ଭାରତୀ ଏୟାରଟେଲ୍ ଏହାର ଡିଷ୍ଟ୍ରିବ୍ୟୁଟର ଓ ସହଯୋଗୀ ମାନଙ୍କୁ ଏପ୍ରିଲ ମାସର ଦରମା ପ୍ରଦାନ କରିବ


ଭୁବନେଶ୍ୱର: କୋଭିଡ୍‌-୧୯ର ଏହି ସଙ୍କଟ ସମୟରେ ଭାରତୀ ଏୟାରଟେଲ୍ (ଏୟାରଟେଲ୍‌) ପକ୍ଷରୁ ଏହାର ଡିଷ୍ଟ୍ରିବ୍ୟୁଟର୍ ଓ ଖୁଚୁରା ଫ୍ରାଚାଂଇଜ୍‌ମାନଙ୍କ ପାଇଁ ଓଡ଼ିଶା ସମେତ ସମ୍ପୁର୍ଣ୍ଣ ଭାରତରେ ଏକ ଅଭିନବ ଅଭିଯାନ ‘ଅତୁଟ୍ ବନ୍ଧନ’ର ଉନ୍ମୋଚନ କରାଯାଇଛି । ଏଥିସହିତ ଏୟାରଟେଲ୍ ଏହାର ଡିଷ୍ଟ୍ରିବ୍ୟୁଟର୍ ଓ ଖୁଚୁରା ଫ୍ରାଂଚାଇଜିଗୁଡିକର କର୍ମଚାରୀମାନଙ୍କୁ ଏପ୍ରିଲ ମାସର ଦରମା ପ୍ରଦାନ କରିବ । ଏହି ଅଭିଯାନ ଅନୁଯାୟୀ, ଏୟାରଟେଲ୍ ଏହାର ଡିଷ୍ଟ୍ରିବ୍ୟୁଟର୍ ମାନଙ୍କ ସହ କାର୍ଯ୍ୟ କରୁଥିବା ସମସ୍ତ ଫିଲ୍ଡ ସର୍ଭିସ୍ ଏକ୍‌ଜିକ୍ୟୁଟିଭ୍ ମାନଙ୍କୁ କୃତଜ୍ଞତା ଜଣାଇବା ଲାଗି କୋଭିଡ୍‌-୧୯ ବୀମା ମଧ୍ୟ ପ୍ରଦାନ କରିଛି । ସେହିପରି ଏୟାରଟେଲ୍ ଏହାର ଡିଷ୍ଟ୍ରିବ୍ୟୁଟର୍ ମାନଙ୍କର ପରିବାରକୁ ସହାୟତା କରିବା ଲକ୍ଷ୍ୟରେ ସେମାନଙ୍କ ପିଲାମାନଙ୍କ ପାଇଁ ବୃତି ଯୋଜନା ପ୍ରଦାନ କରିବ । ଏନେଇ ଏୟାରଟେଲ୍ ଓଡ଼ିଶା ସର୍କଲ ସିଓଓ, ଶ୍ରୀଯୁକ୍ତ ମନିଶ ଖଣ୍ଡୁଜାଙ୍କ ଦ୍ୱାରା ରାଜ୍ୟର ଡିଷ୍ଟ୍ରିବ୍ୟୁଟର୍ ଓ ସହଯୋଗୀଙ୍କ ଉଦ୍ଦେଶ୍ୟରେ ଏକ ପତ୍ର ଜାରି କରାଯାଇଛି ।
ଏହି ପରିପ୍ରେକ୍ଷୀରେ ଭାରତୀ ଏୟାରଟେଲ୍ ପକ୍ଷରୁ ଓଡ଼ିଶା ସର୍କଲର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ, ମନିଶ ଖଣ୍ଡୁଜା କହିଛନ୍ତିଯେ, “ଏହି ଲକଡ଼ାଉନ ସମୟରେ ଯେତେବେଳେ ପ୍ରମୁଖ ବ୍ୟବସାୟ ପ୍ରତିଷ୍ଠାନ ଗୁଡ଼ିକ ନିମ୍ନାଭିମୁଖି ସେତେବେଳେ ଆମ୍ଭେମାନେ ଏପରି ଏକ ଉଦ୍ୟୋଗ ସହିତ ଜଡ଼ିତ, ଯାହାକି ଜାତୀୟ ତଥା ଆଂଚଳିକ ସ୍ତରରେ ଅନେକଙ୍କ ଜୀବନ ଆଲୋକିତ କରିବାରେ ସହାୟତା କରିପାରିଛି । ଆମର ଏହି ପଦକ୍ଷେପ ଏଫଏସଇ ଏବଂ ଅନ୍ୟାନ୍ୟ ଏହିପରି ଫ୍ରଟଂଲାଇନ୍ କର୍ମଚାରୀମାନଙ୍କର ସାଧାରଣ ଆୟକୁ ନିଶ୍ଚିନ୍ତ କରିବା ପାଇଁ ଏକ ପ୍ରୟାସ । ଆମ୍ଭେମାନେ ସର୍ବଦା ଏକାଠି ବିକାଶ କରିବାରେ ବିଶ୍ୱାସ କରିଥାଉ । ତେଣୁ ଆମ କର୍ମଚାରୀ ମାନଙ୍କ ପରିବାରର ସମୂହ ଉନ୍ନତି ପାଇଁ ଆମ୍ଭେମାନେ ଆଗରୁ ବିଭିନ୍ନ ପଦକ୍ଷେପ ଯେପରିକି, ଏୟାରଟେଲ୍ ଚାଇଲ୍ଡ ସ୍କଲାରସିପ୍‌, ଏୟାରଟେଲ୍ କି ଲାଡ଼ଲି, ଅନମୋଲ ରତ୍ନ ଏବଂ ୟୁବା ରତ୍ନ ଇତ୍ୟାଦିର ଶୁଭାରମ୍ଭ କରିଛୁ ।”


Share It

Comments are closed.