ନିଜ ବିମାନରେ ମହାକାଶ ରୁ ଭ୍ରମଣ କରି ଫେରିଲେ ବିଲିୟନେୟାର ରିଚାର୍ଡ ବ୍ରାନସନ୍, ତାଙ୍କ ପୂର୍ବରୁ ଏହି କୋଟିପତି ମଧ୍ୟ କରିଛନ୍ତି ଭ୍ରମଣ


କୋଟିପତି ବ୍ରିଟିଶ ବ୍ୟବସାୟୀ ରିଚାର୍ଡ ବ୍ରାନ୍‌ସନ ଓ ତାଙ୍କ ଟିମ୍‌ ଇତିହାସ ରଚିଛନ୍ତି । ଭର୍ଜିନ ଗାଲାକ୍ଟିକ ୟୁନିଟ୍‌-୨୨ ମହାକାଶଯାନରେ ସେ ଦୀର୍ଘ ୬୦ ମିନିଟ୍‌ ମହାକାଶରେ ଭ୍ରମଣ କରିବା ପରେ ଭୂ-ପୃଷ୍ଠକୁ ସୁରକ୍ଷିତ ଭାବେ ଫେରିଆସିଛନ୍ତି । ଲ୍ୟାଣ୍ଡିଂ ପରେ ସେ ତାଙ୍କର ଅନୁଭବକୁ ସ୍ମରଣୀୟ ବୋଲି ବର୍ଣ୍ଣନା କରିଛନ୍ତି ।

ତେବେ ବ୍ରାନସନ୍ ପ୍ରଥମ ଧନି ବ୍ୟକ୍ତି ନୁହେଁ ଯିଏ ମହାକାଶ ଗସ୍ତ କରିଛନ୍ତି । ତାଙ୍କ ପୂର୍ବରୁ ଆମେରିକାର କୋଟିପତି ଡେନିସ୍ ଟିଟୋ ମହାକାଶ ଭ୍ରମଣ କରିସାରିଛନ୍ତି । ଡେନିସ୍ ୨୦୦୧ରେ ମହାକାଶ ଗସ୍ତ କରିଥିଲେ । ସେ ଋଷିଆର ଇଣ୍ଟରନ୍ୟାଶନାଲ୍ ସୋୟୁଜରେ ଇଣ୍ଡରନ୍ୟାଶନାଲ ସ୍ପେସ୍ ଷ୍ଟେସନ ବୁଲି ଭୂପୃଷ୍ଠକୁ ଫେରି ଆସିଥିଲେ ।

ଏହି ଗସ୍ତକୁ ସେ କହିଥିଲେ ଯେ, ଏହା ତାଙ୍କ ଜୀବନର ସବୁଠାରୁ ବଡ ମୂହୂର୍ତ୍ତ । ସେ ଯେବେ ଆଇଏସଏସ ବା ସ୍ପେସ୍ ଷ୍ଟେସନରେ ପାଦ ଦେଇଥିଲେ ସେହି ସମୟକୁ ବର୍ଣ୍ଣନା କରିହେବ ନାହିଁ । ସେହି ସମୟର ଅନୁଭବ ସବୁଠୁ ବିରଳ ବୋଲି ସେ କହିଥିଲେ ।

ସେହିପରି ରବିବାର ମହାକାଶ ଭ୍ରମଣ କରି ଫେରିଥିବା ରିଚାର୍ଡ ବ୍ରାନସନ୍ ୨୦୦୪ରେ ନିଜର କମ୍ପାନୀ ଭର୍ଜିନ୍ ଗାଲାକ୍ଟିକ୍ ଆମ୍ଭ କରିଥିଲେ । ସେହି ସମୟରେ ସେ ୩ରୁ ୪ ବର୍ଷ ମଧ୍ୟରେ ମହାକାଶ ବୁଲି ଆସିବେ ବୋଲି ଚର୍ଚ୍ଚା ହେଉଥିଲା । କିନ୍ତୁ ଦୀର୍ଘ ୧୭ ବର୍ଷ ପରେ ସେ ମହାକାଶ ଯାତ୍ରା କରିଥିଲେ ।


Share It

Comments are closed.