ଆଜି ଚୌଦ୍ୱାର-କଟକ ବିଧାୟକ ସୌଭିକ୍‌ ବିଶ୍ୱାଳଙ୍କ ବାହାଘର


ଆଜି ଚୌଦ୍ୱାର-କଟକ ବିଧାୟକ ସୌଭିକ୍‌ ବିଶ୍ୱାଳ ବାହାଘର । ସେ ତାଙ୍କ ସ୍କୁଲ୍‌ ସହପାଠିନୀ ତଥା ବାନ୍ଧବୀ ଡାକ୍ତର ଅନନ୍ୟା ପ୍ରିୟଦର୍ଶିନୀଙ୍କ ସହ ବିବାହ ବନ୍ଧନରେ ବାନ୍ଧି ହେବାକୁ ଯାଉଛନ୍ତି ।

ପୂର୍ବତନ ବିଧାୟକ ପ୍ରଭାତ ରଞ୍ଜନ ବିଶ୍ୱାଳ ଓ ପୂର୍ବତନ ଜିଲ୍ଲା ପରିଷଦ ସଭାନେତ୍ରୀ ଲକ୍ଷ୍ମୀ ବିଳାସିନୀ ବିଶ୍ୱାଳଙ୍କ ଏକମାତ୍ର ପୁଅ ସୌଭିକ୍‌ଙ୍କ ବାରାତ୍‌ ଗୁରୁବାର ଅପରାହ୍ଣରେ କଟକରୁ ବାହାରିବ । ରାମଚଣ୍ଡୀ-କୋଣାର୍କ ମଧ୍ୟବର୍ତ୍ତୀ ବେଲେଶ୍ୱର ମନ୍ଦିରରେ ବିବାହ ଉତ୍ସବ ଅନୁଷ୍ଠିତ ହେବାକୁ ଥିଲାବେଳେ ବନ୍ଧୁବାନ୍ଧବ ଓ ଆତ୍ମୀୟମାନେ ଲୋଟସ ରିସର୍ଟସ ହୋଟେଲରେ ରହିବାର ବ୍ୟବସ୍ଥା ହୋଇଛି ।

କଟକର ଅବସରପ୍ରାପ୍ତ ନିର୍ବାହୀ ଯନ୍ତ୍ରୀ ସୁବୋଧ କୁମାର ରାଉତରାୟ ଓ ବିଜୟଲକ୍ଷ୍ମୀ ରାଉତରାୟଙ୍କ କନ୍ୟା ହେଉଛନ୍ତି ଅନନ୍ୟା । ସ୍ତ୍ରୀ ରୋଗ ଓ ପ୍ରସୂତି ବିଭାଗ ଡାକ୍ତର ଭାବେ କାର୍ଯ୍ୟରତ ଅନନ୍ୟାଙ୍କ ପରିବାର ତରଫରୁ ଗତକାଲି ମେହେନ୍ଦୀ କାର୍ଯ୍ୟକ୍ରମ ସରିଥିବା ବେଳେ ବୁଧବାର ସନ୍ଧ୍ୟାରେ ନରାଜ ଡାକବଙ୍ଗଳାରେ ରିଂ ସେରିମନି ଜାକଜମକରେ ହୋଇଥିଲା । ଅତିଥି, ବଂଧୁ ଓ ଆତ୍ମୀୟମାନଙ୍କୁ ଆପ୍ୟାୟିତ କରିବା ନିମନ୍ତେ ଭୁବନେଶ୍ୱର ଓ କଟକରେ ଏକାଧିକ ଉତ୍ସବ ଓ ଭୋଜିଭାତର ଆୟୋଜନ କରାଯାଉଥିବା ଜଣାପଡିଛି ।

 


Share It

Comments are closed.