ଶୀଘ୍ର ୟୁକ୍ରେନ ଛାଡିବା ପାଇଁ ଆମେରିକୀୟଙ୍କୁ ଚେତାବନୀ ଦେଲେ ବାଇଡେନ୍


ୟୁକ୍ରେନକୁ ନେଇ ଋଷ ଓ ଆମେରିକା ମଧ୍ୟରେ ବିବାଦ ବଡିବାରେ ଲାଗିଛି । ଏହାମଧ୍ୟରେ ୟୁଏସ ରାଷ୍ଟ୍ରପତି ଜୋ ବାଇଡେନ୍ ୟୁକ୍ରେନ ଛାଡିବାକୁ ୟୁଏସ ନାଗରିକଙ୍କୁ ଚେତାବନୀ ଦେଇଛନ୍ତି । ଏନେଇ ଏଏଫପି ଖବର ସରବରାହ ସଂସ୍ଥା ସୂଚନା ଦେଇଛି ।

ଏହାପୂର୍ବରୁ ଆମେରିକା ୟୁଏନରେ ୟୁକ୍ରେନ ସଙ୍କଟ ପ୍ରସଙ୍ଗରେ ପ୍ରସ୍ତାବ ପାରିତ ହୋଇଥିଲା । ଏହି ସମୟରେ ଋଷ ଓ ଆମେରିକାର ଉଚ୍ଚାୟୁକ୍ତ ମୁହାଁମୁହିଁ ହୋଇଥିଲେ । ଋଷ ଆମେରିକା ଓ ଅନ୍ୟ ଦେଶ ବିରୋଧରେ ଉତ୍ତେଜନା ସୃଷ୍ଟି କରୁଥିବା ଅଭିଯୋଗ ଆଣିଥିଲା । ସେହିପରି ଆମେରିକା ୟୁକ୍ରେନ ସୀମାରେ ସୈନ୍ୟ ଠୁଳ କରିବା ନେଇ ଋଷ ଉପରେ ବର୍ଷିଥିଲା ।

ଋଷ ଉଚ୍ଚାୟୁକ୍ତ କହିଥିଲେ ଯେ, ଅନେକ ପାଶ୍ଚାତ୍ୟ ଦେଶ ଓ ଆମେରିକା ବିବାଦୀୟ କ୍ଷେତ୍ରରେ ଅଯଥା ହସ୍ତକ୍ଷେପ କରୁଛନ୍ତି । ଏହାର ପ୍ରତିବାଦ କରିଥିଲା ଆମେରିକା । ଋଷ ଉପରେ ସାମାରିକ କାର୍ଯ୍ୟକଳାପ ଅଭିଯୋଗ ଆଣିଥିଲା ।

ସୂଚନାଯୋଗ୍ୟ, ୨୦୨୧ ଡିସେମ୍ବରରେ ଜୋ ବାଇଡେନ୍ ଋଷ ରାଷ୍ଟ୍ରପତି ଭ୍ଲାଦମିର ପୁଟିନଙ୍କ ସହ ୟୁକ୍ରେନ ପ୍ରସଙ୍ଗରେ କଥା ହୋଇଥିଲେ । ପ୍ରାୟ ୫୦ ମିନିଟ ଧରି ଉଭୟ ନେତା ଆଲୋଚନା କରିଥିଲେ । ଯଦି ଋଷ ୟୁକ୍ରେନ ଉପରେ ଆକ୍ରମଣ କରେ ତେବେ ଆମେରିକା ଓ ତା ସହଯୋଗୀ ଜବାବ ଦେବେ ବୋଲି ବାଇଡେନ୍ କହିଥିଲେ ।


Share It

Comments are closed.