କଲମ୍ବିଆରେ ବଡ଼ ଧରଣର ଭୂ-ସ୍ଖଳନ : ୩୪ ମୃତ


କଲମ୍ବିଆରେ ଏକ ବଡ଼ ଧରଣର ଭୂ-ସ୍ଖଳନ ଘଟିଛି । ଏହି ଭୂ-ସ୍ଖଳନରେ ଅତି କମରେ ୩୪ ଜଣଙ୍କ ମୃତ୍ୟୁ ଘଟିଛି । ଏହାସହ ଏକାଧିକ ଲୋକ ଗୁରୁତର ଆହତ ହୋଇଛନ୍ତି । କଲମ୍ୱିଆ (Colombia) ର ରିସାରାଲଡା ପ୍ରଦେଶରେ ବର୍ଷା ଯୋଗୁଁ ଭୂ-ସ୍ଖଳନରେ ଏକ ବସ୍ ଓ ଅନ୍ୟାନ୍ୟ ବାହନ ପୋତି ଯାଇଛି । ଯେଉଁ କାରଣରୁ ଏତେ ବଡ଼ ଦୁର୍ଘଟଣା (Landslide in Colombia) ଟି ଘଟିଯାଇଛି । ସୋମବାର ଅର୍ଥାତ ଡିସେମ୍ୱର ୫ରେ କଲମ୍ବିଆର ରାଷ୍ଟ୍ରପତି (Colombia President) ଗୁସ୍ତାଭୋ ପେଟ୍ରୋ (Gustavo Petro) ଏହି ଦୁଃଘଟଣା ଉପରେ ଶୋକ ପ୍ରକାଶ କରିଛନ୍ତି । ରାଷ୍ଟ୍ରପତି ଗୁସ୍ତାଭୋ ପେଟ୍ରୋ କହିଛନ୍ତି ଯେ, ଏହି ସଂକଟ ସମୟରେ ପୀଡିତଙ୍କ ପରିବାର ସହ ସରକାର ଛିଡା ହୋଇଛନ୍ତି ।

ସେପଟେ କଲମ୍ବିଆର ଗୃହମନ୍ତ୍ରୀ ଆଲଫୋନ୍ସୋ ପ୍ରାଦା କହିଛନ୍ତି ଯେ, ଏହି ଦୁଃଘଟଣାରୁ ଆମେ ସମସ୍ତେ ଗଭୀର ଦୁଃଖିତ । ଅଦ୍ୟାବଧି ଆମେ ୩ ନାବାଳକ ସମେତ ୩୩ଟି ମୃତଦେହ ପାଇଛୁ । ଏହା ବ୍ୟତୀତ ୯ ଜଣଙ୍କୁ ଜୀବନ୍ତ ଉଦ୍ଧାର କରାଯାଇଛି, ଯେଉଁଥିରୁ ୪ ଜଣଙ୍କ ଅବସ୍ଥା ଗୁରୁତର ରହିଛି । କଲମ୍ବିଆର ରାଜଧାନୀ ବୋଗୋଟା ଠାରୁ ପ୍ରାୟ ୨୩୦ କିଲୋମିଟର ଦୂରରେ କଫି ଉତ୍ପାଦନ ପାଇଁ ପ୍ରସିଦ୍ଧ କଲମ୍ବିଆ (Colombia) ର ଏକ ପାର୍ବତ୍ୟ ଅଞ୍ଚଳରେ ପୁଏବ୍ଲୋ ରିକୋ ଓ ସାଣ୍ଟା ସେସିଲିଆ ଗାଁ ମଧ୍ୟରେ ଯାତ୍ରା କରୁଥିବାବେଳେ ରବିବାର ଭୂ-ସ୍ଖଳନରେ ଏକ ବସ୍ ସମେତ ଅନେକ ଯାନ ପୋତି ହୋଇଯାଇଛି ।

ଦୁର୍ଘଟଣାଗ୍ରସ୍ତ ବସ୍ କଲମ୍ବିଆର ତୃତୀୟ ବୃହତ୍ତମ ସହର କୈଲି ଓ କଣ୍ଡୋଟୋ ମ୍ୟୁନିସିପାଲିଟି ମଝି ରାସ୍ତାରେ ଥିଲା । ଅଧିକାରୀଙ୍କ କହିବାନୁସାରେ, ଏଥିରେ ପ୍ରାୟ ୨୫ ଜଣ ଯାତ୍ରୀ ଥିଲେ । ଦୁର୍ଘଟଣାରୁ ବଞ୍ଚିଥିବା ଜଣେ ବ୍ୟକ୍ତି କହିଛନ୍ତି ଯେ, ଡ୍ରାଇଭର ବସକୁ ସୁରକ୍ଷିତ କରିବାକୁ ଯଥାସାଧ୍ୟ ଚେଷ୍ଟା କରିଥିଲେ, ଯେତେବେଳେ ମାଟି ପଥର ତଳକୁ ଖସୁଥିଲା ଓ ବସଟି ଟିକେ ପଛରେ ଥିଲା । ରେଡିଓ ଷ୍ଟେସନ ସହିତ କଥାବାର୍ତ୍ତା କରି ବ୍ୟକ୍ତି ଜଣକ କହିଛନ୍ତି ଯେ, ଦୁଃର୍ଘଟଣା ଘଟିବା ପରେ ମଧ୍ୟ ଡ୍ରାଇଭର ବସକୁ ଫେରାଇବାକୁ ଚେଷ୍ଟା କରୁଥିଲା । ଏହି ଘଟଣାରେ ଆହତ ୫ ଜଣଙ୍କୁ ଚିକିତ୍ସା ପାଇଁ ଡାକ୍ତରଖାନା ନିଆଯାଇଛି । କଲମ୍ବିଆର ନ୍ୟାସନାଲ ୟୁନିଟ୍ ଫର ବିପର୍ଯ୍ୟୟ ବିପଦ ପରିଚାଳନା (UNGRD) ଆକଳନ କରିଛି ଯେ, ଅଗଷ୍ଟ ୨୦୨୧ରୁ ଚଳିତ ବର୍ଷ ନଭେମ୍ବର ମଧ୍ୟରେ ଲା ନୀନା ଅଞ୍ଚଳରେ ଜରୁରୀକାଳୀନ ଦୁଃଘଟଣାରେ ୨୭୧ ଲୋକଙ୍କ ମୃତ୍ୟୁ ଘଟିଛି । ଅନ୍ୟପଟେ ପ୍ରାୟ ୭,୪୩,୩୩୭ ଜଣ ପ୍ରଭାବିତ ଲୋକମାନଙ୍କ ମଧ୍ୟରୁ ୩୪୮ ଜଣ ଆହତ ହୋଇଛନ୍ତି ।


Share It

Comments are closed.