ବିନା ପାଇଲଟ୍‌ରେ ଉଡିଲା ବ୍ଲାକ୍‌ ହକ୍‌ ହେଲିକପ୍ଟର ,୩୦ ମିନିଟ୍ ପରେ କଲା ଅବତରଣ


ପ୍ରଥମ ଥର ପାଇଁ ବିନା ପାଇଲଟ୍‌ରେ ଏକ ବ୍ଲାକ୍‌ ହକ୍‌ ହେଲିକପ୍ଟର ଉଡ଼ାଣ କରିଛି । ଆମେରିକାର ଡିଫେନ୍ସ ଆଡ୍‌ଭାନ୍ସଡ୍‌ ରିସର୍ଚ୍ଚ ପ୍ରୋଜେକ୍ଟସ ଏଜେନ୍ସିର ଆଲିଆସ୍‌ କାର୍ଯ୍ୟକ୍ରମର ଅଂଶସ୍ୱରୂପ ଏହାକୁ ନିର୍ମାଣ କରାଯାଇଥିଲା । ଏବେ ଏହା ପାଇଲଟ୍‌ ବିନା ଉଡ଼ିପାରୁଛି । ଠିକଣାସ୍ଥଳରେ ନିର୍ଦ୍ଧାରିତ ସମୟରେ ଏହା ଅବତରଣ କରିପାରିବ । ପୂର୍ବରୁ ଏହି ହେଲିକପ୍ଟର ବିନା ପାଇଲଟ୍‌ରେ ଉଡ଼ିପାରୁଥିଲା । କିନ୍ତୁ ଏଥିରେ ଜଣେ ପାଇଲଟ୍‌ ରହୁଥିଲେ ।

ଏହି ହେଲିକପ୍ଟରରେ ଏକ ସ୍ୱିଚ୍‌ ରହିଛି, ଯାହାକୁ ‘୨୧୦ ସ୍ୱିଚ୍‌’ କୁହାଯାଉଛି । ଏଥିରୁ ଜଣାପଡ଼ିଥାଏ, ହେଲିକପ୍ଟରରେ କେତେଜଣ ପାଇଲଟ୍‌ ରହିଛନ୍ତି । କିନ୍ତୁ ପ୍ରଥମ ଥର ପାଇଁ ଏହି ସ୍ୱିଚ୍‌ ‘ଶୂନ’ ସଙ୍କେତ ଦେଇଛି । ଏହା ଏକ ଐତିହାସିକ ଘଟଣା ବୋଲି ସିକୋରସ୍କାଏ ଇନୋଭେସନ୍‌ର ନିର୍ଦ୍ଦେଶକ ଆଇଗର୍‌ ଚେର୍‌ପିନ୍‌ସ୍କି କହିଛନ୍ତି ।

ତାଙ୍କ ମୁତାବକ ଫେବ୍ରୁଆରୀ ୫ରେ କେଣ୍ଟୁକିର ଫୋର୍ଟ କ୍ୟାମ୍ପ୍‌ବେଲ୍‌ ଉପରେ ଆଲିଆସ୍‌ ବ୍ଲାକ୍‌ ହକ୍‌ ୩୦ ମିନିଟ୍‌ ଧରି ବିନା ପାଇଲଟ୍‌ରେ ଉଡ଼ିଥିଲା । ଏହାପରେ ଫେବ୍ରୁଆରୀ ୭ରେ ସ୍ୱଳ୍ପ ସମୟ ପାଇଁ ଏହା ଉଡ଼ାଣ ଭରିଥିଲା ।


Share It

Comments are closed.