ନରେନ୍ଦ୍ର ମୋଦୀଙ୍କୁ ଚିଠି ଲେଖିଲେ ବିଲ୍ ଗେଟସ , କହିଲେ କରୋନାକୁ ନେଇ ମୋଦୀଙ୍କ ପଦକ୍ଷେପ ବେଶ ପ୍ରଶଂସନୀୟ


ଦେଶରେ କରୋନା ଭାଈରସକୁ ପ୍ରତିହତ କରିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦ୍ୱାରା ଗ୍ରହଣ କରାଯାଇଥିବା ପଦକ୍ଷେପକୁ ମାଇକ୍ରୋସଫ୍ଟର ସଂସ୍ଥାପକ ବିଲ ଗେଟ୍‌ସ ଅନେକ ପ୍ରଂଶସା କରିଛନ୍ତି । ବିଲ ଗେଟ୍‌ସ ମୋଦୀଙ୍କ ନୀକଟକୁ ପତ୍ର ମାଧ୍ୟମରେ ଲେଖିଛନ୍ତି ଯେ , ‘ଆପଣଙ୍କ ସରକାର କୋଭିଡ-୧୯ ସହ ମୁକାବିଲା କରିବା ପାଇଁ ନିଜର ଅସାଧାରଣ ଡିଜିଟାଲ କ୍ଷମତାର ସମ୍ପୂର୍ଣ୍ଣ ଉପଯୋଗ କରୁଛି ।’


ସେ ଆହୁରି ଲେଖିଛନ୍ତି ମୁଁ ଆପଣଙ୍କ ନେତୃତ୍ୱ, ଆପଣ ଓ ଆପଣଙ୍କ ସରକାରଙ୍କ ଦ୍ୱାରା ଗ୍ରଣଣ କରାଯାଉଥିବା ସକ୍ରିୟ ପଦକ୍ଷେପ ଗୁଡ଼ିକର ପ୍ରଶଂସା କରୁଛି । ଆପଣଙ୍କ ସରକାରଙ୍କ ଦ୍ୱାରା ରାଷ୍ଟିୟ ଲକଡାଉନକୁ ଗ୍ରହଣ କରିବା, କ୍ୱାରେଂଟାଇନ କରିବା, ଆଇସୋଲେସନ ପାଇଁ ହଟ୍‌ସ୍ପଟର ଚିହ୍ନଟ କରିବା ପାଇଁ ପରୀକ୍ଷଣ ବଢ଼ାଇବା ଭଳି ପଦକ୍ଷେପ ପ୍ରଂଶସଂନୀୟ ଅଟେ । ଏହା ବ୍ୟତୀତ ବ୍ୟୟରେ ବୁଦ୍ଧି କରି ସ୍ୱାସ୍ଥ୍ୟ ପ୍ରଣାଳୀକୁ ମଜବୁତ କରିବା, ଗବେଷଣା ଏବଂ ବିକାଶ(ଆର ଆଂଡ ଡି) ଏବଂ ଡିଜିଟାଲ ନବାଚାରକୁ ପ୍ରୋତ୍ସାହିତ କରିବା ମଧ୍ୟ ପ୍ରଂଶସା ଯୋଗ୍ୟ ।
ଗେଟ୍‌ସ ପିଏମଙ୍କୁ ଲେଖିଛନ୍ତି ଯେ, ଆପଣଙ୍କ ସରକାରଙ୍କ ଦ୍ୱାରା କରୋନା ଭାଇରସ ଟ୍ରାକିଙ୍ଗ, ସମ୍ପର୍କ ଟ୍ରେସିଙ୍ଗ ଏବଂ ଲୋକମାନଙ୍କୁ ସ୍ୱାସ୍ଥ୍ୟସେବା ସହିତ ଯୋଡ଼ିବା ପାଇଁ ଡିଜିଟାଲ ଆପ ‘ଆରୋଗ୍ୟ ସେତୁ’ର ଶୁଭାରମ୍ଭ କରିବା ବେଶ ପ୍ରଶଂସନୀୟ । ମୁଁ ଆପଣଙ୍କୁ ସମସ୍ତ ଭାରତୀୟଙ୍କ ପାଇଁ ପର୍ଯ୍ୟାପ୍ତ ସାମାଜିକ ସୁରକ୍ଷା ସୁନିଶ୍ଚିତ କରିବାର ଆବଶ୍ୟକତା ସହିତ ସ୍ୱାସ୍ଥ୍ୟ ଅନିବାର୍ଯ୍ୟତାକୁ ସନ୍ତୁଳିତ କରୁଥିବାର ଦେଖି ବେଶ ଆନନ୍ଦିତ ।’


Share It

Comments are closed.