ଜାତୀୟ ସ୍ତରର ଆଇଟି କୁଇଜ୍ ପ୍ରତିଯୋଗିତା ୨୦୧୧ରୁ କରିଆସୁଛି । ପ୍ରଥମ ଥର ପାଇଁ ଏହି ଡିଡିଏମ୍ ଆଇଟି କୁଇଜ୍ ଭୁବନେଶ୍ୱର ବାହାରେ ଆଇଆଇଟି ଖଡ଼ଗପୁରଠାରେ ଜାନୁଆରୀ ୨୦୧୭ରେ ଆୟୋଜିତ ହୋଇଥିଲା ।
ଏହି କାର୍ଯ୍ୟକ୍ରମ ସମ୍ପର୍କରେ ଶ୍ରୀଯୁକ୍ତ ଚିନ୍ମୟ ପଣ୍ଡା, ମୂଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ, ମାଇଣ୍ଡ ପେୟାର ସଲ୍ୟୁସନ୍ ପ୍ରକାଶ କରିଛନ୍ତି, “ଭାରତର କୁଇଜ ସର୍କଲରେ ଡିଡିଏମ୍ ଆଇଟି କୁଇଜ୍ ସର୍ବୋଚ୍ଚରେ ରହିଥିବାର ଦେଖି ମୁଁ ଖୁବ୍ ଆନନ୍ଦିତ । ଏହା ଅତ୍ୟନ୍ତ ସନ୍ତୋଷଜନକ ଯେ, ଡିଡିଏମ୍ଆଇଟି ଆମର ବନ୍ଧୁ ସ୍ୱର୍ଗତଃ ଦେବାଷିସ ଦାସଙ୍କ ସ୍ୱପ୍ନକୁ ସାକାର କରିବାକୁ ଲଗାତାର ଭାବେ ବୃଦ୍ଧିି ପାଉଛି । ଏହି ନବମ ବର୍ଷରେ ମୁଁ ସମସ୍ତ ଛାତ୍ରଛାତ୍ରୀମାନଙ୍କର ଶୁଭ ସମୟ କାମନା କରୁଛି, ସେମାନେ ସେମାନଙ୍କର ଜ୍ଞାନକୁ ପରୀକ୍ଷା କରନ୍ତୁ ଓ ନିଜ ପାଇଁ ତଥା ସେମାନଙ୍କ କଲେଜ ପାଇଁ ପ୍ରଶଂସା ଜିତନ୍ତୁ ।”


Share It

Comments are closed.