ସୁଶାନ୍ତଙ୍କ କେସର ତଦନ୍ତ କରୁଥିବା ଡିସିପି ଅଭିଷେକ କରୋନାରେ ଆକ୍ରାନ୍ତ


ବଲିଉଡ ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁ ମାମଲାରେ ରିୟା ଚକ୍ରବର୍ତ୍ତୀଙ୍କୁ ପଚରାଉଚରା କରୁଥିବା ଡିସିପିଙ୍କୁ କରୋନା। ଡିସିପି ଅଭିଷେକ ତ୍ରିମୁଖେ ଓ ତାଙ୍କ ଘରର ସମସ୍ତ ସଦସ୍ୟ କରୋନା ପଜିଟିଭ ହୋଇଥିବାର ଜଣାପଡିଛି। ଡିସିପି ତ୍ରିମୁଖେଙ୍କ ଉପରେ ସୁଶାନ୍ତଙ୍କ ମାମଲାର ଯାଞ୍ଚକୁ ନେଇ ପ୍ରଶ୍ନ ଉଠିଥିଲା। ରିୟା ଚକ୍ରବର୍ତ୍ତୀଙ୍କ କଲ୍ ଡିଟେଲସରୁ ଏହି ଖୁଲାସା ହୋଇଥିଲା ସୁଶାନ୍ତଙ୍କ ମୃତ୍ୟୁ ପରେ ରିୟାଙ୍କର ବାନ୍ଦ୍ରାର ଡିଜିସି ଅଭିଷେକ ତ୍ରିମୁଖେଙ୍କ ସହିତ ଫୋନରେ ବହୁବାର କଥା ହୋଇଥିଲେ। ଫୋନ୍ ଡିଟେଲ୍ସରୁ ଏଭଳି ସୂଚନା ଜଣାପଡିଥିଲା। ରିୟା ଡିସିପି ତ୍ରିମୁଖେଙ୍କ ସହିତ ଫୋନ୍ କଲ୍ ଓ ଏସଏମଏସ୍ ଜରିଆରେ କଥାବାର୍ତ୍ତା ହେଉଥିଲେ। ଏବେ ଅଭିଷେକ ତ୍ରିମୁଖେ କରୋନା ପଜିଟିଭ ଥିବା ନେଇ ଜଣାପଡିଛି। ସୁଶାନ୍ତଙ୍କ ମାମଲାର ତଦନ୍ତ ସିବିଆଇ କରୁଛି। ଏପର୍ଯ୍ୟନ୍ତ କେସ୍ ସହିତ ଜଡିତ ସମସ୍ତ ଲୋକଙ୍କୁ ପଚରାଉଚରା କରାଯାଉଛି।


Share It

Comments are closed.