ଭାରତରେ ବେକାବୁ ହେବାରେ ଲାଗିଛି କରୋନା, ଗୋଟିଏ ଦିନରେ ୫୭ ହଜାର ନୂଆ ମାମଲା, ୭୬୪ ଜଣଙ୍କ ମୃତ୍ୟୁ


ଦେଶରେ କରୋନାର ଗତିରେ ଲଗାମ ଧରୁନାହିଁ | ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୫୭ ହଜାରରୁ ଅଧିକ ନୂତନ ମାମଲା ରିପୋର୍ଟ ହୋଇଛି ଏବଂ ୭୬୪ ଜଣଙ୍କର ମୃତ୍ୟୁ ହୋଇଛି। ଏଥିସହିତ ଭାରତରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ପ୍ରାୟ ୧୭ ଲକ୍ଷ ପାଖାପାଖି ପହଞ୍ଚିଛି। ଭାରତରେ ଏହି ମହାମାରୀରେ ମୃତ୍ୟୁ ସଂଖ୍ୟା ୩୬.୫ ହଜାର ଅତିକ୍ରମ କରିଛି।

ଏହା ପରେ, ସମଗ୍ର ଦେଶରେ ମୋଟ କରୋନା ପଜିଟିଭ୍ ମାମଲା ସଂଖ୍ୟା ୧୬,୯୫,୯୮୮ କୁ ବୃଦ୍ଧି ପାଇଛି |ସେଥିମଧ୍ୟରୁ ୫,୬୫,୧୦୩ ସକ୍ରିୟ ମାମଲା, ୧୦,୯୪,୩୭୪ ଲୋକ ଆରୋଗ୍ୟ ଲାଭ କରିଛନ୍ତି କିମ୍ବା ଡାକ୍ତରଖାନାରୁ ଡିସଚାର୍ଜ ହୋଇଛନ୍ତି ଏବଂ ଏପର୍ଯ୍ୟନ୍ତ ୩୬,୫୧୧ ଜଣଙ୍କର ମୃତ୍ୟୁ ହୋଇଛି।

ଏଥି ସହିତ, ଏହି ଭାଇରସ ସମଗ୍ର ବିଶ୍ୱରେ ପଚିଶ ଲକ୍ଷ ଲୋକଙ୍କୁ ଏହାର ଶିକାର କରିସାରିଲାଣି। ଏଥିମଧ୍ୟରୁ ୬.୭୮ ଲକ୍ଷ ଲୋକ ପ୍ରାଣ ହରାଇଛନ୍ତି।

ଇଣ୍ଡିଆନ୍ କାଉନସିଲ୍ ଅଫ୍ ମେଡିକାଲ୍ ରିସର୍ଚ୍ଚ (ଆଇସିଏମ୍ଆର୍) ଦ୍ବାରା ପ୍ରକାଶିତ ତଥ୍ୟ ଅନୁଯାୟୀ, ଜୁଲାଇ ୩୧ ସୁଦ୍ଧା ସାରା ଦେଶରେ କରୋନା ଭାଇରସ ପାଇଁ ମୋଟ ୧,୯୩,୫୮,୬୫୯ ନମୁନା ପରୀକ୍ଷା କରାଯାଇଛି। ସେଥିମଧ୍ୟରୁ ଶୁକ୍ରବାର ଦିନ କେବଳ ୫,୨୫,୬୮୯ ନମୁନା ପରୀକ୍ଷା କରାଯାଇଛି |


Share It

Comments are closed.