ଚିଙ୍ଗାରି ଆପ୍‌ର ଡିଜିଟାଲ ପ୍ରତିଭା ଅନ୍ୱେଷଣ କାର୍ଯ୍ୟକ୍ରମ ‘ଚିଙ୍ଗାରି ଷ୍ଟାର୍‌- ଟ୍ୟାଲେଂଟ୍ କା ମହାସଙ୍ଗ୍ରାମ’


ଭୁବନେଶ୍ୱର: ସର୍ଟ-ଭିଡିଓ ସେୟାରିଙ୍ଗ୍ ଆପ୍ ଚିଙ୍ଗାରି ପକ୍ଷରୁ ଦେଶର ପ୍ରଥମ ଡିଜିଟାଲ ପ୍ରତିଭା ଅନ୍ୱେଷଣ ଶୋ’ ‘ଚିଙ୍ଗାରି ଷ୍ଟାର୍‌ସ: ଟ୍ୟାଲେଂଟ୍ କା ମହାସଙ୍ଗ୍ରାମ’ର ଶୁଭାରମ୍ଭ କରାଯାଇଛି । ଯେଉଁଠାରେ ସର୍ବୋତମ କଂଟେଂଟ୍ କ୍ରିଏଟରଙ୍କୁ ୧ କୋଟି ଟଙ୍କାର ପୁରସ୍କାର ରାଶି ସହ ପୁରସ୍କୃତ କରାଯିବ । ଏହାସହିତ ପ୍ରତ୍ୟେକ ରାଜ୍ୟର ବେଷ୍ଟ କଂଟେଂଟ୍ କ୍ରିଏଟର୍‌ଙ୍କୁ ଏହି ମେଡ୍ ଇନ୍ ଇଣ୍ଡିଆ ଆପ୍‌ରେ ଅପ୍‌ଲୋଡ୍ କରିଥିବା ନିଜର ଭିଡିଓ ପାଇଁ ୫ ଲକ୍ଷ ଟଙ୍କା ଲେଖାଏଁ ପୁରସ୍କାର ରାଶି ପାଇପାରିବେ । ଏହାଛଡା ସର୍ଟଲିଷ୍ଟ ହୋଇଥିବା ପ୍ରତିଯୋଗୀ ଓ ବିଜେତା ଏହି ପ୍ରତିଯୋଗିତା ମାଧ୍ୟମରେ ସ୍ୱୀକୃତି ଓ ଖ୍ୟାତି ଅର୍ଜନ କରିବେ । ଏହି ପ୍ରତିଯୋଗିତା ସମ୍ପର୍କରେ ଚିଙ୍ଗାରି ଆପ୍‌ର ସହପ୍ରତିଷ୍ଠାତା ସୁମିତ ଘୋଷ କହିଛନ୍ତି, ଚିଙ୍ଗାରି ଷ୍ଟାର୍ସ- ଟ୍ୟାଲେଂଟ୍ କା ମହାସଙ୍ଗ୍ରାମ’ ପ୍ରତିଯୋଗିତା ଭାରତର ପ୍ରଥମ ଡିଜିଟାଲ ରିଅଲିଟି ଶୋ’ ହେବ । ଚିଙ୍ଗାରି ଉପଭୋକ୍ତାମାନେ ଆପ୍‌ରେ ଅପ୍‌ଲୋଡ୍ ହୋଇଥିବା ବେଷ୍ଟ କଂଟେଂଟ୍ ପାଇଁ ଭୋଟ୍ ଦେବେ ଓ ସର୍ବଭାରତୀୟ ସ୍ତରର ବିଜେତାଙ୍କୁ ୧ କୋଟି ଟଙ୍କା ପୁରସ୍କାର ଆକାରରେ ଦିଆଯିବ । ଏହି ପ୍ରତିଯୋଗିତା ଦେଶୀ ପ୍ରତିଭାମାନଙ୍କୁ ପ୍ରୋତ୍ସାହିତ କରିବା ଏବଂ ଲୋକପ୍ରିୟ ଓ ଧନୀ ହେବା ନେଇ ସେମାନଙ୍କର ସ୍ୱପ୍ନକୁ ପୂରଣ କରିବାରେ ସାହାଯ୍ୟ କରିବା ପାଇଁ ଲକ୍ଷ୍ୟ ରଖିଛି । ରାଜ୍ୟ ଓ ଜାତୀୟ ସ୍ତରୀୟ କଂଟେଂଟ୍ ପ୍ରତିଯୋଗିତାକୁ ୧୫ରୁ ୨୦ ଦିନ ଅନ୍ତର ମଧ୍ୟରେ ଆୟୋଜିତ କରାଯିବ, ଯାହାଫଳରେ କଂଟେଂଟ୍ କ୍ରିଏଟର୍‌ମାନେ ନିଜ ପସନ୍ଦର ଯେକୌଣସି ବର୍ଗ – ନୃତ୍ୟ, ସଙ୍ଗୀତ, ଅଭିନୟ, ମିମିକ୍‌, ଷ୍ଟାଣ୍ଡ-ଅପ୍ ଓ ଉଦ୍ଭାବନ ଆଦିରେ ଭିଡିଓ ପ୍ରସ୍ତୁତ କରିପାରିବେ ।
ଏହି ପ୍ରତିଯୋଗିତା ସମସ୍ତ ଭାରତୀୟ ଓ ବିଦେଶରେ ରହୁଥିବା ଭାରତୀୟମାନଙ୍କ ପାଇଁ ଖୋଲା ରହିଛି । ପ୍ରତ୍ୟେକ ପ୍ରତିଯୋଗୀଙ୍କୁ ଏକ ୧୫ରୁ ୬୦ ସେକେଣ୍ଡର ଭିଡିଓ ଫର୍ମାଟ୍ ଅପ୍‌ଲୋଡ୍ କରିବାକୁ ହେବ । ସର୍ଟଲିଷ୍ଟ ପ୍ରତିଯୋଗୀମାନଙ୍କୁ ଜାତୀୟ ଓ ଆଂଚଳିକ ନ୍ୟୁଜ୍ ଚ୍ୟାନେଲଗୁଡିକରେ ଭୋଟ୍ ପାଇଁ ଅନୁରୋଧ କରିବାକୁ ସୁଯୋଗ ଦିଆଯିବ । ସ୍ୱଚ୍ଛତା ସୁନିଶ୍ଚିତ କରିବା ଲାଗି ଆପ୍‌ର ଲିଡର୍‌ବୋର୍ଡରେ ଲାଇଭ୍ ଭୋଟ୍ ଗଣତି ହେବ । ଏହି ପ୍ରତିଯୋଗିତାରେ ଭାଗ ନେବା ପାଇଁ ପ୍ରଥମେ ଗୁଗଲ ପ୍ଲେ ଷ୍ଟୋର କିମ୍ବା ଆଇଓଏସ୍ ଷ୍ଟୋର୍‌ରୁ ଫ୍ରି ଚିଙ୍ଗାରି ଆପ୍ ଡାଉନ୍‌ଲୋଡ୍ କରି ସେଥିରେ ନିଜର ପ୍ରୋଫାଇଲ କ୍ରିଏଟ କରନ୍ତୁ । ନିଜ ପସନ୍ଦର ବର୍ଗ ଚୟନ କରନ୍ତୁ ଓ ନିଜର ବେଷ୍ଟ ଭିଡିଓ ଅପ୍‌ଲୋଡ୍ କରନ୍ତୁ । ଏହାକୁ ନିଜ ବନ୍ଧୁମାନଙ୍କ ସହ ଆପ୍‌ରେ ସେୟାର କରନ୍ତୁ । ନିଜ ବନ୍ଧୁମାନଙ୍କୁ ମଧ୍ୟ ଏହି ଆପ୍ ଡାଉନ୍‌ଲୋଡ୍ କରି ଆପଣଙ୍କୁ ଫଲୋ କରିବାକୁ ଓ ଆପଣଙ୍କ ଭିଡିଓକୁ ଲାଇକ୍ କରିବାକୁ କୁହନ୍ତୁ । ପ୍ରତ୍ୟେକ ରାଜ୍ୟରୁ ଶୀର୍ଷ ୧୦ ଜଣ ପ୍ରତିଯୋଗୀଙ୍କୁ ସର୍ଟଲିଷ୍ଟ କରାଯିବ । ସେମାନେ ପ୍ରତ୍ୟେକ ରାଜ୍ୟ ପାଇଁ ୫ ଲକ୍ଷ ଟଙ୍କାର ପୁରସ୍କାର ରାଶି ଲାଗି ପ୍ରତିଯୋଗିତା କରିବେ । ପ୍ରତ୍ୟେକ ରାଜ୍ୟର ଜଣେ ପ୍ରତିଯୋଗୀ ଯାହାଙ୍କୁ ସର୍ବାଧିକ ଚିଙ୍ଗାରି ବା ଲାଇକ୍ ମିଳିଥିବ ତାଙ୍କୁ ୫ ଲକ୍ଷ ଟଙ୍କାର ପୁରସ୍କାର ରାଶି ପ୍ରଦାନ କରାଯିବା ସହ ୧ କୋଟି ଟଙ୍କାର ଜାତୀୟ ସ୍ତରର ପ୍ରତିଯୋଗିତାରେ ଭାଗ ନେବାର ସୁଯୋଗ ମିଳିବ । ଏହାସହିତ ପ୍ରତ୍ୟେକ ରାଜ୍ୟର ଶୀର୍ଷ ୧୦ ଜଣ ପ୍ରତିଭା ମଧ୍‌୍ର ୧ କୋଟି ଟଙ୍କାର ପୁରସ୍କାର ପାଇଁ ପ୍ରତିଯୋଗିତା କରିବେ । ରାଜ୍ୟ ବିଜେତାମାନଙ୍କୁ ଆପ୍‌ରେ ୩ଟି ନୂତନ ଭିଡିଓ ଅପ୍‌ଲୋଡ୍ କରିବାକୁ ହେବ । ଚିଙ୍ଗାରି ଆପ୍ ତରଫରୁ ଅଗଷ୍ଟ ୨୫ ତାରିଖରେ ଏହି ପ୍ରତିଯୋଗିତାର ବିଜେତାଙ୍କ ନାମ ଘୋଷଣା କରାଯିବ ।


Share It

Comments are closed.