ଭୁବନେଶ୍ୱରରେ ଶିଶୁ ଚଳଚ୍ଚିତ୍ର ମହୋତ୍ସବ ଆରମ୍ଭ


ଭୁବନେଶ୍ୱର: ରାଜଧାନୀରେ ଗୁରୁବାର ଠାରୁ ୧୦-୧୫ ବର୍ଷ ବୟସର ପିଲାମାନଙ୍କ ପାଇଁ ଏକ ଶିଶୁ ଚଳଚ୍ଚିତ୍ର ମହୋତ୍ସବ ଆରମ୍ଭ ହୋଇଯାଇଛି । ଏହା ଭୁବନେଶ୍ୱର ଫିଲ୍ମ ସୋସାଇଟି ଦ୍ୱାରା ଆୟୋଜନ କରାଯାଉଛି । ଚଳିତ ଜୁଲାଇ ୨୦ରୁ ଜୁଲାଇ ୨୨ ତାରିଖ ପର୍ଯ୍ୟନ୍ତ ଓଡ଼ିଶୀ ଗବେଷଣା କେନ୍ଦ୍ର, ଏକ୍ସ.ଆଇ.ଏମ.ବି ଛକ, ଭୁବନେଶ୍ୱର ଠାରେ ଏହି ବହୁ ପ୍ରତୀକ୍ଷିତ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ । ଭାରତୀୟ ଡକ୍ୟୁମେଂଟାରୀ ଏବଂ କାଳ୍ପନିକ କାହାଣୀ ଆଧାରିତ ସିନେମା ପାଇଁ ଉତ୍ସର୍ଗୀକୃତ ଅନ୍ୟ ଦୁଇଟି ଚଳଚ୍ଚିତ୍ର ମହୋତ୍ସବ ସହିତ ଏହା ଫିଲ୍ମ ସୋସାଇଟିର ଏହାର ବାର୍ଷିକ ମହୋତ୍ସବ କ୍ୟାଲେଣ୍ଡରରେ ତୃତୀୟ ସଂଯୋଜନ ହେବାକୁ ଯାଉଛି । ଶିଶୁ ଚଳଚ୍ଚିତ୍ର ମହୋତ୍ସବ ହେଉଛି ଚଳଚ୍ଚିତ୍ର ମାଧ୍ୟମରେ ସୃଜନଶୀଳତା, କଳ୍ପନା ଏବଂ ସାଂସ୍କୃତିକ ବିବିଧତାର ଏକ ଉତ୍ସବ । ପ୍ରି-ଫିଲ୍ମ ଆନିମେସନ ଡିଭାଇସ ବିଷୟରେ କର୍ମଶାଳା ଏବଂ କ୍ଲେ ମଡେଲ ସହିତ ଷ୍ଟପ-ମୋସନ ଆନିମେସନ ଚଳଚ୍ଚିତ୍ର ନିର୍ମାଣ ସହିତ ବିଶ୍ୱର ବିଭିନ୍ନ ସ୍ଥାନରୁ ଚିତାକର୍ଷକ ଚଳଚ୍ଚିତ୍ରଗୁଡ଼ିକୁ ଯତ୍ନ ସହକାରେ ଚୟନ କରାଯାଇଛି । ଏହି ମହୋତ୍ସବରେ ଉଦ୍ଦେଶ୍ୟ ହେଉଛି ଯୁବ ମସ୍ତିଷ୍କକୁ ନିୟୋଜିତ କରିବା, କାହାଣୀ କହିବା ପାଇଁ ଉତ୍ସାହିତ କରିବା ଏବଂ ଚଳଚ୍ଚିତ୍ର ମାଧ୍ୟମ ଉପରେ ବିଭିନ୍ନ ଦୃଷ୍ଟିକୋଣକୁ ପ୍ରଶଂସା କରିବାର ଦକ୍ଷତାକୁ ବଢ଼ାଇବା ।

ମହୋତ୍ସବର ନିର୍ଦ୍ଦେଶକ ଶ୍ରୀ ସୁବ୍ରତ ବେଉରା କହିଛନ୍ତି ଯେ, “ଭୁବନେଶ୍ୱରରେ ଏହି ଶିଶୁ ଚଳଚ୍ଚିତ୍ର ମହୋତ୍ସବ ଘୋଷଣା କରି ଆମେ ଆନନ୍ଦିତ । ଆମେ ଏପରି ଏକ ମଂଚ ପ୍ରଦାନ କରିବା ଯେଉଁଠାରେ ପିଲାମାନେ ସିନେମାର ଯାଦୁକୁ ଅନ୍ୱେଷଣ କରିପାରିବେ, ବିବିଧ କାହାଣୀର ସମ୍ମୁଖୀନ ହୋଇପାରିବେ, କାହାଣୀ ସୃଷ୍ଟି କରିବା ପାଇଁ ମିଳିତ ଭାବେ କାର୍ଯ୍ୟ କରିବେ ଏବଂ ଚଳଚ୍ଚିତ୍ରର ନିଆରା ଶକ୍ତି ଦ୍ୱାରା ଅନୁପ୍ରାଣିତ ମଧ୍ୟ ହୋଇପାରିବେ । ଏହି ଉତ୍ସବ ସେମାନଙ୍କୁ ଏକ ଚିତାକର୍ଷକ ଅନୁଭୂତି ଦେବ ଯାହା ସାରା ଜୀବନ ସେମାନଙ୍କ ସହ ରହିପାରିବ ।” ଏହି କାର୍ଯ୍ୟକ୍ରମରେ ଆନିମେଟେଡ କାହାଣୀ ଠାରୁ ଆରମ୍ଭ କରି ହୃଦୟସ୍ପର୍ଶୀ ବାସ୍ତବିକ କାହାଣୀ ପର୍ଯ୍ୟନ୍ତ ସମସ୍ତ ପ୍ରକାରର ବିବିଧ ଚଳଚ୍ଚିତ୍ର ପ୍ରଦର୍ଶନ କରାଯିବ, ଯାହା ଆସିଥିବା ପ୍ରତ୍ୟେକଟି ପିଲା ପାଇଁ ଏକ ଆକର୍ଷଣୀୟ ଅନୁଭୂତି ସୁନିଶ୍ଚିତ କରିଥାଏ । ପ୍ରଦର୍ଶିତ ହେବାକୁ ଥିବା କେତେକ ସମ୍ମାନଜନକ ଶୀର୍ଷକ ମଧ୍ୟରେ ମାର୍ଟିନ ସ୍କୋର୍ସେଜିଙ୍କ ହୁଗେ(୨୦୧୧), ସତ୍ୟଜିତ ରାଏଙ୍କ ପଥେର ପାଂଚାଲି(୧୯୫୫), ହାୟାଓ ମିଆଜାକିଙ୍କ ଦି ୱିଣ୍ଡ ରାଇଜେସ(୨୦୧୩), ଏବଂ ଚାର୍ଲି ଚାପଲିନଙ୍କ ମଡର୍ଣ୍ଣ ଟାଇମ୍ସ(୧୯୩୬) ଅନ୍ତର୍ଭୁକ୍ତ ରହିଛି ।

ଚଳଚ୍ଚିତ୍ର ପଦର୍ଶନ ବ୍ୟତୀତ, ଶିଶୁ ଚଳଚ୍ଚିତ୍ର ମହୋତ୍ସବରେ ଯୁବ ଅଂଶଗ୍ରହଣକାରୀଙ୍କ ପ୍ରତିଭାର ବିକାଶ ପାଇଁ ଇଂଟରାକ୍ଟିଭ କର୍ମଶାଳା ଏବଂ ଆକର୍ଷଣୀୟ କାର୍ଯ୍ୟକଳାପର ଆୟୋଜନ କରାଯିବ । ଏହି କର୍ମଶାଳାଗୁଡ଼ିକ ଦ୍ୱାରା ଏକ ଅନ୍ୟ ସ୍ୱରୂପରେ ପିଲାମାନେ ଚଳଚ୍ଚିତ୍ର ନିର୍ମାଣର ବୀବରଣ ବୁଝିପାରିବେ, ସେମାନଙ୍କ କାହାଣୀ କହିବାର କ୍ଷମତା ବୃଦ୍ଧି ପାଇବ ଏବଂ ଆନମେସନ କଳାକୁ ଆବିଷ୍କାର କରିବାର ସୁଯୋଗ ମଧ୍ୟ ସେମାନେ ପାଇବେ । ଓଡ଼ିଶୀ ଗବେଷଣା କେନ୍ଦ୍ର ଦୀର୍ଘ ଦିନ ଧରି ଏହି ଅଂଚଳରେ କଳା ଏବଂ ସଂସ୍କୃତିର ପ୍ରୋତ୍ସାହନ ପାଇଁ ଏହାର ପ୍ରତିବଦ୍ଧତା ପାଇଁ ସ୍ୱୀକୃତି ପାଇଛି । ଶିଶୁ ଚଳଚ୍ଚତ୍ର ମହୋତ୍ସବର ଆୟୋଜନ କରି ଏହି କେନ୍ଦ୍ରର ଲକ୍ଷ୍ୟ ହେଉଛି ଚଳଚ୍ଚିତ୍ର ପ୍ରତି ଭଲପାଇବା ସୃଷ୍ଟି କରିବା ଏବଂ ଯୁବ ପିଢ଼ି ମଧ୍ୟରେ କଳାତ୍ମକ ଅଭିବ୍ୟକ୍ତି ପ୍ରୋତ୍ସାହିତ କରିବା । ଏହାର ଅତ୍ୟାଧୁନିକ ସୁବିଧା ଏବଂ ଆରାମଦାୟକ ବସିବା ବ୍ୟବସ୍ଥା ଦର୍ଶକମାନଙ୍କ ପାଇଁ ଏକ ସୁଖଦ ଏବଂ ଆତ୍ମନିବିଷ୍ଟ ପରିବେଶରେ ଚଳଚ୍ଚିତ୍ର ଉପଭୋଗ କରିବା ସୁନିଶ୍ଚିତ କରିଥାଏ । ପିତାମାତା, ଅଭିଭାବକ ଏବଂ ଶିକ୍ଷକମାନେ ସେମାନଙ୍କ ପିଲାମାନଙ୍କୁ ଏହି ନିଆରା କାର୍ଯ୍ୟକ୍ରମକୁ ନେଇ ଆସିବା ପାଇଁ ଉତ୍ସାହିତ କରିବା ଉଚିତ ।


Share It

Comments are closed.