ବିବାଦ ଘେରରେ ସଲାମାନଙ୍କ ଅଭିନୀତ ଦବଙ୍ଗ ୩


ସଲମାନ ଖାନଙ୍କ ଅଭିନୀତ ‘ଦବଙ୍ଗ ୩’ର ରିଲିଜକୁ ଆଉ ମାତ୍ର କିଛି ଦିନ ରହିଛି । ଏଭଳି ସମୟରେ ରିଲିଜ ପୂର୍ବରୁ ହିଁ ଏହି ଚଳଚ୍ଚିତ୍ର ବିବାଦ ଘେର ମଧ୍ୟରେ ଫସିଯାଇଛି । ହିନ୍ଦୁ ଜନଜାଗୃତି ସମିତି ଏହି ଚଳଚ୍ଚିତ୍ରର ଟାଇଟେଲ ସଙ୍ଗ ‘ହୁଡ଼ ଦବଂଗ ଦବଂଗ’କୁ ନେଇ ଆପତ୍ତି ଉଠାଇଛି । ହିନ୍ଦୁ ଜନଜାଗୃତି ସମିତିର ମହାରାଷ୍ଟ୍ର ଏବଂ ଝାଡ଼ଖଣ୍ଡର ଆୟୋଜକ ସୁନୀଲ ଅଭିଯୋଗ ଆଣିଛନ୍ତି ଯେ ଏହି ଚଳଚ୍ଚିତ୍ରରେ ଋଷିମାନଙ୍କୁ ସଲମାନଙ୍କ ସହ ଆପତ୍ତିଜନକ ଭାବେ ନୃତ୍ୟ କରୁଥିବାର ଦେଖାଯାଇଛି । ଏହାଦ୍ୱାରା ହିନ୍ଦୁମାନଙ୍କର ଧାର୍ମିକ ଭାବନାକୁ ବହୁତ କ୍ଷତି ପହଞ୍ଚିଛି ।”
ହିନ୍ଦୁ ଜନଜାଗୃତି ସମିତି କହିଛନ୍ତି ସେଣ୍ଟ୍ରାଲ ବୋର୍ଡ ଅଫ ଫିଲ୍ମ ସାର୍ଟିଫିକେସନଙ୍କୁ ଏହି ଚଳଚ୍ଚିତ୍ରକୁ ସାର୍ଟିଫିକେଟ ଦେବା ଉଚିତ ନୁହେଁ । ଅସଲ କଥା ହେଉଛି ‘ହୁଡ଼ ଦବଙ୍ଗ ଦବଙ୍ଗ’ ଗୀତରେ ସଲମାନଙ୍କୁ ଋଷି ମାନଙ୍କ ସହିତ ନଦୀ କୂଳରେ ନୃତ୍ୟ କରୁଥିବାର ଦେଖାଯାଇଛି । ଭିଡିଓରେ ସଲମାନ ବ୍ରହ୍ମା, ବିଷ୍ଣୁ ଏବଂ ଶିବଙ୍କ ପୋଷାକ ପିନ୍ଧିଥିବା ଲୋକଙ୍କ ଆଶୀର୍ବାଦ ନେଇଥିବାର ଦୃଶ୍ୟ ମଧ୍ୟ ରହିଛି । ଏହା ବ୍ୟତୀତ ଏହି ଚଳଚ୍ଚିତ୍ରର ସୁଟିଙ୍ଗ ସମୟରେ ହିଁ ଏକ ଫଟୋର ଭାଇରାଲ ହେବାକୁ ନେଇ ଚଳଚ୍ଚିତ୍ରଟି ବିବାଦ ଘେର ମଧ୍ୟକୁ ଆସିଯାଇଥିଲା । ଯେଉଁଠାରେ ଶିବଲିଙ୍ଗ ଉପରେ ଖଟ ଦ୍ୱାରା ଆଚ୍ଛାଦିତ କରାଯାଇଥିଲା । କେବଳ ଏତିକି ନୁହେଁ ଶିବଲିଙ୍ଗ ଉପରେ ଖଟ ଲଗାଇ ଲୋକଙ୍କୁ ନାଚିବାର ଏବଂ ଭୁଲ ଢ଼ଙ୍ଗରେ ବସିବାର ମଧ୍ୟ ଦେଖାଯାଇଥିଲା । ପ୍ରଭୁଦେବା ଏହି ଚଳଚ୍ଚିତ୍ରର ନିର୍ଦ୍ଦେଶନା ଦେଇଛନ୍ତି । ଏଥିରେ ସଲାମାନଙ୍କ ସହ ସୋନାକ୍ଷୀ ସିହ୍ନା ମଧ୍ୟ ନଜର ଆସିବେ । ଏହା ଚଳିତ ବର୍ଷ ଡିସେମ୍ବର ୨୦ରେ ମୁକ୍ତିଲାଭ କରିବ ।

Share It

Comments are closed.